Latest Odisha News

BREAKING NEWS

ଗୁପ୍ତଚରଙ୍କ ଉପରେ ନଜର ରଖିବ ମୃତ ପକ୍ଷୀ

ନିକଟରେ ଆମେରିକାର ଆକାଶରେ ଚୀନ୍‌ର ଏକ ବେଲୁନ୍ ଦେଖାଯିବା ପରେ ଏହାକୁ ଗୁପ୍ତଚର ବେଲୁନ୍‌ର ଆଖ୍ୟା ଦିଆଯିବା ସହ ସାରା ବିଶ୍ୱରେ ଆଲୋଚନା ଜୋର ଧରିଲା । ଏହାକୁ ବିଶେଷଜ୍ଞମାନେ ମଧ୍ୟ ଗୁରୁତ୍ୱ ଦେଇଥିଲେ । ବିଭିନ୍ନ ନୂଆ ନୂଆ ପଦ୍ଧତି ବ୍ୟବହାର କରି ଆମେରିକୀୟଙ୍କ ବ୍ୟକ୍ତିଗତ ସୂଚନା ସଂଗ୍ରହ କରିବାକୁ ଚୀନ୍ ଚାହୁଁଛି ବୋଲି ଅନେକ ବିଶେଷଜ୍ଞମାନେ ମତ ରଖିଥିଲେ । ଯୁଦ୍ଧ ପୂର୍ବରୁ ବା ଯୁଦ୍ଧ ସମୟରେ ପ୍ରତିପକ୍ଷ ଦେଶର ବିଭିନ୍ନ ତଥ୍ୟ ସଂଗ୍ରହ କରିବା ପାଇଁ ଗୁପ୍ତଚର ହେଉଛି ସବୁଠାରୁ ବଡ ଅସ୍ତ୍ର । ତେବେ ଚୀନ୍‌ର ଏହି ତଥାକଥିତ ଗୁପ୍ତଚର ବେଲୁନକୁ ମିଶାଇଲ ମାଡ଼ କରି ନଷ୍ଟ କରିଦେଇଥିଲା ଆମେରିକା । ଏହାପରେ ଏଠାକାର ବୈଜ୍ଞାନିକମାନେ ଏବେ ଦେଶର ସୁରକ୍ଷାକୁ ଦୃଷ୍ଟିରେ ରଖି ଗୋଟିଏ ପାଦ ଆଗକୁ ଯାଇ ଚିନ୍ତା କରିଛନ୍ତି । ବେଲୁନ୍ ନୁହେଁ ଆଗକୁ ଗୁପ୍ତଚରଙ୍କ ଉପରେ ନଜର ରଖିବା ପାଇଁ ମୃତ ପକ୍ଷୀ କୌଶଳ ଆପଣାଇବା ପାଇଁ ଉଦ୍ୟମ କରୁଛନ୍ତି ଏଠାକାର ବୈଜ୍ଞାନିକ ।

ଆମେରିକୀୟ ବୈଜ୍ଞାନିକମାନେ ମୃତ ପକ୍ଷୀଙ୍କୁ ବ୍ୟବହାର କରି ମଣିଷ ପରି ଗୁପ୍ତଚର ବୃତ୍ତି କରିବାର କୌଶଳ ଉଦ୍ଭାବନ କରିଛନ୍ତି । ଖାସ୍‌କରି ଟ୍ୟାକ୍ସିଡର୍ମାଇଡ୍ ପ୍ରଜାତିର ବୃହତକାଳୟ ପକ୍ଷୀଙ୍କ ମୃତ ଦେହକୁ ଡ୍ରୋନରେ ପରିଣତ କରିବାର ଏକ ଉପାୟ ଖୋଜି ପାଇଛନ୍ତି ସେଠାକାର ବୈଜ୍ଞାନିକମାନେ । ଏହାକୁ ଗୁପ୍ତଚର ଉଦ୍ଦେଶ୍ୟରେ ବ୍ୟବହାର କରାଯାଇପାରିବ ବୋଲି ସେମାନେ ଦାବି ରଖିଛନ୍ତି ।

ଆମେରିକୀୟ ଇନଷ୍ଟିଚ୍ୟୁଟ୍ ଅଫ୍ ଏରୋନେଟିକ୍ସ ଏବଂ ଆଷ୍ଟ୍ରୋନିକ୍ ସାଇଟେକ୍ ଫୋରମ ସୂତ୍ରରୁ ଜଣାଯାଇଛି ଯେ, ଡ୍ରୋନ୍ ତିଆରି ପାଇଁ ବୈଜ୍ଞାନିକମାନେ ମୃତ ପକ୍ଷୀମାନଙ୍କର ଚର୍ମ ବ୍ୟବହାର କରୁଛନ୍ତି । ମେକାନିକାଲ୍ ଡ୍ରୋନ୍‌ଗୁଡ଼ିକ ଠିକ୍ ପକ୍ଷୀମାନଙ୍କ ଆକାର ପରି ତିଆରି ହେବ । ଯେତେବେଳେ ଆକାଶରେ ଏହି ଡ୍ରୋନ୍ ତଦାରଖ କରିବା ଆରମ୍ଭ କରିବ, ଏହା କୌଣସି ଯନ୍ତ୍ର ନୁହେଁ ବରଂ ଅସଲି ପକ୍ଷୀପରି ଦୃଶ୍ୟମାନ ହେବ । ବିଶେଷ କଥା ହେଉଛି, ପକ୍ଷୀ ଆକାରର ଏହି ଡ଼୍ରୋନଗୁଡ଼ିକ ଯେତେବେଳେ ବିଭିନ୍ନ ପକ୍ଷୀମାନଙ୍କ ଗହଣରେ ଉଡ଼ିବ ତାକୁ କେହି ସନ୍ଦେହ କରିପାରିବେ ନାହିଁ । ଏହି କାର୍ଯ୍ୟ ସେଠାକାର ବୈଜ୍ଞାନିକମାନେ ଖୁବ୍‌ଶୀଘ୍ର ସମ୍ପୂର୍ଣ୍ଣ କରିବେ । ଏହାକୁ ସେନା ଏବଂ ଲୋକଙ୍କୁ ବ୍ୟବହାର ପାଇଁ ଦିଆଯିବ । ଏହା ଗୁପ୍ତଚରଙ୍କ ଉପରେ ତୀକ୍ଷ୍‌ଣ ନଜର ରଖିବ । ପରେ ପଶୁମାନଙ୍କ ଉପରେ ନଜର ରଖିବା ପାଇଁ ମଧ୍ୟ ଏହି ଡ଼୍ରୋନ ବ୍ୟବହାର କରାଯିବ ବୋଲି ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି ।

ଏହି ପ୍ରକଳ୍ପରେ କାର୍ଯ୍ୟ କରୁଥିବା ଇଞ୍ଜିନିୟର ଡକ୍ଟର ମୁସ୍ତାଫା ହାସନଲିଆନ୍ ଏବଂ ଆମୀର କହିଛନ୍ତି ଯେ, ଆମେ ଏଥିପାଇଁ ପ୍ରବାସୀ ପକ୍ଷୀ ବ୍ୟବହାର କରିବୁ । ସେମାନଙ୍କ ଶକ୍ତି ସଞ୍ଚୟ କୌଶଳ ଏଥିପାଇଁ ବ୍ୟବହୃତ ହେବ । ଏହାକୁ ବାୟୋମାଇମିକ୍ରି କୁହାଯାଏ । ଏହାର ଅର୍ଥ ହେଉଛି ଦୁନିଆରେ ପୂର୍ବରୁ ବିଦ୍ୟମାନ ଜିନିଷ ବ୍ୟବହାର କରି ନୂତନ ଜିନିଷ ସୃଷ୍ଟି କରିବା, ଯେଉଁଥିରେ ଟେକ୍ନୋଲୋଜି ବି ସାମିଲ ହେବ । ଜଙ୍ଗଲ ନଷ୍ଟ ହେବା ଏବଂ ଗୁପ୍ତଚରମାନଙ୍କୁ ଟ୍ରାକ କରିବା ପାଇଁ ଏହା ବ୍ୟବହାର କରାଯାଇପାରିବ ବୋଲି ଟିମ୍‌ର ସଦସ୍ୟମାନେ କହିଛନ୍ତି ।

Leave A Reply

Your email address will not be published.