Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଚୋରା ମଦ ଜବତ କରିବା ପାଇଁ ଯାଇଥିବା ବାଲିପାଟଣା ପୋଲିସକୁ ମାଡ : ନିଆଁ ଜାଳି ରାସ୍ତାରୋକ

ଖୋର୍ଦ୍ଧା : ଚୋରା ମଦ ଜବତ କରିବା ପାଇଁ ଯାଇଥିବା ବାଲିପାଟଣା ପୋଲିସକୁ ମାଡ ।  ପୋଲିସକୁ ବିରୋଧ କରି ନିମାପଡ଼ା- ଅଠାନ୍ତର ରାସ୍ତାର ନରଦା ଛକରେ ନିଆଁ ଜାଳି ରାସ୍ତାରୋକ ।  ଚୋରାରେ ମଦ ବିକ୍ରି ହେଉଛି ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମଦ ଜବତ କରିବା ମାତ୍ରେ, ପୋଲିସକୁ ଘେରି ମାଡ ମାରିବା ସହ ମଦ ଛଡାଇ ନେଇଛନ୍ତି ଚୋରା ମଦ ବେପାରୀ ।

ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ନରଦା ବଜାରରେ । ରବିବାର ରାତିରେ ବାଲିପାଟଣା ପୋଲିସ୍ ଚୋରାରେ ମଦ ବିକ୍ରି ହେଉଥିବା ଖବର ପାଇ ଦରଦା ବଜାରରେ ପହଞ୍ଚି ଥିଲା । ମଦ ଜବତ ସମୟରେ ପୋଲିସକୁ ବିରୋଧ ସହ ମାଡ ମରାଯାଇଥିବା ଭିଡିଓରୁ ଜଣାପଡିଛି । ବାଲିପାଟଣା ପୋଲିସ୍ ଜବତ କରିଥିବା ମଦ ଛଡାଇନେଇଥିବା ଥାନା ଆଇଆଇସି କହିଛନ୍ତି।

ସେପଟେ ମଦ ଜବତକୁ ବିରୋଧ କରି ଆଜି ସକାଳୁ ଚୋରା ମଦ ବେପାରୀ ଓ କିଛି ସ୍ଥାନୀୟ ଲୋକେ ନିମାପଡ଼ା – ଅଠାନ୍ତର ରାସ୍ତାର ନରଦା ଛକ ଠାରେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି ।

ସେପଟେ ଏହି ଘଟଣାରେ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।

Leave A Reply

Your email address will not be published.