କଳିଙ୍ଗ ଷ୍ଟାଡିୟମରେ ଜାତୀୟ ଜୁନିୟର ଖୋ-ଖୋ ଚାମ୍ପିୟନଶିପ ସେପ୍ଟମ୍ବର ୨୨ରୁ

ଭୁବନେଶ୍ୱର: ଜାତୀୟ ଜୁନିୟର ଖୋଖୋ ଚାମ୍ପିୟନଶିପ ସେପ୍ଟମ୍ବରୁ ୨୨ରୁ ୨୬ ପର୍ଯ୍ୟନ୍ତ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମରେ ଆୟୋଜିତ ହେବ । ଯୁବ ଓ କ୍ରୀଡା ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା ଏହା କହିଛନ୍ତି । ଓଡିଶା ଖୋଖୋ ଆସୋସିଏଶନ, କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଓ କିଟ ଡିମ ୟୁନିଭରସିଟି ଆନୁକୂଲ୍ୟରେ ଏହା ଆୟୋଜିତ ହେଉଛି । ଉଭୟ ବାଳକ ଓ ବାଳିକା ବିଭାଗରେ ୬୦ ଟିମର ୭୦୦ରୁ ଊର୍ଦ୍ଧ୍ୱ ଖେଳାଳି ଏଥିରେ ଅଂଶଗ୍ରହଣ କରିବେ । ଟିମଗୁଡିକୁ ୮ଟି ଗ୍ରୁପରେ ଭାଗ କରାଯାଇଛି । ଓଡିଶା ବାଳକ ଟିମ ଗ୍ରୁପ ଡି’ରେ ସ୍ଥାନ ପାଇଛି । ଏହି ଗ୍ରୁପରେ କର୍ଣ୍ଣାଟକ, ବିହାର, ମଧ୍ୟପ୍ରଦେଶ ଓ ମେଘାଳୟ ରହିଛନ୍ତି । ସେହିପରି ଆନ୍ଧ୍ରପ୍ରଦେଶ, ମଣିପୁର ଓ ଜମ୍ମୁ-କଶ୍ମୀର ଟିମ ସହ ଓଡିଶା ବାଳିକା ଟିମ୍ ଗ୍ରୁପ ଇରେ ସ୍ଥାନ ପାଇଛନ୍ତି । ଆସନ୍ତା ବର୍ଷ ହରିୟାଣାର ପଂଚକୁଲାରେ ଆୟୋଜିତ ହେବାକୁ ଥିବା ୪ର୍ଥ ଖେଲୋ ଇଣ୍ଡିଆ ୟୁଥ ଗେମ୍ସ ପାଇଁ ଏହି ଜାତୀୟ ଚାମ୍ପିୟନଶିପ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଭାବେ ପରିଗଣିତ ହେବ । ସୂଚନାଯୋଗ୍ୟ, ୨୦୧୬-୧୭ରେ ଓଡିଶା ସବ ଜୁନିୟର ଜାତୀୟ ଚାମ୍ପିୟନଶିପ କିଟରେ ଆୟୋଜିତ ହୋଇଥିଲା ।