Latest Odisha News

BREAKING NEWS

ଖେଲୋ ଇଣ୍ଡିଆ ୟୁଥ ଗେମ୍ସ: ଓଡିଶାର ଜ୍ୟୋତ୍ସ୍ନାଙ୍କୁ ରୌପ୍ୟ, ପ୍ରୀତିସ୍ମିତାଙ୍କୁ ବ୍ରୋଞ୍ଜ

ଭୋପାଳ: ଚଳିତ ଖେଲୋ ଇଣ୍ଡିଆ ୟୂଥ ଗେମ୍ସରେ ଓଡିଶା ଆଥଲେଟଙ୍କ ପ୍ରଭାବୀ ପ୍ରଦର୍ଶନ ଜାରୀ ରହିଛି । ସୋମବାର ମହିଳା ୱେଟଲିଫ୍ଟିଂରେ ଜ୍ୟୋତ୍ସ୍ନା ଶବର ରୌପ୍ୟ ପଦକ ହାସଲ କରିଛନ୍ତି । ସେ ୪୦ କେଜି ବିଭାଗରେ ୧୧୮ କେଜି ଭାର ଉଠାଇ ଦ୍ୱିତୀୟ ସ୍ଥାନ ହାସଲ କରିଥିଲେ । ଏହି ବିଭାଗରେ ପ୍ରୀତିସ୍ମିତା ଭୋଇ ବ୍ରୋଞ୍ଜ ପଦକ ଜିତିଥିଲେ । ଓଡିଶା ଏଥିସହ ଓଭରାଲ ୨୨ ପଦକ ଜିତି ୫ମ ସ୍ଥାନରେ ରହିଛି । ଏଥିରେ ୯ ସ୍ୱର୍ଣ୍ଣ, ୫ ରୌପ୍ୟ ଓ ୮ ବ୍ରୋଞ୍ଜ ସାମିଲ । ମହାରାଷ୍ଟ୍ର ୮୩ (୨୮ ସ୍ୱର୍ଣ୍ଣ, ୩୦ ରୌପ୍ୟ, ୨୫ ବ୍ରୋଞ୍ଜ) ପଦକ ଜିତି ପ୍ରଥମ ସ୍ଥାନରେ ରହିଛି ।

ସେହିପରି ହରିୟାଣା ୨୩ ସ୍ୱର୍ଣ୍ଣ, ୧୮ ରୌପ୍ୟ, ୧୫ ବ୍ରୋଞ୍ଜ ସହ ଦ୍ୱିତୀୟ ଏବଂ ମଧ୍ୟପ୍ରଦେଶ ୨୩ ସ୍ୱର୍ଣ୍ଣ, ୧୩ ରୌପ୍ୟ ଓ ୧୯ ବ୍ରୋଞ୍ଜ ପଦକ ସହ ତୃତୀୟ ସ୍ଥାନରେ ରହିଛି । ଜ୍ୟୋତ୍ସ୍ନା ଏଚପିସିରେ ପ୍ରଶିକ୍ଷଣ ନେଉଛନ୍ତି । ପୂର୍ବରୁ ପୁରୁଷ ରିଲେ ଟିମ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ।

Leave A Reply

Your email address will not be published.