Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣି, ଅବସରପ୍ରାପ୍ତ ଶିକ୍ଷକଙ୍କ ଠାରୁ ନେଉଥିଲେ ଲାଞ୍ଚ

ବ୍ରହ୍ମପୁର: ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ । ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣି ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ଆସିକା ବିଇଓ ଅଫିସର କନିଷ୍ଠ କିରାଣି ମନୋଜ କୁମାର ପ୍ରଧାନ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ।

ଅବସରପ୍ରାପ୍ତ ଶିକ୍ଷକଙ୍କୁ ଏମ୍ଏସିପି ଫାଇଦା ଯୋଗାଇ ଦେବାକୁ ଲାଞ୍ଚ ନେଉଥିଲେ କନିଷ୍ଠ କିରାଣି । ତାଙ୍କ ଠାରୁ ଭିଜିଲାନ୍ସ ଲାଞ୍ଚ ନେଇଥିବା ଟଙ୍କା ଜବତ କରିଛି । କନିଷ୍ଠ କିରାଣି ମନୋଜଙ୍କ ଅଫିସ, ପୈତୃକ ଘର ସହ ଭଡ଼ାଘରେ ଭିଜିଲାନ୍ସ ଚଢ଼ାଉ କରିଛି । ଏନେଇ ବ୍ରହ୍ମପୁର ଭିଜିଲାନ୍ସରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.