Latest Odisha News

BREAKING NEWS

ଗୁଜରାଟରେ ଖସୁଛି ରହସ୍ୟମୟ ବଲ

ଅହମ୍ମଦାବାଦ: ଗୁଜରାଟରେ ଏବେ ଆକାଶରୁ ରହସ୍ୟମୟ ବଲ ଖସୁଛି । ୫ଟି ଜିଲାରେ ଏ ଭଳି ଘଟଣା ଘଟୁଥିବାରୁ ସ୍ଥାନୀୟ ଲୋକ ଭୟଭୀତ ହୋଇ ପଡିଛନ୍ତି । ବୈଜ୍ଞାନିକମାନେ ଏହାକୁ ମହାକାଶର ଆବର୍ଜନା କହୁଥିଲେ ମଧ୍ୟ ଏ ନେଇ ସ୍ପଷ୍ଟ ଭାବେ କୌଣସି ତଥ୍ୟ ପ୍ରଦାନ କରି ନାହାନ୍ତି । ଭାଲେଜ, ଖମ୍ବୋଲଜ ଓ ରାମପୁରରେ ଏ ଭଳି ଘଟଣା ଘଟି ସାରିଛି । ଯାଂଚ ପାଇଁ ଏହି ପଦାର୍ଥଗୁଡିକ ଗାନ୍ଧିନଗରରେ ଥିବା ଫୋରେନସିକ ସାଇନ୍ସକ ପଠାଯାଇଛି । ବଡୋଦରା ଏସପି ରୋହନ ଆନନ୍ଦଙ୍କ ମତରେ ପଦାର୍ଥଗୁଡିକ ରକେଟ ଉତକ୍ଷେପଣ ସମୟରେ ବ୍ୟବହାର କରାଯାଏ ।

ଏହି ରହସ୍ୟମୟ ବଲ ପଡିବା ଘଟଣାରେ କେହି ଆହତ ହୋଇ ନାହାନ୍ତି । ହାୱାର୍ଡ ସ୍ମିଥସୋନିୟର ସେଂଟରର ଆଷ୍ଟ୍ରୋଫିଜିକ୍ସ ଜୋନାଥନ ମ୍ୟାକଡୋନାଲ୍ଡ ଟୁଇଟ କରି କହିଛନ୍ତି ଚୀନର ଚାନ ଝୋଙ୍ଗ ୩ ବି ସିରିୟଲ ୱାଇ ୮୬ର ଏହା ଆବର୍ଜନା ହୋଇପାରେ । ମେ ୧୨ରୁ ଏହି ଘଟଣା ଜାରୀ ରହିଛି । ସ୍ଥାନୀୟ ଲୋକେ ଭୌତିକ କାଣ୍ଡଠାରୁ ଆରମ୍ଭ କରି ପରଗ୍ରହୀ ଜୀବ ଆକ୍ରମଣ ଆଶଙ୍କାରେ ରହିଥିଲେ ।

Leave A Reply

Your email address will not be published.