Latest Odisha News

BREAKING NEWS

ଭାରତୀୟ ଗ୍ରାହକଙ୍କ ପସନ୍ଦ ସନରୁଫ୍‌ ମଡେଲ କାର, କିଆ ସୋନେଟର ୧ ଲକ୍ଷ ୟୁନିଟ୍ ହେଲା ବିକ୍ରି

ନୂଆଦିଲ୍ଲୀ: କିଆ ଇଣ୍ଡିଆ ଜାନୁଆରୀ ୨୦୨୪ରେ ସୋନେଟ୍ ଫେସେଲିଫ୍ଟ ଲଞ୍ଚ କରିଥିଲା ଏବଂ ବର୍ତ୍ତମାନ କମ୍ପାନୀ ଏକ ଲକ୍ଷ ୟୁନିଟ୍ ବିକ୍ରୟ ସଂଖ୍ୟା ହାସଲ କରିଛି । କାରଟି ଲଞ୍ଚ ହେବା ପରେ ଭାରତୀୟ ଗ୍ରାହକଙ୍କୁ ବହୁତ ପସନ୍ଦ ଆସିଥିଲା । କାରଣ ଏହି ଏସୟୁଭିରେ ଅନେକ ଫିଚର ରହିଛି । କିଆ ସୋନେଟ ଭାରତୀୟ ବଜାରରେ ଏକ୍ସ ଶୋ’ରୁମ ମୂଲ୍ୟ ୭.୯୯ ଲକ୍ଷରୁ ୧୫.୭୭ ଲକ୍ଷ ଟଙ୍କା ମଧ୍ୟରେ ଥିଲା ।

କିଆ ଇଣ୍ଡିଆର ସୂଚନାନୁସାରେ , ଚଳିତ ବର୍ଷ ଏହି ମଡେଲ ଲଞ୍ଚ ହେବା ପରଠାରୁ ଏହା ପ୍ରତି ମାସରେ ସୋନେଟ୍‌ ର ୯,୦୦୦ ୟୁନିଟ୍ ବିକ୍ରି କରିଛି । କିଆ ସୋନେଟ୍‌ ପାଇଁ ଗ୍ରାହକଙ୍କ ପସନ୍ଦ ବିଷୟରେ କମ୍ପାନୀ କହିଛି ଯେ, ୭୬% ଲୋକ ୧.୨ ଲିଟର ନ୍ୟାଚୁରାଲି ଏସ୍ପିରେଟେଡ ପେଟ୍ରୋଲ କିମ୍ବା ୧.0 ଲିଟର ଟର୍ବୋ-ପେଟ୍ରୋଲ ଇଞ୍ଜିନ ଚୟନ କରିଛନ୍ତି ।ଏହା ବ୍ୟତୀତ ଅବଶିଷ୍ଟ ୨୪ ପ୍ରତିଶତ ଗ୍ରାହକ ୧.୫ ଲିଟର ଡିଜେଲ ଇଞ୍ଜିନ ପାଇଁ ଚୟନ କରିଥିଲେ ।

ସବୁଠୁ ବିଶେଷ କଥା ହେଲା, କିଆ ସୋନେଟ୍ ର ଗ୍ରାହକ ୭୯ ପ୍ରତିଶତ ସନରୁଫ୍‌ ଥିବା ଭାରିଏଣ୍ଟକୁ ବାଛିଥିବାବେଳେ ୩୪ ପ୍ରତିଶତ ଲୋକେ ସ୍ବୟଂଚାଳିତ ଟ୍ରାନ୍ସମିସନ୍ କିମ୍ବା ଇଣ୍ଟେଲିଜେଣ୍ଟ୍ ମାନୁଆଲ୍ ଟ୍ରାନ୍ସମିସନ୍ (iMT)କୁ ବାଛିଛନ୍ତି ।

 

Comments are closed.