Latest Odisha News

BREAKING NEWS

ଭାଷଣ ଦେଲାବେଳେ କାହିଁକି କାନ୍ଦି ପକାଇଲେ କିମ୍ ଜଙ୍ଗ୍ ଉନ୍

ପୋଙ୍ଗୟାଙ୍ଗ: ଉତ୍ତର କୋରିଆ ରାଷ୍ଟ୍ରପତି କିମ୍‌ ଜଙ୍ଗ୍ ଉନ୍‌ କୌଣସି ନା କୌଣସି କାରଣରୁ ସବୁବେଳେ ଚର୍ଚ୍ଚାରେ ରହିଆସୁଛନ୍ତି। ଶାସକ ଦଳର ୭୫ତମ ପ୍ରତିଷ୍ଠା ଦିବସ ଅବସରରେ  ଏକ ବିଶାଳ ସାମରିକ ସମାବେଶକୁ ଉଦ୍‌ବୋଧନ ଦେଇ କିମ୍‌ ନିଜ ସରକାରଙ୍କ ବିଫଳତା ପାଇଁ ଦେଶବାସୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିବା ସମୟରେ ବାରମ୍ବାର ଚଷମା ଖୋଲି ଆଖିରୁ ଲୁହ ପୋଛୁଥିବାର ଦେଖିବାକୁ ମିଳିଥିଲା।

ତେବେ କିମ୍‌ ଜଙ୍ଗ୍ ଉନ୍‌ଙ୍କ ପରି ଜଣେ ଟାଣୁଆ ନେତାଙ୍କ କାନ୍ଦିବା ଦୃଶ୍ୟ ଦେଖି ସମସ୍ତେ ଚକିତ ହୋଇଯାଇଥିଲେ। କିମ୍‌ କହିଛନ୍ତି ଯେ ଦେଶବାସୀଙ୍କର ତାଙ୍କ ଉପରେ ବିଶ୍ୱ‌ାସ ଅଛି ଏହା ତାଙ୍କ ପାଇଁ ବଡ଼ ଆଶ୍ୱ‌ାସନା।

ଦେଶ ପ୍ରତି ତାଙ୍କ ବାପା ଏବଂ ଜେଜେବାପାଙ୍କ ଅବଦାନ ତୁଳନାରେ ତାଙ୍କର ଯଥେଷ୍ଟ ନୁହେଁ ଏବଂ ସେଥିପାଇଁ ସେ କ୍ଷମା ଚାହୁଛନ୍ତି ବୋଲି ସେ କହିଥିଲେ।

Comments are closed.