Latest Odisha News

BREAKING NEWS

ଖୋର୍ଦ୍ଧାରେ ମାଡୁଛି, ଗଞ୍ଜାମରେ ଖସୁଛି: ଜାଣନ୍ତୁ ରେଡହଟ୍ ଜିଲ୍ଲାର କୋଭିଡ୍ ଷ୍ଟାଟସ୍

ଭୁବନେଶ୍ୱର: ଗଞ୍ଜାମ ପରେ କରୋନାର ରେଡ ହଟ୍ ଜିଲ୍ଲା ପାଲଟିଛି ଖୋର୍ଦ୍ଧା । ସଂକ୍ରମିତଙ୍କ ସଂଖ୍ୟା ବଢୁଛି । କିନ୍ତୁ ଗଞ୍ଜାମରେ କମୁଛି ପଜିଟିଭ୍ କେସ । ଖୋର୍ଦ୍ଧାରେ ଆକ୍ଟିଭ୍ କେସ୍ ବଢୁଥିବା ବେଳେ ଗଞ୍ଜାମରେ ସୁସ୍ଥତା ହାର ବଢୁଛି ।

ଗତ ୨୪ ଘଣ୍ଟାରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୩୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ସମୟରେ ଗଞ୍ଜାମରୁ ବାହାରିଛନ୍ତି ୨୯୦ ପଜିଟିଭ୍ । ଖୋର୍ଦ୍ଧା ଜିଲ୍ଲାରେ ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୭ ହଜାର ୭୮୪ କୁ ବୃଦ୍ଧି ପାଇଛି । ଗଞ୍ଜାମରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୪ ହଜାର ୧୨୨ ।
ଖୋର୍ଦ୍ଧାରେ ଆକ୍ଟିଭ କେସ୍ ଅଧିକ
କରୋନା ଆକ୍ଟିଭ୍ କେସରେ ରାଜ୍ୟରେ ଆଗରେ ରହିଛି ଖୋର୍ଦ୍ଧା ଜିଲ୍ଲା । ବର୍ତ୍ତମାନ ଜିଲ୍ଲାରେ ୩ ହଜାର ୩୭୩ ଆକ୍ରାନ୍ତ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । କିନ୍ତୁ ଗଞ୍ଜାମରେ ଆକ୍ଟିଭ୍ କେସ୍ ରହିଛି ୨ ହଜାର ୧୬୦ । ଖୋର୍ଦ୍ଧା ଜିଲ୍ଲାରେ ୪୩% ଆକ୍ଟିଭ୍ କେସ୍ ରହିଥିବା ବେଳେ ଗଞ୍ଜାମରେ ୧୫% କରୋନା ସକ୍ରିୟ ମାମଲା ରହିଛି ।
ଗଞ୍ଜାମରେ ୮୩% ସୁସ୍ଥ
ଗଞ୍ଜାମ ଜିଲ୍ଲାରେ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେଣି । ୧୧ ହଜାର ୮୦୩ ଆକ୍ରାନ୍ତ ଆରୋଗ୍ୟ ଲାଭ କଲେଣି । ଜିଲ୍ଲାରେ ସୁସ୍ଥତା ହାର ରହିଛି ୮୩% । ଏପଟେ ଖୋର୍ଦ୍ଧା ଜିଲ୍ଲାରେ ସୁସ୍ଥ ହୋଇଛନ୍ତି ୪ ହଜାର ୩୫୯ ଆକ୍ରାନ୍ତ । ସୁସ୍ଥତା ହାର ୬୦% ରହିଛି ।

Leave A Reply

Your email address will not be published.