Latest Odisha News

BREAKING NEWS

ରହସ୍ୟ ଘେରରେ କିମ୍ ଜୋଙ୍ଗ ଉନଙ୍କ ସ୍ୱାସ୍ଥ୍ୟାବସ୍ଥା; ଡାକ୍ତରୀ ଦଳ ପଠାଇଲା ଚାଇନା !

ନ୍ୟୁୟର୍କ: ଉତ୍ତର କୋରିଆର ନିର୍ଦ୍ଦୟୀ ଶାସକ କିମ ଜୋଙ୍ଗ ଉନଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ରହସ୍ୟ ଘନେଇବାରେ ଲାଗିଛି । ଆମେରିକା ଓ ଦକ୍ଷିଣ କୋରିଆ ସମେତ ଅନେକ ଦେଶର ମିଡିଆ କିମ୍ ଜୋଙ୍ଗ୍‌ଙ୍କ ସ୍ୱାସ୍ଥ୍ୟକୁ ନେଇ ବିଭିନ୍ନ ପ୍ରକାର ଦାବି କରିଛନ୍ତି । ଏପରି ସ୍ଥିତିରେ ଚାଇନା ନିଜର ଏକ ଡାକ୍ତରୀ ଦଳ ଉତ୍ତର କୋରିଆ ପଠାଇଥିବା ଜଣାପଡିଛି ।

ରୟଟର୍ସ ରିପୋର୍ଟ ଅନୁଯାୟୀ ଚାଇନାର କମ୍ୟୁନିଷ୍ଟ ଦଳର ଜଣେ ବରିଷ୍ଠ ନେତାଙ୍କ ନେତୃତ୍ୱରେ ବେଜିଂରୁ ଉତ୍ତର କୋରିଆ ଅଭିମୁଖେ ଏକ ଡାକ୍ତରୀ ଦଳ ଯାତ୍ରା କରିଛି । ସର୍ବପ୍ରଥମେ ସିୟୋଲର ଏକ ୱେବ୍‌ସାଇଟ୍ କିମ୍ ଜୋଙ୍ଗ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ନଥିବା ପ୍ରକାଶ କରିଥିଲା । ସେବେଠୁ ଏ ବାବଦରେ କୌଣସି ଭିତିରି ଖବର ସାମ୍ନାକୁ ଆସିନି ।

ତେବେ ଶୁଣିବାକୁ ମିଳିଛି ଏକ ଅଜଣା ରୋଗରେ ପୀଡିତ ହୋଇ କିମ୍ ଜୋଙ୍ଗ ବହୁ ଲମ୍ବା ସମୟ ଧରି ଚିକିତ୍ସିତ ହେଉଛନ୍ତି । ଆମେରିକାର ଗୁଇନ୍ଦା ସୁତ୍ରରୁ ପ୍ରକାଶ କିମ୍ ଜୋଙ୍ଗ୍ କୋମାରେ ଅଛନ୍ତି ଅଥବା ତାଙ୍କର ମସ୍ତିଷ୍କ ମୃତବସ୍ଥାରେ ରହିଛି । ଅନ୍ୟପଟେ ଦକ୍ଷିଣ କୋରିଆ କହିଛି କିମ୍‌ଙ୍କର ଏବେ ସର୍ଜରୀ ହୋଇଥିଲାବେଳେ ତାଜା ସ୍ଥିତି ଅସ୍ପଷ୍ଟ ରହିଛି ।

Leave A Reply

Your email address will not be published.