Latest Odisha News

BREAKING NEWS

ଖରିଫ୍ ଋତୁ ଧାନ ସଂଗ୍ରହ: ଚାଷୀଙ୍କ ଲାଗି ପଞ୍ଜିକରଣ ଅବଧି ବଢିଲା

ଭୁବନେଶ୍ୱର: ଖରିଫ୍ ଋତୁ ଧାନ ସଂଗ୍ରହ ପାଇଁ ଥିବା ଚାଷୀଙ୍କ ପଞ୍ଜିକରଣ ଅବଧିକୁ ମଙ୍ଗଳବାର ଦିନ ଓଡିଶା ସରକାର ସେପ୍ଟେମ୍ବର ୧୭ ଯାଏଁ ବୃଦ୍ଧି କରିଛନ୍ତି ।

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, “ଚାଷୀମାନେ ବହୁସଂଖ୍ୟାରେ ଏହି ପଞ୍ଜିକରଣରେ ସାମିଲ ହେବା ଲାଗି ଇଚ୍ଛୁକ ଥିବାରୁ ସରକାର ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି” ।

ଆହୁରି ମଧ୍ୟ ରାଜ୍ୟରେ ଏବେ ସୁଦ୍ଧା ପାଖାପାଖି ୧୦ ଲକ୍ଷ ଚାଷୀ ଏଥିରେ ପଞ୍ଜିକୃତ ହୋଇଥିବା ବେଳେ ଏହି ପଞ୍ଜିକରଣର ସମୟ ସୀମା ଆଜି ଶେଷ ହେବାରେ ଥିଲା ।

Leave A Reply

Your email address will not be published.