Latest Odisha News

BREAKING NEWS

ଜୁଲାଇ ୩୧ ଯାଏଁ ଖୋଲିବନି ଐତିହ୍ୟସ୍ଥଳ

ଭୁୁବନେଶ୍ୱର: ଖୋଲିବନି ଖଣ୍ଡଗିରି, ଉଦୟଗିରି ସମେତ ୯ଟି ଐତିହ୍ୟସ୍ଥଳ । ଜୁଲାଇ ୩୧ ଯାଏଁ ଏହି ସବୁ ଐତିହ୍ୟ ସ୍ଥାନ ଉପରେ କଟକଣା ଲାଗଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ । ସଂକ୍ରମଣ ବ୍ୟାପିବା ଆଶଙ୍କାରୁ ଏସବୁକୁ ନ ଖୋଲିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ। ଏନେଇ ଏଏସ୍‌ଆଇ ଓଡ଼ିଶା ସର୍କଲ ମୁଖ୍ୟଙ୍କୁ ଖୋର୍ଦ୍ଧା ଜିଲ୍ଲାପାଳ ଚିଠି ଲେଖିଛନ୍ତି ।

ପୂର୍ବରୁ ଜୁଲାଇ ୬ ତାରିଖରେ ଓଡ଼ିଶାର କିଛି ଦର୍ଶନୀୟ ସ୍ଥାନ ଖୋଲିବାକୁ ଏଏସ୍‌ଆଇ ନିଷ୍ପତ୍ତି ନେଇଥିଲେ । ଖଣ୍ଡଗିରି, ଉଦୟଗିରି ଓ ଧଉଳି ଏଥିସହ ରାଜାରାଣୀ ମନ୍ଦିର। ତା ସହିତ ବାରବାଟୀ ଦୁର୍ଗ, ଲଳିତଗିରି, ରତ୍ନଗିରି, ଚଉଷଠି ଯୋଗିନୀ ମନ୍ଦିର, ଅସୁରଗଡ଼ ଦୁର୍ଗ ଖୋଲିବାକୁ ନିଷ୍ପତ୍ତି ହୋଇଥିଲା। ତେବେ ବଢ଼ୁଥିବା କରୋନା ସଂକ୍ରମଣ ଯୋଗୁଁ ୯ଟି ଐତିହ୍ୟ କୀର୍ତ୍ତିରାଜୀ ନ ଖୋଲିବାକୁ ଖୋର୍ଦ୍ଧା ଜିଲ୍ଲାପାଳ ଇଝଓ ଓଡ଼ିଶା ସର୍କଲ ମୁଖ୍ୟଙ୍କୁ ଚିଠି ଲେଖି ଜଣାଇଛନ୍ତି।

Leave A Reply

Your email address will not be published.