Latest Odisha News

କିମ ଜୋଙ୍ଗ ଉନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲଅଛି, ତାଙ୍କୁ କମ ଭାବିବା ଠିକ ନୁହଁ – ଟ୍ରମ୍ପ

ୱାଶିଂଟନ: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟୁଇଟ୍ କରି କହିଛନ୍ତି ଯେ ଉତ୍ତର କୋରିଆର ସର୍ବୋଚ୍ଚ ନେତା କିମ ଜୋଙ୍ଗ ଉନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି। ଟ୍ରମ୍ପ ଆହୁରି କହିଛନ୍ତି ତାଙ୍କୁ କଦାପି କମ ଭାବନ୍ତୁ ନାହିଁ ।

 

ଗତ କିଛି ମାସ ମଧ୍ୟରେ କିମ ଜୋଙ୍ଗ ଉନଙ୍କ ସ୍ୱାସ୍ଥ୍ୟ ବିଫଳ ହେବାର ଖବର ସାମ୍ନାକୁ ଆସିଛି। ଅନେକ ସପ୍ତାହ ଧରି ହୋଇଥିବା ରିପୋର୍ଟରେ ଦର୍ଶାଯାଇଥିଲା ଯେ ଏକଛତ୍ରବାଦୀ ଶାସକ ତାଙ୍କ ମୃତ୍ୟୁ ଶଯ୍ୟାରେ ଥିଲେ ଏବଂ ତାଙ୍କ ଭଉଣୀ କିମ ୟୋ-ଜୋଙ୍ଗ ହର୍ମିଟ ରାଜ୍ୟକୁ ନିୟନ୍ତ୍ରଣ କରିବାକୁ ଯାଉଥିଲେ।

ନିଉଜ ସଂସ୍ଥା ବିବିସି ଅନୁଯାୟୀ ଦକ୍ଷିଣ କୋରିଆର ଗୁପ୍ତଚର ଏଜେନ୍ସି ଅଗଷ୍ଟରେ ରିପୋର୍ଟ କରିଥିଲା ଯେ କିମ ତାଙ୍କ ଭଉଣୀଙ୍କୁ ଅଧିକ ଦାୟିତ୍ୱ ଦେଇଛନ୍ତି, ଯାହା ନେତାଙ୍କ ସ୍ୱାସ୍ଥ୍ୟକୁ ନେଇ କଳ୍ପନା ଜଳ୍ପନାର କାରଣ ହୋଇଛି।

Comments are closed.