Latest Odisha News

ଗ୍ୟାଙ୍ଗଷ୍ଟର୍ ଟିଟୋର ଦୁର୍ଦ୍ଦାନ୍ତ ସହଯୋଗୀ ପୋଲିସ୍ ଏନକାଉଣ୍ଟରରେ ଆହତ

କଟକ: କଟକ ଜିଲ୍ଲାରେ ମଙ୍ଗଳବାର ବିଳମ୍ବିତ ରାତିରେ କମିଶନରେଟ୍ ପୋଲିସ ଗୁଳିରେ ଗ୍ୟାଙ୍ଗଷ୍ଟର୍ ଟିଟୋର ସହଯୋଗୀ ଆହତ ହୋଇଛି ।

BjdElectrycity

ଆହତ ଅପରାଧୀ ଜଣକ ନାମ ବୁଧିଆ ଦାସ ବୋଲି ଜଣାପଡିଛି ।

ତା’ ଠାରୁ ଗୋଟିଏ ପିସ୍ତଲ୍ ଓ ୨ଟି ଗୁଳି ଜବତ କରାଯାଇଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ।

ମିଳିଥିବା ସୂଚନାନୁଯାୟୀ ଗତକାଲି ବିଳମ୍ବିତ ରାତିରେ କଟକର ସିଡିଏ ସେକ୍ଟର-୧୩ ଅଞ୍ଚଳରେ ବୁଧିଆ ଥିବା କୌଣସି ସୁତ୍ରରୁ ଖବର ପାଇ ଚାଉଳିଆଗଞ୍ଜ ପୋଲିସ ଓ ସ୍ପେଶାଲ ସ୍କ୍ୱାର୍ଡ ମିଳିତ ଭାବେ ଚଢାଉ କରି ତାକୁ କାବୁ କରିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ସେ ପୋଲିସ୍ ଉପରକୁ ଅତର୍କିତ ଆକ୍ରମଣ କରିଥିଲା ବେଳେ ଏହାର ପାଲଟା ଜବାବରେ ପୋଲିସ୍ ଗୁଳି ଚାଳନା କରିଥିଲା। ଏହି ଗୁଳି ଚାଳନାରେ ତା’ର ଡାହାଣ ଗୋଡରେ ଗୁଳି ବାଜିଥିଲା ।

ତେବେ ବୁଧିଆ ଗ୍ୟାଙ୍ଗଷ୍ଟର୍ ଟିଟୋ ଗ୍ୟାଙ୍ଗର ଜଣେ ସକ୍ରିୟ ସଦସ୍ୟ ରହିଥିବାବେଳେ ତା’ ନାମରେ କଟକ ଓ କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ଥାନାରେ ୩୦ରୁ ଅଧିକ ଅପରାଧୀକ ମାମଲା ରହିଥିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.