Latest Odisha News

BREAKING NEWS

ବିଶ୍ୱରେ ୧୦ ଲକ୍ଷ ଟପିଲା କରୋନା ଡେଥ୍, ଆମେରିକାରେ ମହମାରୀର ତାଣ୍ଡବ

ନୂଆଦିଲ୍ଲୀ: ସାରା ବିଶ୍ୱକୁ କବଳିତ କରିଛି କରୋନା । ମହାମାରୀ ରଚୁଛି ମୃତ୍ୟୁର ତାଣ୍ଡବ । ସାରା ବିଶ୍ୱରେ ୧୦ ଲକ୍ଷ ଟପିଛି ମୃତ୍ୟୁସଂଖ୍ୟା । ବର୍ତ୍ତମାନ ସୁଦ୍ଧା ୧୦ ଲକ୍ଷ ୨ ହଜାର ୩୮୯ ଆକ୍ରାନ୍ତ ପ୍ରାଣ ହରାଇଲେଣି ।

ଆମେରିକାରେ ସ୍ଥିତି ସଙ୍ଗୀନ । ସଂକ୍ରମଣ ଓ ମୃତ୍ୟୁସଂଖ୍ୟାରେ ଏକ ନମ୍ବର ସ୍ଥାନରେ ରହିଛି । ଆମେରିକାରେ ମହାମାରି ମାରି ଦେଲାଣି ୨ ଲକ୍ଷ ୯ ହଜାର ୪୫୩ ଜଣଙ୍କୁ । ଦ୍ୱିତୀୟ ସ୍ଥାନରେ ରହିଛି ବ୍ରାଜିଲ୍ । ସେଠାରେ ୧ ଲକ୍ଷ ୪୧ ହଜାର ୭୭୬ ସଂକ୍ରମିତ ପ୍ରାଣ ହରାଇଛନ୍ତି ।

ବିଶ୍ୱରେ ସଂକ୍ରମିତ ଦେଶ ତାଲିକାର ଦୁଇ ନମ୍ୱର ସ୍ଥାନରେ ରହିଛି ଭାରତ । କିନ୍ତୁ ମୃତ୍ୟୁସଂଖ୍ୟାରେ ତୃତୀୟ ସ୍ଥାନରେ ରହିଛି । ଭାରତରେ କରୋନା ମୃତ୍ୟୁସଂଖ୍ୟା ୯୫ ହଜାର ଟପିଛି । ଆମେରିକା ଓ ବ୍ରାଜିଲ ତୁଳନାରେ ଭାରତରେ ମୃତ୍ୟୁସଂଖ୍ୟା କମ୍ ଥିଲେ ବି ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି ।

ବିଶ୍ୱବ୍ୟାପୀ କରୋନାରେ ସଂକ୍ରମିତ ହୋଇଛନ୍ତି ୩ କୋଟି ୩୩ ଲକ୍ଷ ୪ ହଜାରରୁ ଅଧିକ ଲୋକ । ଏଥିରୁ ୨ କୋଟି ୪୬ ଲକ୍ଷ ୩୪ ହଜାର ସୁସ୍ଥ ହୋଇଛନ୍ତି ।

ଟିକା ନ ଆସିବା ଆଗରୁ ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୨୦ ଲକ୍ଷ ଟପିଯାଇପାରେ । ନିକଟରେ ଏଭଳି ଚେତାବନୀ ଦେଇଚି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ସଂଗଠିତ ହୋଇ ସବୁ ଦେଶ ମହାମାରୀ ମୁକାବିଲା ଦିଗରେ କାମ କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପରାମର୍ଶ ଦେଇଥିଲା ।

Leave A Reply

Your email address will not be published.