Latest Odisha News

କିଟ୍ ପକ୍ଷରୁ ପ୍ରକୃତିଙ୍କ ନାମରେ ମେଧାବୃତ୍ତି ଘୋଷଣା

ଭୁବନେଶ୍ୱର: କିଟ୍‍ ଛାତ୍ରୀ ପ୍ରକୃତିଙ୍କ ମୃତଦେହ ତାଙ୍କ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ଏହି ଅବସରରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସେମାନଙ୍କ ସହ ସାକ୍ଷାତ କରି ଗଭୀର ଦୁଃଖ ପ୍ରକାଶ କରିଥିଲେ।

ଏଥିସହିତ ପ୍ରକୃତିଙ୍କ ସ୍ମୃତି ଉଦ୍ଦେଶ୍ୟରେ ତାଙ୍କ ନାମରେ ଏକ ମେଧାବୃତ୍ତି ପ୍ରଦାନ କରାଯିବ ବୋଲି ସେ ଘୋଷଣା କରିଥିଲେ। ପ୍ରକୃତିଙ୍କ ବାପାଙ୍କ ପ୍ରସ୍ତାବ କ୍ରମେ ଏହି ମେଧାବୃତ୍ତି କିଟରେ ପାଠ ପଢ଼ୁଥିବା ନେପାଳର ମେଧାବୀ ଛାତ୍ରୀଙ୍କୁ ପ୍ରଦାନ କରାଯିବ।

ଆହୁରି ମଧ୍ଯ ଏହି ଘଟଣାରେ ନୂଆଦିଲ୍ଲୀସ୍ଥିତ ନେପାଳ ଦୂତାବାସରୁ ଆସିଥିବା ଦୁଇ ଅଧିକାରୀ କିଟରେ ପଢ଼ୁଥିବା ନେପାଳୀ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ପୁନର୍ବାର ଏଭଳି ପରିସ୍ଥିତି ସୃଷ୍ଟି ହେବ ନାହିଁ ବୋଲି ସେମାନଙ୍କୁ ଆଶ୍ୱାସନା ଦେଇଥିଲେ। ଅନ୍ୟ ପକ୍ଷରେ ନିଜ ଘରକୁ ଚାଲିଯାଇଥିବା ଅନେକ ଛାତ୍ରଛାତ୍ରୀ କିଟକୁ ଫେରିଛନ୍ତି। କିଟକୁ ଫେରିନଥିବା ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବା ପାଇଁ କିଟ୍‍ ପକ୍ଷରୁ ବ୍ୟବସ୍ଥା କରାଯାଇଛି।

ଏନେଇ ଅଚ୍ୟୁତ ସାମନ୍ତ ନେପାଳ ପ୍ରୋଭିନ୍‍ସ-୨ର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ଲାଲ୍‍ବାବୁ ରାଉତଙ୍କ ସହ ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି। ସେହିପରି ନେପାଳର ବୈଦେଶିକ ବ୍ୟାପାର ମନ୍ତ୍ରୀ ଅର୍ଜୁ ରାଣା ଦେଉବା, ଜଳ ଯୋଗାଣ ମନ୍ତ୍ରୀ ପ୍ରଦୀପ ଯାଦବ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ମଧ୍ୟ ସେ ଆଲୋଚନା କରିଛନ୍ତି।

Comments are closed.