Latest Odisha News

BREAKING NEWS

ସୁସ୍ଥ ହେଲେ ରେକର୍ଡ ସଂଖ୍ୟକ ୨୯୦ କରୋନା ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟ ବଢ଼ି ଚାଲିଛି କରୋନା ସଂକ୍ରମିଣଙ୍କ ସଂଖ୍ୟା । ତେବେ ସଂକ୍ରମିତଙ୍କ ତୁଳନାରେ ସୁସ୍ଥ ହାର ମଧ୍ୟ ବଢ଼ି ଚାଲିଛି । ଆଜି ରାଜ୍ୟରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୨୯୦ କରୋନା ଆକ୍ରାନ୍‌ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ୬୨୨୪ ଜଣ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି।

ଆଜି ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଗଂଜାମରୁ ସର୍ବାଧିକ ୯୯ଜଣ ଅଛନ୍ତି । ସେହିପରି ଗଜପତିରୁ ୫୬, ଝରସୁଗୁଡାରୁ ୩୩, କଟକରୁ ୧୬ ଓ ନବରଙ୍ଗପୁରରୁ ୧୬ଜଣ ରହିଛନ୍ତି । ଅନ୍ୟପଟେ ବାଲେଶ୍ୱରରୁ ୧୫, ସମ୍ବଲପୁରରୁ ୧୧, ଖୋର୍ଦ୍ଧାରୁ ୧୦, ମୟୂରଭଞ୍ଜରୁ ୮, କେଉଁଝରରୁ ୬, ପୁରୀରୁ ୬ ଓ ଜଗତସିଂପୁରରୁ ୫ଜଣ ଆରୋଗ୍ୟ ଲାଭ କରିଛନ୍ତି । ସେହିପରି ନୟାଗଡରୁ ୩, ବରଗଡ ଓ କୋରାପୁଟରୁ ୨ଜଣ ଲେଖାଏଁ ଓ ଯାଜପୁର ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଆଜି ରାଜ୍ୟରୁ ୨୪ ଘଂଟା ମଧ୍ୟରେ ୪୬୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାମୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୦୭୦ରେ ପହଂଚିଛି । ୩୪ ଜଣଙ୍କର ମୃତ୍ୟୁ ହୋଇଛି। ଅପରପକ୍ଷେ ୬୨୨୪ ଜଣ ସୁସ୍ଥ ହୋଇଛନ୍ତି। ୨୮୦୦ଟି ସକ୍ରିୟ ମାମଲା ରହିଛି ।

Leave A Reply

Your email address will not be published.