ଦୁବାଇ: ଆଇପିଏଲର ଆଜିର ରୋମାଞ୍ଚକର ମ୍ୟାଚରେ ଦିଲ୍ଲୀକୁ ୫ ୱିକେଟରେ ହରାଇଲା କିଙ୍ଗ ଇଲେଭେନ ପଞ୍ଜାବ । ବେକାର ଗଲା ଶିଖର ଧୱନଙ୍କ ଶତକ । ନିକୋଲସ୍ ପୁରାନଙ୍କ ଅର୍ଦ୍ଧଶତକ ବଳରେ ଦିଲ୍ଲୀ ହାତରୁ ମ୍ୟାଚ ଛଡାଇନେଲା ପଞ୍ଜାବ । ୧୬୫ ରନ ଟାର୍ଗେଟର ପିଛା କରି ପଂଜାବ ୧୯ ଓଭରରେ ୫ ୱିକେଟ ହରାଇ ଲକ୍ଷ୍ୟ ହାସଲ କରି ନେଇଥିଲା ।
ପଞ୍ଜାବ ପକ୍ଷରୁ ନିକୋଲସ୍ ପୁରାନ ୫୩ ରନ କରି ଥିବା ବେଳେ ମାକ୍ସୱେଲ ୩୨ ରନ ଓ କ୍ରିସ୍ ଗେଲ ୨୯ ରନ କରିଥିଲେ ।
ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ନିର୍ଦ୍ଧାରିତ ଓଭରରେ ୫ ୱିକେଟ ହରାଇ୧୬୪ ରନ କରିଥିଲା । ଶିଖର ଧୱନ ସର୍ବାଧିକ ୬୧ ବଲରେ ୧୦୬ ରନ କରିଥିଲେ । ଶ୍ରେୟସ୍ ଆୟାର ଓ ରିଷଭ ପନ୍ଥ ଉଭୟେ ମାତ୍ର ୧୪ ରନ କରି ପ୍ୟାଭିଲିଅନ ଫେରିଥିଲେ ।
Comments are closed.