Latest Odisha News

ଦାମି ଗାଡ଼ିରେ ଆସି ରାସ୍ତାକଡ଼ରେ ଚା’ ବିକନ୍ତି ଦୁଇ ଯୁବକ

ମୁମ୍ବାଇ: ଯେଉଁମାନେ ଚା କିମ୍ବା ରାସ୍ତା କଡ଼ରେ କୌଣସି ଜଳଖିଆ ବ୍ରିକ୍ରି କରନ୍ତି, ତାଙ୍କୁ ଛୋଟ ଲୋକ ଭାବରେ ବିବେଚନା କରାଯାଏ । କିନ୍ତୁ ବର୍ତ୍ତମାନ ପରିସ୍ଥିତି ବଦଳି ଯାଇଛି । ଉଚ୍ଚ ଶିକ୍ଷିତ ଯୁବକମାନେ ନିଜ ଇଚ୍ଛାରେ ରାସ୍ତାକଡ଼ରେ ଚା’ ବିକ୍ରି କରୁଛନ୍ତି । ଏବେ ମୁମ୍ବାଇର ଦୁଇ ଜଣ ଯୁବକ ଦାମି କାରରେ ଆସି ରାସ୍ତାକଡ଼ରେ ଚା’ ଷ୍ଟଲ ଲଗାଉଛନ୍ତି । ଏପରି ଦୁଇ ଚା ବିକ୍ରେତାଙ୍କ କାହାଣୀ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ମୁମ୍ବାଇରେ ରୁହନ୍ତି ଅମିତ କାଶ୍ୟପ ଏବଂ ମନନୁ ଶର୍ମା । ଏହି ଦୁଇ ଯୁବକ ଭଲ ସାଙ୍ଗ । ସେମାନେ ଏକ ଅଡି କାରରେ ଆସି ଚା’ ବିକ୍ରୟ କରୁଛନ୍ତି । ସେମାନେ ଲୋଖଣ୍ଡୱାଲାରେ ସେମାନଙ୍କ ଚା ଷ୍ଟଲ୍ ଲଗାନ୍ତି । ଆଉ ଷ୍ଟଲର ନାଁ ରଖିଛନ୍ତି ‘ଅନ୍ ଡ୍ରାଇଭ୍ ଚା’ । ସକାଳ ହେଲେ ଉଭୟ ଭଲ ଡ଼୍ରେସ ପିନ୍ଧିି ଏକ ଅଡି କାରରେ ଚାଲିଆସନ୍ତି, ଯେପରି ସେମାନେ ଅଫିସ୍ କିମ୍ବା କୌଣସି ସ୍ଥାନକୁ ଡ୍ରାଇଭ୍ କରିବାକୁ ଯାଉଛନ୍ତି । କୌଣସି ଗୋଟିଏ ସ୍ଥାନରେ ତାଙ୍କ କାରକୁ ପାର୍କିଂ କରି ଦିଅନ୍ତି । ପରେ କାର ପଛରୁ ସମସ୍ତ ଜିନିଷ କାଢି ରାସ୍ତା କଡ଼ରେ ଷ୍ଟଲ ଲଗାଇ ଦିଅନ୍ତି । ଏହି ଚା’ ପିଇବା ପାଇଁ ଲୋକଙ୍କ ଭିଡ଼ ଜମେ ।

ସେମାନେ କୁହନ୍ତି, ନିଜର ବ୍ୟବସାୟକୁ ଦୃଷ୍ଟିରେ ରଖି ଏପରି ଦାମି କାର ବ୍ୟବହାର କରୁଛନ୍ତି । ଆମର ବେଶଭୂଷା ଦେଖି ଲୋକେ ଆମ ଚା ଷ୍ଟଲ ପ୍ରତି ଆକୃଷ୍ଟ ହେବେ । ସେଥିଲାଗି ଆମେ ଦାମି ପୋଷାକ ପିନ୍ଧିବା ସହ ୬୦ ଲକ୍ଷ ଟଙ୍କାର ଦାମୀ କାରରେ ଆସିଥାଉ । ଅନେକ ସେଲିବ୍ରିଟ୍ ମଧ୍ୟ ଆମ ଷ୍ଟଲରେ ଚା’ ପିଇବାକୁ ଆସନ୍ତି । ଆଉ ଆମ ଚା’ କୁ ବି ପସନ୍ଦ କରନ୍ତି ।

Leave A Reply

Your email address will not be published.