ବ୍ୟୁରୋ: ରୋଷେଇ ଘରେ ଅଣଦେଖା ଆଣିପାରେ ବିପତ୍ତି । କିଚେନ୍ରେ ଆପଣଙ୍କ ନିତ୍ୟ ବ୍ୟବହାର୍ଯ୍ୟ ବାସନକୁସନକୁ ନେଇ ହୁଅନ୍ତୁ ସତର୍କ । ପ୍ରେସର କୁକରରୁ ଦେହ ଖରାପ ହେବାର ରହିଛି ସମ୍ଭାବନା । ଆମେ ସମସ୍ତେ ଜାଣିଛେ, ରୋଷେଇ ଘର ସଫାସୁତୁରା ରଖିବା ଆବଶ୍ୟକ । କିନ୍ତୁ କିଚେନ୍ରେ କିଛି ଛୋଟ ଛୋଟ ଅଣଦେଖା ଆମ ଶରୀର ।ଇଁ ମହଙ୍ଗା ପଡିପାରେ । ଯେମିତିକି ପ୍ରେସର କୁକର୍ । ଫଟାଫଟ୍ ରୋଷେଇ ସାରିବାର ଏହା ଏକ ସିମ୍ପୁଲ ଫଣ୍ଡା । ଡାଲି ହେଉ ତରକାରୀ , ଖେଚୁଡି କି ଭାତ ରାନ୍ଧିବାକୁ ବି ପ୍ରେସର କୁକର ବ୍ୟବହାର କରାଯାଏ । ହେଲେ ରନ୍ଧାଯିବା ପରେ ସଫା କରୁଛନ୍ତି କି କୁକର୍? କଣ ସଫା କରିବାର ଠିକ୍ ତରିକା ଜାଣନ୍ତି ? କୁକର୍ ଭିତର, ଲିଡ୍ ହୁଇସିଲ୍ ସବୁ ତ ସଫା କରୁଥିବେ ହେଲେ ଲିଡ୍ରେ ଲାଗି ଥିବା ରବର୍ ଗ୍ୟାସକେଟ୍ ପ୍ରତି ରୋଷେଇ ପରେ ସଫା କରୁଛନ୍ତି କି? କିଛି କହିବେ ହଁ , କିଛି କହିବେ ନା । କହିବାକୁ ଗଲେ ଅଧିକାଂଶ ମହିଳା କହିବେ ସଫା ତ କରୁଛୁ । ଏହା କୌଣସି ଡିସ୍ ଉଆସ୍ କି ସାବୁନରେ ସଫା ହେବନି । ଏହାକୁ ସଫା କରିବାର ପ୍ରକୃତ ନିୟମ ଜାଣିବା ଦରକାର । ନଚେତ୍ ଆପଣଙ୍କ ଘରେ ଛୋଟରୁ ବଡ ସମସ୍ତେ ହୋଇଯିବେ ରୋଗୀ । କୁକର୍ ସଫା କରିବା ବେଳେ ନୁହେଁ ଏହାକୁ ଅଲଗା କରି ସଫା କରିବା ନିହାତି ଜରୁରୀ । ବାହାରୁ କି ଭିତରୁ କୁକର୍ ସଫା ଦିଶିଲେ ତାକୁ ସଫା କି ଜର୍ମସ ଫ୍ରି ଅଛି ବୋଲି କହିପାରିବା ନାହିଁ । ପ୍ରସିଦ୍ଧ କର୍କଟ ରୋଗ ଚିକିତ୍ସକ ଡକ୍ଟର ତରଙ୍ଗ କୃଷ୍ଣ ତାଙ୍କର ଏକ ସୋସିଆଲ ମିଡିଆ ପୋଷ୍ଟରେ ରୋଷେଇ ଘରର ପରିଚ୍ଛନ୍ନତାରେ ଏହି ଭୁଲ୍ ବିଷୟରେ ଆଲୋକପାତ କରିଛନ୍ତି । ପ୍ରତିଦିନ ଆମେ କରୁଥିବା ଏହି ଛୋଟ ଭୁଲ୍ ବିଷୟରେ କହିଛନ୍ତି । ଡକ୍ଟର ତରଙ୍ଗଙ୍କ କହିବା କଥା, ଦେହ ଖରା ହେଲେ ସାଧାରଣତଃ ଆମେ ବାହାର ଖାଇବା ଉପରେ ଦୋଷ ଲଦିଦେଉା କିନ୍ତୁ ରୋଗ ପଛର ପ୍ରକୃତ କାରଣ ଆମ ଘର ରୋଷେଇ ଘରେ ହି ରହିଛି । ଲିଡ୍ ଭିତରେ ରବର ଗ୍ୟାସକେଟ୍ ଫିଟ୍ ହୋଇ ରହିଥାଏ । ମୋଟେମୋଟି ଉପରେ କୁକର୍ ସଫା ହୋଇଯାଏ କିନ୍ତୁ ରବରଟିକୁ ବାହାର କରି ସଫା କରିବା ଭୁଲିଯାନ୍ତି । ରବର ଏବଂ ସିଲିକନ୍ ସିଲ୍ ଗୁଡିକ ସାଧାରଣ ଭାବେ ଆଦ୍ରତା, ତେଲ ଏବଂ ଖାଦ୍ୟର କ୍ଷୁଦ୍ର ଅଂଶକୁ ଧରି ରଖନ୍ତି । ନିୟମିତ ବ୍ୟବହାର ଫଳରେ ଖାଦ୍ୟର ଅବଶେଷ ଜମି ରହି ରୋଗର କାରଣ ସାଜେ । ଏହି ସମସ୍ୟାର ସହଜ ଏବଂ ସରଳ ସମାଧାନ ହେଉଛି ରବର ଗ୍ୟାସକେଟ୍ ସଫା । ହେଲେ କେମିତି, କୁକର୍ ବାରମ୍ବାର ବ୍ୟବହାର କଲା ପରେ ଗ୍ୟାସକେଟ୍ ଖୋଲି ତାକୁ ଭିନେଗାର ଓ ବେକିଂସୋଡା ପାଣିରେ ୫ମିନିଟ୍ ପାଇଁ ବୁଡାଇ ରଖନ୍ତୁ । ତାପରେ ସଫା କରି ବ୍ୟବହାର କରନ୍ତୁ । ଏହାଛଡା ପ୍ରତି ୬ମାସରେ ଥରେ ଗ୍ୟାସକେଟ୍ ବଦଳାଇବାର ଅଭ୍ୟାସ ରଖନ୍ତୁ ଏବଂ ନିଜେ ଓ ପରିବାରକୁ ରୋଗମୁକ୍ତ କରନ୍ତୁ ବୋଲି ଡାକ୍ତର କହିଛନ୍ତି ।
BREAKING NEWS
- ଦିଲ୍ଲୀ ମୁହାଁ CJP ସମର୍ଥକ; ଆନ୍ଦୋଳନ ଅଟକାଇବାକୁ ସମସ୍ତ ରାଜ୍ୟକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟର କଡ଼ା ନିର୍ଦ୍ଦେଶ
- Vote Chori Proof: ସିଇସିଙ୍କ ଇସ୍ତଫା ଦାବିରେ ରାଷ୍ଟ୍ରପତିଙ୍କୁ ଭେଟିଲା ଇଣ୍ଡି ମେଣ୍ଟ, ଭୋଟ ଚୋରିର ପ୍ରମାଣ ମାଗିଲେ ମହାମହିମ, ରାହୁଲ କହିଲେ…
- Low Pressure: ବଙ୍ଗୋପସାଗରରେ ୧୩ରେ ଲଘୁଚାପ! ଭିଜିବ ଦଶହରା ନା ପାଗ ରହିବ ଶୁଖିଲା? ଆସିଲା ବଡ଼ ଅପଡେଟ୍
- SI Recruitment Scam: ଏସ୍ଆଇ ନିଯୁକ୍ତି ଦୁର୍ନୀତିରେ ଇଡିର ବଡ଼ ଆକ୍ସନ୍! କୋଟି କୋଟି ଟଙ୍କାର ମନି ଟ୍ରେଲ୍ ଖୋଜୁଛି ତଦନ୍ତକାରୀ ସଂସ୍ଥା, ମୁନା ମହାନ୍ତିଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ରେଡ୍
- Student Polls: ଜେନ୍-ଜିଙ୍କୁ ଡରୁଛି ବିଜେପି? ଛାତ୍ର ସଂସଦ ନିର୍ବାଚନରେ ପକ୍ଷପାତ ଅଭିଯୋଗ, ରାସ୍ତାକୁ ଓହ୍ଲାଇବ ବିଜେଡି!
- Delhi on High Alert: ଦିଲ୍ଲୀରେ ହାଇଆଲର୍ଟ! ୪୫ ମେଟ୍ରୋ ଷ୍ଟେସନ୍ ବନ୍ଦ, ୬୬ରୁ ଅଧିକ ଟ୍ରେନ୍ ବାତିଲ୍, ହଜାର ହଜାର ସୁରକ୍ଷାକର୍ମୀଙ୍କ ନଜର; CJP ପ୍ରଦର୍ଶନ ପୂର୍ବରୁ ରାଜଧାନୀରେ ଅଭୂତପୂର୍ବ ସୁରକ୍ଷା
- କ୍ଷେପଣାସ୍ତ୍ର ଆକ୍ରମଣ ପରେ ସାଉଦି ବିମାନବନ୍ଦରରେ ଆତଙ୍କ; ଭାରତୀୟମାନଙ୍କୁ ଘରୁ ବାହାରକୁ ନ ବାହାରିବାକୁ ପରାମର୍ଶ
- ୨ଦିନିଆ ଗସ୍ତ ଓଡ଼ିଶା ଗସ୍ତରେ ମୋହନ ଭାଗବତ
- ବୈଭବଙ୍କୁ କପିଳ ଦେବଙ୍କ ଚେତାବନୀ ,ବିନୋଦ କାମ୍ବଲୀଙ୍କ କ୍ୟାରିୟରକୁ ଦେଖ
- ‘ଇ-ସଞ୍ଚାର ଆପ୍’ର ଶୁଭାରମ୍ଭ;ଖୁବଶୀଘ୍ର ଆସିବ ସାମାଜିକ ଗଣମାଧ୍ୟମ ନୀତି

Comments are closed.