Latest Odisha News

BREAKING NEWS

ଅମୀର ପରେ ଭଣଜା ଇମ୍ରାନ ଦେବେ ପତ୍ନୀଙ୍କୁ ଛାଡପତ୍ର

ମୁମ୍ବାଇ: ମାମୁଁଙ୍କ ରାସ୍ତାରେ ଭଣଜା । ବଲିଉଡର ସିନିୟର ଅଭିନେତା ଅମୀର ଖାଁ ତାଙ୍କ ପତ୍ନୀଙ୍କୁ ଇସ୍ତଫା ଦେବା ପରେ ଏବେ ଭଣଜା ଇମ୍ରାନ ଖାଁ ୧୧ ବର୍ଷ ପରେ ଅବନ୍ତିକା ମଲିକଙ୍କଠାରୁ ସମ୍ପୂର୍ଣ୍ଣ ଭାବେ ଅଲଗା ହେବା ପାଇଁ ନିଷ୍ପତି ନେଇଛନ୍ତି । ଅମୀର, ଅରବାଜ, ସୋହେଲଙ୍କ ପରେ ଆଉ ଏକ ଖାଁ ଛାଡପତ୍ର ଦେବାକୁ ଯାଉଥିବାରୁ ବଲିଉଡ ଏବଂ ପ୍ରଶଂସକଙ୍କ ମହଲରେ ଆଲୋଚନା ଜୋର ଧରିଛି । ୨୦୧୧ରେ ଇମ୍ରାନ ଏବଂ ଅବନ୍ତିକା ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । କିଛି ବର୍ଷ ପରେ ଉଭୟଙ୍କ ମଧ୍ୟରେ ଅଶାନ୍ତି ଲାଗି ରହିଥିଲା । ଶେଷରେ ସେମାନେ ପରସ୍ପରଠାରୁ ଅଲଗା ରହୁଥିଲେ । ଇମ୍ରାନ ଏବେ ଅଫିସିଆଲ ଭାବେ ଅଲଗା ହେବାକୁ ଚାହୁଁଛନ୍ତି ।

ଖୁବ ଶୀଘ୍ର ଏ ନେଇ ସେମାନେ ଘୋଷଣା କରିପାରନ୍ତି । ସେମାନଙ୍କର ଗୋଟିଏ ଝିଅ ଅଛି । ଅବନ୍ତିକା ଏହି ସମ୍ପର୍କ ଭାଙ୍ଗିବାକୁ ଚାହୁଁ ନ ଥିଲେ ମଧ୍ୟ ଇମ୍ରାନ ଜିଦ ଧରିଛନ୍ତି । ଇମ୍ରାନ-ଅବନ୍ତିକା କ୍ଲାସମେଟ । ସେମାନେ ପିଲାବେଳୁ ପରସ୍ପରକୁ ଭଲ ପାଇ ଆସୁଥିଲେ । ୨୦୧୯ରେ କଣ ଏପରି ଘଟିଲା ଯେ, ଉଭୟ ଆଉ ଏକାଠି ରହିବାକୁ ଚାହିଁଲେ ନାହିଁ ବୋଲି ତାହା ଜଣାପଡି ନାହିଁ ।

Leave A Reply

Your email address will not be published.