Latest Odisha News

BREAKING NEWS

ଖୋର୍ଦ୍ଧା କ୍ଲିନିକରେ ଗୁଳିମାଡ ଘଟଣା; ଆହତ ଔଷଧ ଦୋକାନୀଙ୍କ ମୃତ୍ୟୁ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ଏକ କ୍ଲିନିକ୍ ଉପରେ ଗତକାଲି ହୋଇଥିବା ଗୁଳିମାଡ ଘଟଣାରେ ଚିକିତ୍ସାରତ ଔଷଧ ଦୋକାନୀଙ୍କ ମୃତ୍ୟୁ ଘଟିଛି ।

ମୃତ ଔଷଧ ଦୋକାନୀଙ୍କ ନାମ କୃଷ୍ଣଚନ୍ଦ୍ର ସାହୁ ବୋଲି ଜଣାପଡିଛି ।

ପ୍ରାପ୍ତ ସୂଚନାନୁଯାୟୀ ଗତକାଲି ସନ୍ଧ୍ୟାରେ ଖୋର୍ଦ୍ଧାରେ ଥିବା ଏହି କ୍ଲିନିକରେ ଜଣେ ଡାକ୍ତର ଓ ଔଷଧ ଦୋକାନୀ ବସିଥିବାବେଳେ ଅଚାନକ କିଛି ଦୁବୃର୍ତ୍ତ ଆସି ତାଙ୍କ ଉପରକୁ ଗୁଳିମାଡ କରିଥିଲେ । ଏହି ଗୁଳିମାଡରେ କୃଷ୍ଣଚନ୍ଦ୍ରଙ୍କ ପେଟରେ ଗୁଳି ବାଜିଥିବା ବେଳେ ଡାକ୍ତରଙ୍କ ଛାତି ଓ ପେଟରେ ଗୁଳି ବାଜିଥିଲା ।

ପରେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ କୃଷ୍ଣଚନ୍ଦ୍ରଙ୍କ ମୃତ୍ୟୁ ଘଟିଥିବା ନେଇ ସୁତ୍ରରୁ ପ୍ରକାଶ ।

ତେବେ ପୋଲିସ ପକ୍ଷରୁ ଏନେଇ ଖୋଳତାଡ ଜାରି ରହିଛି ।

ମୃତକ

Leave A Reply

Your email address will not be published.