Latest Odisha News

BREAKING NEWS

୭.୩ କିଲୋର ଶିଶୁ ଜନ୍ମ

ସାଧାରଣତଃ ଏକ ସୁସ୍ଥ ସବଳ ଶିଶୁ ଜନ୍ମ ଦେବା ପାଇଁ ପ୍ରତ୍ୟେକ ବାପାମାଆ ସବୁ ପ୍ରକାର ଚେଷ୍ଟା କରିଥାନ୍ତି । ହେଲେ ବ୍ରାଜିଲରେ ଏମିତି ଏକ ଶିଶୁ ଜନ୍ମ ହୋଇଛି, ଯାହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଏହି ନବଜାତ ଶିଶୁର ଓଜନ ୭ କିଲୋ ୩ ଶହ ଗ୍ରାମ । ଦୁନିଆର ସବୁଠାରୁ ଅଧିକ ଓଜନର ଶିଶୁ ଜନ୍ମ ହେବାରେ ଏହା ଏକ ରେକର୍ଡ଼ ।

ବ୍ରାଜିଲରେ ଜଣେ ମହିଳା ଏହି ଚର୍ଚ୍ଚିତ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି ଓ ତାହାର ନାଁ ରଖିଛନ୍ତି ଆଙ୍ଗର୍ସନ୍ ସାଣ୍ଟୋସ୍ । ଶିଶୁଟିର ଓଜନ ୭.୩ କିଲୋଗ୍ରାମ ଥିବା ବେଳେ ଲମ୍ବା ଦୁଇ ଫୁଟ ରହିଛି । ଏହି ନବଜାତକର ଓଜନ ସାଧାରଣ ଶିଶୁଙ୍କ ତୁଳନାରେ ଅଧିକ । ସାଧାରଣତଃ ନବଜାତ ଶିଶୁର ଓଜନ ୩.୩ କିଲୋଗ୍ରାମରୁ ୩.୫ କିଲୋଗ୍ରାମ ମଧ୍ୟରେ ହୋଇଥାଏ । କିନ୍ତୁ ଏହି କ୍ଷେତ୍ରରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଶିଶୁଟି ଜନ୍ମ ହେବା ପରେ ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତିି । ଏବେ ଶିଶୁଟି ସବୁଠାରୁ ଓଜନଦାର ନବଜାତକ ହେବାରେ ରେକର୍ଡ କରିଛି । ଏହି ଖବର ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ।
ପୂର୍ବରୁ ୨୦୧୬ ମସିହାରେ ୬.୮ କିଲୋଗ୍ରାମ ଶିଶୁ କନ୍ୟା ଜନ୍ମ ହୋଇଥିବାବେଳେ ୧୯୫୫ ମସିହାରେ ଇଟାଲୀରେ ୧୦.୨ କିଲୋଗ୍ରାମର ଏକ ଶିଶୁ ଜନ୍ମ ହୋଇଥିଲା । ଡ଼ାକ୍ତରୀ ଭାଷାରେ ଭାରି ଓଜନର ଜନ୍ମିତ ଶିଶୁକୁ ମାକ୍ରୋସୋମିଆ (ଗ୍ରୀକ୍ ଶବ୍ଦ) କୁହାଯାଏ । ଏପରି ଶିଶୁର ସର୍ବନିମ୍ନ ଓଜନ ୪ କିଲୋଗ୍ରାମରୁ ଅଧିକ ହୋଇଥାଏ । ମାକ୍ରୋସୋମିଆରେ ପ୍ରାୟ ୧୨ ପ୍ରତିଶତ ଶିଶୁ ଜନ୍ମ ହୋଇଥାନ୍ତି । ଗର୍ଭଧାରଣକାରୀ ମାଆ ଯଦି ମଧୁମେହ ରୋଗରେ ପିଡ଼ିତ ଥାନ୍ତି, ଅନେକ ସମୟରେ ଏପରି ବ୍ୟତିକ୍ରମ ଦେଖାଦେଇଥାଏ ।

 

Leave A Reply

Your email address will not be published.