ବ୍ୟୁରୋ: ରୋଷେଇ ଘରେ ଅଣଦେଖା ଆଣିପାରେ ବିପତ୍ତି । କିଚେନ୍ରେ ଆପଣଙ୍କ ନିତ୍ୟ ବ୍ୟବହାର୍ଯ୍ୟ ବାସନକୁସନକୁ ନେଇ ହୁଅନ୍ତୁ ସତର୍କ । ପ୍ରେସର କୁକରରୁ ଦେହ ଖରାପ ହେବାର ରହିଛି ସମ୍ଭାବନା । ଆମେ ସମସ୍ତେ ଜାଣିଛେ, ରୋଷେଇ ଘର ସଫାସୁତୁରା ରଖିବା ଆବଶ୍ୟକ । କିନ୍ତୁ କିଚେନ୍ରେ କିଛି ଛୋଟ ଛୋଟ ଅଣଦେଖା ଆମ ଶରୀର ।ଇଁ ମହଙ୍ଗା ପଡିପାରେ । ଯେମିତିକି ପ୍ରେସର କୁକର୍ । ଫଟାଫଟ୍ ରୋଷେଇ ସାରିବାର ଏହା ଏକ ସିମ୍ପୁଲ ଫଣ୍ଡା । ଡାଲି ହେଉ ତରକାରୀ , ଖେଚୁଡି କି ଭାତ ରାନ୍ଧିବାକୁ ବି ପ୍ରେସର କୁକର ବ୍ୟବହାର କରାଯାଏ । ହେଲେ ରନ୍ଧାଯିବା ପରେ ସଫା କରୁଛନ୍ତି କି କୁକର୍? କଣ ସଫା କରିବାର ଠିକ୍ ତରିକା ଜାଣନ୍ତି ? କୁକର୍ ଭିତର, ଲିଡ୍ ହୁଇସିଲ୍ ସବୁ ତ ସଫା କରୁଥିବେ ହେଲେ ଲିଡ୍ରେ ଲାଗି ଥିବା ରବର୍ ଗ୍ୟାସକେଟ୍ ପ୍ରତି ରୋଷେଇ ପରେ ସଫା କରୁଛନ୍ତି କି? କିଛି କହିବେ ହଁ , କିଛି କହିବେ ନା । କହିବାକୁ ଗଲେ ଅଧିକାଂଶ ମହିଳା କହିବେ ସଫା ତ କରୁଛୁ । ଏହା କୌଣସି ଡିସ୍ ଉଆସ୍ କି ସାବୁନରେ ସଫା ହେବନି । ଏହାକୁ ସଫା କରିବାର ପ୍ରକୃତ ନିୟମ ଜାଣିବା ଦରକାର । ନଚେତ୍ ଆପଣଙ୍କ ଘରେ ଛୋଟରୁ ବଡ ସମସ୍ତେ ହୋଇଯିବେ ରୋଗୀ । କୁକର୍ ସଫା କରିବା ବେଳେ ନୁହେଁ ଏହାକୁ ଅଲଗା କରି ସଫା କରିବା ନିହାତି ଜରୁରୀ । ବାହାରୁ କି ଭିତରୁ କୁକର୍ ସଫା ଦିଶିଲେ ତାକୁ ସଫା କି ଜର୍ମସ ଫ୍ରି ଅଛି ବୋଲି କହିପାରିବା ନାହିଁ । ପ୍ରସିଦ୍ଧ କର୍କଟ ରୋଗ ଚିକିତ୍ସକ ଡକ୍ଟର ତରଙ୍ଗ କୃଷ୍ଣ ତାଙ୍କର ଏକ ସୋସିଆଲ ମିଡିଆ ପୋଷ୍ଟରେ ରୋଷେଇ ଘରର ପରିଚ୍ଛନ୍ନତାରେ ଏହି ଭୁଲ୍ ବିଷୟରେ ଆଲୋକପାତ କରିଛନ୍ତି । ପ୍ରତିଦିନ ଆମେ କରୁଥିବା ଏହି ଛୋଟ ଭୁଲ୍ ବିଷୟରେ କହିଛନ୍ତି । ଡକ୍ଟର ତରଙ୍ଗଙ୍କ କହିବା କଥା, ଦେହ ଖରା ହେଲେ ସାଧାରଣତଃ ଆମେ ବାହାର ଖାଇବା ଉପରେ ଦୋଷ ଲଦିଦେଉା କିନ୍ତୁ ରୋଗ ପଛର ପ୍ରକୃତ କାରଣ ଆମ ଘର ରୋଷେଇ ଘରେ ହି ରହିଛି । ଲିଡ୍ ଭିତରେ ରବର ଗ୍ୟାସକେଟ୍ ଫିଟ୍ ହୋଇ ରହିଥାଏ । ମୋଟେମୋଟି ଉପରେ କୁକର୍ ସଫା ହୋଇଯାଏ କିନ୍ତୁ ରବରଟିକୁ ବାହାର କରି ସଫା କରିବା ଭୁଲିଯାନ୍ତି । ରବର ଏବଂ ସିଲିକନ୍ ସିଲ୍ ଗୁଡିକ ସାଧାରଣ ଭାବେ ଆଦ୍ରତା, ତେଲ ଏବଂ ଖାଦ୍ୟର କ୍ଷୁଦ୍ର ଅଂଶକୁ ଧରି ରଖନ୍ତି । ନିୟମିତ ବ୍ୟବହାର ଫଳରେ ଖାଦ୍ୟର ଅବଶେଷ ଜମି ରହି ରୋଗର କାରଣ ସାଜେ । ଏହି ସମସ୍ୟାର ସହଜ ଏବଂ ସରଳ ସମାଧାନ ହେଉଛି ରବର ଗ୍ୟାସକେଟ୍ ସଫା । ହେଲେ କେମିତି, କୁକର୍ ବାରମ୍ବାର ବ୍ୟବହାର କଲା ପରେ ଗ୍ୟାସକେଟ୍ ଖୋଲି ତାକୁ ଭିନେଗାର ଓ ବେକିଂସୋଡା ପାଣିରେ ୫ମିନିଟ୍ ପାଇଁ ବୁଡାଇ ରଖନ୍ତୁ । ତାପରେ ସଫା କରି ବ୍ୟବହାର କରନ୍ତୁ । ଏହାଛଡା ପ୍ରତି ୬ମାସରେ ଥରେ ଗ୍ୟାସକେଟ୍ ବଦଳାଇବାର ଅଭ୍ୟାସ ରଖନ୍ତୁ ଏବଂ ନିଜେ ଓ ପରିବାରକୁ ରୋଗମୁକ୍ତ କରନ୍ତୁ ବୋଲି ଡାକ୍ତର କହିଛନ୍ତି ।
BREAKING NEWS
- ଅଜରବଇଜାନରେ ସ୍କୁଲ ଏବଂ ଶିକ୍ଷାନୁଷ୍ଠାନରେ ହିଜାବ ଉପରେ କଟକଣା
- ଘାଟିକିଆ ଓ ଗାଡ଼କଣଠାରେ ଦୁଇଟି ସୁଲଭ ଆବାସିକ ପ୍ରକଳ୍ପର ଲୋକାର୍ପଣ, ଉପକୃତ ହେବେ ୧,୬୦୮ ପରିବାର
- ଭୁବନେଶ୍ବରରେ ଦୁର୍ଗାପୂଜା ପାଇଁ ଜାରି ହେଲା ଟ୍ରାଫିକ କଟକଣା, ୬ ଦିନ ଯାଏଁ ବନ୍ଦ ରହିବ ଏହି ସବୁ ରାସ୍ତା
- ଅଡ଼ୁଆରେ ଅଭିନେତା ଇମ୍ରାନ ଖାନ; ‘ଲୁକ୍ ଆଉଟ୍ ସର୍କୁଲାର୍’ ଜାରି କରିବାକୁ ବିଜେପି ନେତାଙ୍କ ଦାବି
- ରଣଜୀ ଟ୍ରଫି: ବାଦଲଙ୍କ ପ୍ରଥମ ଥର ପାଇଁ ୫ ୱିକେଟ୍ ସଫଳତା, କିନ୍ତୁ ଗୁଜରାଟ ବିପକ୍ଷରେ ସଙ୍କଟରେ ଓଡ଼ିଶା
- ପୁଣିଥରେ ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପ୍ଟେନ୍ ହୋଇପାରନ୍ତି ରୋହିତ ଶର୍ମା, ଜାଣନ୍ତୁ କାରଣ
- ନୂଆ IPL ପୂର୍ବରୁ ମାଷ୍ଟରଷ୍ଟ୍ରୋକ୍, ଦିଲ୍ଲୀ କ୍ୟାପିଟାଲ୍ସରେ ଯୁବରାଜ
- Smartphone Scrolling: ଅଧ୍ୟୟନରୁ ଲୁକ୍କାୟିତ ସମସ୍ୟା
- ଗୋଟିଏ ଓଭରରେ ୫ଟି ୱିକେଟ ନେଲେ ଦକ୍ଷିଣ ଆଫ୍ରିକାର ଏହି ବୋଲର
- ଐତିହାସିକ ବାଲିଯାତ୍ରାରେ ପ୍ଲାଷ୍ଟିକ୍ ବ୍ୟବହାରକୁ ନା, ନିୟମ ଭାଙ୍ଗିଲେ ଗଣିବାକୁ ପଡ଼ିବ ଜରିମାନା

Comments are closed.