Latest Odisha News

BREAKING NEWS

ସେନାକୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ କହିଲେ ଉତର କୋରିଆ ଶାସକ କିମ ଜୋଙ୍ଗ

ନୂଆଦିଲ୍ଲୀ: ଉତର କୋରିଆର ଏକଚ୍ଛତ୍ରବାଦ ଶାସକ କିମ ଜୋଙ୍ଗ ଉନ ତାଙ୍କ ସେନାକୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ କହିଛନ୍ତି । ସେନାର ଟପ ଜେନେରାଲ ପାକ ସୁ ଇଲଙ୍କୁ ହଟେଇବା ପରେ ସେ ଏହି ନିଷ୍ପତି ନେଇଛନ୍ତି । ରି ୟୋଙ୍ଗ ଗିଲଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି । ବହୁ ମାତ୍ରାରେ ଅସ୍ତ୍ରଶସ୍ତ୍ର ନିର୍ମାଣ କରିବାକୁ ମଧ୍ୟ ସେ ଆଦେଶ ଦେଇଛନ୍ତି । କିମଙ୍କ ଏହି ନିର୍ଦ୍ଦେଶ ଯୁଦ୍ଧ ଆଶଙ୍କା ସୃଷ୍ଟି କରିଛି । ଦକ୍ଷିଣ କୋରିଆ ଏଥିପାଇଁ ଆବଶ୍ୟକ ପ୍ରସ୍ତୁତି ଆରମ୍ଭ କରିଛି । ଆମେରିକା ୨ଟି ପରମାଣୁ ବୁଡା ଜାହାଜ ଦକ୍ଷିଣ କୋରିଆକୁ ପଠାଇଛି ।

କିଛି ଦିନ ତଳେ ଉତର କୋରିଆ ପରମାଣୁ କ୍ଷମତା ସମ୍ପନ୍ନ ଇଂଟର କଂଟିନେଟାଂଲ ବାଲେଷ୍ଟାଇଲ ମିସାଇଲ ପରୀକ୍ଷଣ କରିଥିଲା । ଏହା ପରେ ଉତେଜନା ବୃଦ୍ଧି ପାଇଛି । ଉତର କୋରିଆକୁ ଚୀନ ଓ ରୁଷିଆ ପରୋକ୍ଷରେ ସମର୍ଥନ କରୁଥିବା ବେଳେ ଦକ୍ଷିଣ କୋରିଆକୁ ଆମେରିକା ଭରପୂର ସହଯୋଗ କରୁଛି ।

Leave A Reply

Your email address will not be published.