Latest Odisha News

BREAKING NEWS

ମାନସିକ ନିର୍ଯାତନା ଦେଉଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ, ପିଏ ଆଣିଲେ ସଙ୍ଗୀନ ଅଭିଯୋଗ

ଖୋର୍ଦ୍ଧା: ୨୪ ଜଣ ଏଡିଏମ୍, ୧୬ରୁ ୧୭ ଜିଲ୍ଲାପାଳଙ୍କ ପାଖରେ ମୁଁ କାମ କରିଛି । କିନ୍ତୁ କେବେ ଜିଲ୍ଲାପାଳଙ୍କ ଠାରୁ ଏମିତି ବ୍ୟବହାର ପାଇନି କି କାହାରିକୁ ଏମିତି ନିର୍ଯାତନା ଦେବା ଦେଖିନି । ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ବିରୋଧରେ ତାଙ୍କ ବ୍ୟକ୍ତିଗତ ସହାୟକ (PA) ହେମନ୍ତ ଭୋଇ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ।

ଜିଲ୍ଲାପାଳଙ୍କ ବିରୋଧରେ ମାନସିକ ନିର୍ଯାତନା, ଜାତିଆଣ ଆକ୍ଷେପ ନେଇ ତାଙ୍କ ବ୍ୟକ୍ତିଗତ ସହାୟକ ଖୋର୍ଦ୍ଧା ଆଦର୍ଶ ଥାନାରେ ଏତଲା ଦେଇଛନ୍ତି । ହେମନ୍ତ କହିଛନ୍ତି, ଜିଲ୍ଲାପାଳଙ୍କ ପିଅନ, ଚାକର ଭଳି ବ୍ୟବହାର କରୁଛନ୍ତି । ଏଭଳି ଭାବେ ୨ ମାସ ହେଲା ମାନସିକ ନିର୍ଯାତନା ଦେଇ ଆସୁଛନ୍ତି । କଥା କଥାରେ ଓଡ଼ିଆଙ୍କୁ ଗାଳି କରୁଛନ୍ତି ।

ଖାଲି ମୋତେ ନୁହେଁ ସମସ୍ତଙ୍କୁ ଏଭଳି ବ୍ୟବହାର କରୁଥିବା ହେମନ୍ତ ଅଭିଯୋଗ କରିଛନ୍ତି । ପୂର୍ବରୁ ଏଭଳି ବ୍ୟବହାର କରି ଜିଲ୍ଲାପାଳ ୪ ଜଣ ରୋଷେୟାଙ୍କୁ ବାହାର କରି ଦେଇଥିବା ହେମନ୍ତ କହିଛନ୍ତି । ପୋଲିସରେ ଅଭିଯୋଗ ପରେ ଥାନାରେ ହେମନ୍ତଙ୍କୁ ବୁଝାଇବା ଲାଗି ଉଦ୍ୟମ କରୁଛନ୍ତି ପ୍ରଶାସନିକ ଅଧିକାରୀ । ତେବେ ହେମନ୍ତଙ୍କ ଅଭିଯୋଗ ନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

Leave A Reply

Your email address will not be published.