Latest Odisha News

BREAKING NEWS

ଅଜଗରକୁ ଗିଳିଦେଲା ଅହିରାଜ, ଜାଣନ୍ତୁ କେଉଁଠି ?

ଅନୁଗୁଳ: ଅଜଗରକୁ ଗିଳିଲା ଅହିରାଜ । ଅହିରାଜଟି ଅଜଗରକୁ ଗିଳିବା ପରେ ଜଣେ ବ୍ୟକ୍ତିଙ୍କ ଘରେ ପଶିଯାଇଥିଲା । ଖବର ପାଇ ଘଟଣାସ୍ଥଳରେ ବନକର୍ମଚାରୀ ପହଞ୍ଚି ଅହିରାଜ ସାପଟିକୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡ଼ିଦେଇଛି ।

ସୂଚନାନୁସାରେ, ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ଅଞ୍ଚଳରେ ଏକ ଅହିରାଜ ସାପ ଅନ୍ୟ ଏକ ଅଜଗର ସାପକୁ ଗିଳି ଦେଇଥିଲା । ପରେ ଉକ୍ତ ସାପଟି କରଡାପଡା ଗ୍ରାମର ଗଡ ଦଳବେହେରାଙ୍କ ଘର ଭିତରକୁ ପଶି ଯାଇଥିଲା। ପରିବାର ଲୋକେ ସାପଟିକୁ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ବନ କର୍ମଚାରୀ ଲକ୍ଷ୍ମଣ ମିର୍ଦ୍ଧାଙ୍କ ସହ ଅନ୍ୟ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଅହିରାଜ ସାପକୁ ଉଦ୍ଧାର କରିଥିଲେ।ଉଦ୍ଧାର ପରେ ପୂର୍ବରୁ ଗିଳିଥିବା ଅଜଗର ସାପଟିକୁ ଅହିରାଜ ବାହାର କରି ଦେଇଥିଲା। ସେତେବେଳକୁ ଅଜଗର ସାପଟି ମରି ସାରିଥିଲା। ପରବର୍ତ୍ତୀ ସମୟରେ ସାପଟିକୁ ଟିକରପଡା ବନାଞ୍ଚଳ କାର୍ୟ୍ୟାଳୟକୁ ଅଣାଯାଇ ପରେ ଟିକରପଡା ବନାଞ୍ଚଳ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ବନପାଳ ଅନିଲ ସାହୁଙ୍କ ଉପସ୍ଥିତିରେ ଅହିରାଜକୁ ନିକଟସ୍ଥ ସୁରକ୍ଷିତ ପ୍ରାକୃତିକ ଆବାସସ୍ଥଳୀରେ ଛାଡି ଦିଆଯାଇଥିଲା।

Comments are closed, but trackbacks and pingbacks are open.