Latest Odisha News

BREAKING NEWS

ଆଜି କ୍ରାନ୍ତିକାରୀ ଯୁବ ଯୋଦ୍ଧା ଖୁଦିରାମ ବୋସଙ୍କ ବଳିଦାନ ଦିବସ

କୋଲକାତା: ଆଜି (୧୧ ଅଗଷ୍ଟ) ଯୁବ କ୍ରାନ୍ତିକାରୀ ଖୁଦିରାମ ବୋସଙ୍କ ବଳିଦାନ ଦିବସ । ମାତ୍ର ୧୮ ବର୍ଷ ବୟସରେ ସେ ଦେଶ ପାଇଁ ଶହୀଦ ହୋଇ ଯାଇଥିଲେ । ତାଙ୍କ ବୀର ଗାଥା ଅନେକ ଯୁବକଙ୍କୁ ଇଂରେଜ ବିରୁଦ୍ଧରେ ଲଢ଼େଇ ପାଇଁ ମନୋବଳ ବଢ଼ାଇଥିଲା । ଖୁଦିରାମ ବୋସ ଓ ପ୍ରଫୁଲ୍ଲ ଚନ୍ଦ୍ର ଚାକି ୩୦ ଏପ୍ରିଲ ୧୯୦୮ରେ କଲିକତା ମାଜିଷ୍ଟ୍ରେଟ ଡଗଲସ ଏଚ.କିଙ୍ଗସଫୋର୍ଡଙ୍କ ଉପରକୁ ବୋମା ପକାଇ ଅନ୍ଧାର ରାତିରେ ଖସି ପଳାଇ ଯାଇଥିଲେ । ପରେ ସେ ଇଂରେଜ ହାତରେ ଧରା ପଡିଥିଲେ । ବୋମା ପକାଇବା ଅଭିଯୋଗରେ ତାଙ୍କୁ ଫାଶୀ ଦିଆ ଯାଇଥିଲା ।

ବଳିଦାନ ଦିବସରେ ଖୁଦିରାମ ବୋସଙ୍କୁ ମନେ ପକାଇଛନ୍ତି କବି କୁମାର ବିଶ୍ୱାସ । ସେ ଟୁଇଟରରେ ଲେଖିଛନ୍ତି ଶେର ଏ ହିନ୍ଦ, ଖୁଦିରାମ ବୋସ । ଆଜ କା ଦିନ ହି ଆଜାଦି କି ବାରାତ ଲେକର ମୌତ କୋ ଆପନି ଦୁହ୍ଲନ ବନାନେ ନିକଲା ଥା । ଆଜାଦି କେ ବଳିବେଦୀ ପର ଚଢ଼ା ସବସେ କମସିନ ଫୁଲ । ୧୮ ବର୍ଷ ବୟସରେ ଫାଶୀ ଖୁଂଟରେ ଚଢ଼ି ଯାଇଥିଲେ ଏହି ଯୁବ ଯୋଦ୍ଧା । ତାଙ୍କରି ବଳିଦାନ ସ୍ୱତନ୍ତ୍ରତା ଲଢ଼େଇର ପରିଭାଷା ବଦଳାଇ ଦେଇଥିଲା ।

Leave A Reply

Your email address will not be published.