Latest Odisha News

BREAKING NEWS

ପଢିବା ପାଇଁ ନ୍ୟୁୟର୍କ ଗଲେ ଖୁସି କପୁର

ମୁମ୍ବାଇ : ଖୁସି କପୁର ଗୋଟିଏ ସେମିଷ୍ଟାର କୋର୍ସ ପାଇଁ ଲି ଷ୍ଟାରସବର୍ଗ ଥିଏଟର ଏବଂ ଚଳଚ୍ଚିତ୍ର ପ୍ରତିଷ୍ଠାନ, ନ୍ୟୁୟର୍କକୁ ଯାଇଛନ୍ତି । ସେ ୟୁଏସ୍ ରୁ ଆକ୍ଟିଙ୍ଗ କୋର୍ସ ସାରି ଫେରିବା ପରେ ତାଙ୍କୁ ହିନ୍ଦୀ ଫିଲ୍ମପାଇଁ ଲଞ୍ଚ କରାଯିବ । ଦିବଂଗତ ଅଭିନେତ୍ରୀ ଶ୍ରୀଦେବୀ ଏବଂ ଫିଲ୍ମ ପ୍ରଡ୍ୟୁସର ବୋନି କପୁରଙ୍କର ସାନ ଝିଅ ଖୁସି କପୁର । 

ସୂଚନା ଅନୁସାରେ , ଖୁସି କପୁରଙ୍କୁ ୨୦୨୨ ରେ ଲଞ୍ଚ କରାଯିବ । କାରଣ କରନ ଜୋହରଙ୍କ ସମେତ ଅନ୍ୟ ପ୍ରଡ୍ୟୁସର ମାନେ ବୋନିଙ୍କୁ ଅଫର ଦେଇଛନ୍ତି । କିନ୍ତୁ ବୋନି ଏବଂ ଖୁସି ଏହା ପାଇଁ କୌଣସି ବ୍ୟସ୍ତ ହେଉନାହାଁନ୍ତି । ତାଙ୍କର ପୁରା ପରିବାରକୁ ଲାଗିଥାଏ ଅଭିନୟ ଜଗତରେ ପାଦ ଦେବା ପୂର୍ବରୁ ଆକଟିଙ୍ଗ କୋର୍ସ ସମ୍ପୂର୍ଣ କରିବା ନିହାତି ଜରୁରୀ ଏବଂ ଉଚିତ୍ ହୋଇଥାଏ ।

ଶ୍ରୀଦେବୀ ସବୁବେଳେ ଚାହୁଁଥିଲେ ତାଙ୍କ ଝିଅମାନେ ଭଲ ଆକ୍ଟିଙ୍ଗ ସ୍କୁଲରେ ଜଏନ କରନ୍ତୁ ବୋଲି । ଶ୍ରୀଦେବୀ ନିଜେ ଆକ୍ଟିଙ୍ଗ ପାଇଁ କୌଣସି ଫରମାଲ୍ ଟ୍ରେନିଙ୍ଗ ନେଇନଥିଲେ ସେଥିଲାଗି ସେ ଚାହୁଁଥିଲେ ତାଙ୍କର ଝିଅମାନେ ଯେବେ ଇଣ୍ଡଷ୍ଟ୍ରିକୁ ଆସିବେ ସମ୍ପୁର୍ଣ୍ଣ ପ୍ରସ୍ତୁତ ହୋଇ ଆସିବେ ।

 

Leave A Reply

Your email address will not be published.