Latest Odisha News

BREAKING NEWS

[ଭିଡ଼ିଓ] ପୁଣି ଧରା ପଡିଲା ସେକ୍ସ ରାକେଟ୍ :୨ ଯୁବତୀ ଉଦ୍ଧାର, ଦଲାଲ ଗିରଫ

କଟକ: କିଛି ଦିନ ବ୍ୟବଧାନ ପରେ ପୁଣି ଧରା ପଡିଲା ସେକ୍ସ ରାକେଟ୍ । ଖୋଦ୍ ଥାନା ପଛ ପଟେ ଚାଲିଥିଲା ଖୁଲମଖୁଲା ଦେହ ବେପାର । କଟକ ମର୍କତ ନଗର ଥାନା କିଛି ଦୂରରେ ଥିବା ଏକ ଗେଷ୍ଟ ହାଉସରେ ଚାଲିଥିଲା ଏହି ରାକେଟ । ତେବେ ପୁଲିସ ନିକଟରେ ଖବର ପହଂଚିବା ପରେ ଅଚାନକ ଭାବେ ଚଢାଉ କରାଯିବା ସହିତ ୨ ଯୁବକ ଯୁବତୀଙ୍କୁ ଉଦ୍ଧାର କରାଯାଇଛି । ତା ସହିତ ଗେଷ୍ଟ ହାଉସ ମ୍ୟାନେଜରଙ୍କୁ  ଗିରଫ କରିଛି ପୁଲିସ୍ ।

କିଛି ଦିନ ଧରି ଏହି ସ୍ଥାନରେ ସେକ୍ସ ରାକେଟ ଚାଲିଥିବା ଅଭିଯୋଗ ହୋଇଆସୁଥିଲା । ଏବେ ରେଡ କରାଯିବା ପରେ ଜଣେ ଦଲାଲକୁ ମଧ୍ୟ ଗିରଫ କରାଯାଇଛି । ତା ସହିତ ବହୁ ଆପତ୍ତିଜନକ ସାମଗ୍ରୀ ସହ ବହୁ ଟଙ୍କା ମଧ୍ୟ ଜବତ କରାଯାଇଛି ।

ଏହି ଅଞ୍ଚଳରେ ଅନୈତିକ କାର୍ଯ୍ୟକଳାପ ବଢିଚାଲିଥିବା ବେଳେ ଗେଷ୍ଟ ହାଉସକୁ ଖୁବଶିଘ୍ର ସିଲ୍ କରାଯିବ ବୋଲି ଜଣାଯାଇଛି ।

 

 

 

 

 

Comments are closed, but trackbacks and pingbacks are open.