Latest Odisha News

କେନ୍ଦ୍ର ବଜେଟ ୨୦୨୫ :ବଢିଲା କିଷାନ କ୍ରେଡିଟ କାର୍ଡ ଲିମିଟ୍, ୩ଲକ୍ଷରୁ ହେଲା ୫ଲକ୍ଷ

ନୂଆଦିଲ୍ଲୀ: ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଷ୍ଟମ ଥର ବଜେଟ୍‌ ଉପସ୍ଥାପନ କରିଛନ୍ତି । ଏହା ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟ। ବଜେଟରେ ଚାଷୀଙ୍କ ପାଇଁ ବଡ ଘୋଷଣା କରାଯାଇଛି । କିଷାନ କ୍ରେଡିଟ୍ କାର୍ଡର ଲିମିଟ ୩ ଲକ୍ଷ ଟଙ୍କା ରହିଥିଲା, ଯାହା ଏବେ ୫ ଲକ୍ଷ ଟଙ୍କା ହୋଇଛି ।

ଏଥିରେ ୭.୭ କୋଟି ଚାଷୀ ଉପକୃତ ହେବେ । ୟୁରିଆ ଉତ୍ପାଦନରେ ଦେଶ ଆତ୍ମନିର୍ଭରଶିଳ ହେବ । ଆସାମର ନାମରୂପରେ ୟୁରିଆ ପ୍ଲାଣ୍ଟ ସ୍ଥାପନ କରାଯିବ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି “କିଷାନ କ୍ରେଡିଟ କାର୍ଡ ୭.୭ କୋଟି କୃଷକ, ମତ୍ସ୍ୟଜୀବୀ ଏବଂ ଦୁଗ୍ଧ ଚାଷୀଙ୍କୁ ଋଣ ସୁବିଧା ଯୋଗାଇଥାଏ। କେସିସି (କିଷାନ କ୍ରେଡିଟ କାର୍ଡ) ମାଧ୍ୟମରେ ନିଆଯାଇଥିବା ଋଣ ସୀମା ୩ ଲକ୍ଷରୁ ୫ ଲକ୍ଷକୁ ବୃଦ୍ଧି କରାଯାଇଛି।

କେସିସିର ଲିମିଟ ବୃଦ୍ଧି କରିବାକୁ ସରକାରଙ୍କୁ ଦୀର୍ଘ ସମୟ ଧରି ଦାବି କରାଯାଉଥିଲା।

Comments are closed.