ନୂଆଦିଲ୍ଲୀ: ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ବ୍ରିଟିଶ କବଳରୁ ମୁକ୍ତି ପାଇଥିଲା ଭାରତ । ଦୀର୍ଘ ୨ଶହ ବର୍ଷର ସଂଗ୍ରାମ ପରେ ପ୍ରଥମ କରି ଭାରତ ଚାଖିଥିଲା ସ୍ୱାଧୀନତାର ସ୍ୱାଦ । ଏଥିପାଇଁ ଅନେକ ସ୍ୱାଧୀନତା ସଂଗ୍ରାମୀଙ୍କୁ ବଳିଦାନ ଦେବାକୁ ପଡିଥିଲା । ସ୍ୱାଧୀନତା ସଂଗ୍ରମୀଙ୍କ ସଂଗ୍ରାମ, କଠିନ ପରିଶ୍ରମ ଓ ବଳିଦାନ ପରେ ଦେଶ ପାଇଥିଲା ସ୍ୱାଧୀନତା । ଏହି ଦିନଟିକୁ ଇତିହାସ ପୃଷ୍ଠାରେ ସ୍ୱର୍ଣ୍ଣିମ ଅକ୍ଷରରେ ଲେଖାଯାଇଛି। ଏହି ଦିନର ସ୍ମୃତିକୁ ମନେ ପକାଇବା ପାଇଁ ପ୍ରତି ବର୍ଷ ଅଗଷ୍ଟ ୧୫ ତାରିଖରେ ଦେଶ ପାଳୁଛି ସ୍ୱାଧୀନତା ଦିବସ । ତେବେ ଏହି ସ୍ୱାଧୀନତା ଦିବସ ସହ ଜଡିତ ଅନେକ ରୋଚକ ତଥ୍ୟ ରହିଛି, ଯାହାକୁ ଅନେକ ଜାଣି ନଥିବେ ।
୧. ଭାରତରେ ପ୍ରଥମ ଥର ପାଳିତ ହୋଇଥିବା ସ୍ୱାଧୀନତା ଦିବସରେ ସାମିଲ ହୋଇନଥିଲେ ଜାତିର ପିତା ମହାତ୍ମା ଗାନ୍ଧୀ । ସେହିଦିନ ମହାତ୍ମା ଗାନ୍ଧୀ ପଶ୍ଚିମବଙ୍ଗର ନୋଆଖଲିରେ ଅନସନରେ ବସିଥିଲେ ।
୨. ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଲାଲ କିଲାରୁ ଉଡିନଥିଲା ତ୍ରିରଙ୍ଗା ପତାକା । ଲୋକସଭା ସଚିବାଳୟର ରିପୋର୍ଟ ଅନୁସାରେ, ଜାବାହାର ଲାଲା ନେହେରୁ ଅଗଷ୍ଟ ୧୬ରେ ଲାଲ କିଲାରୁ ତ୍ରିରଙ୍ଗା ପତାକା ଉଡାଇଥିଲେ ।
୩. ଏହି ଦିନ ଭାରତ ସମେତ କଙ୍ଗୋ, କୋରିଆ ଓ ଲିକଂଟେଷ୍ଟିନ୍ରେ ମଧ୍ୟ ସ୍ୱାଧୀନତା ଦିବସ ପାଳନ ହୁଏ।
୪. ୧୯୦୬ ମସିହା ଅଗଷ୍ଟ ୭ ତାରିଖରେ କଲିକତାର ବାଗାନ ସ୍କ୍ବାୟରରେ ପ୍ରଥମ ଥର ପାଇଁ ରାଷ୍ଟ୍ରୀୟ ପତାକା ଉତ୍ତୋଳନ କରାଯାଇଥିଲା।
୫. ୧୯୨୧ ମସିହାରେ ଭେଜବାଡାର ପିଙ୍ଗଳି ଭେଙ୍କୟା ନିର୍ମାଣ କରିଥିଲେ ବର୍ତ୍ତମାନର ରାଷ୍ଟ୍ରୀୟ ପତାକାର ପ୍ରଥମ ସଂସକାଣ । ଏହା ପ୍ରଥମେ ଦୁଇଟି ରଙ୍ଗ ସବୁଜ ଓ ନାରଙ୍ଗୀରେ ନିର୍ମିତ ହୋଇଥିଲା କିନ୍ତୁ ପରେ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀ ଦେଶର ପ୍ରଗତିର ପ୍ରତୀକ ଭାବେ ମଝିରେ ଏକ ଧଳା ପଟି ଲଗେଇବା ପାଇଁ ପ୍ରସ୍ତାବ ଦେଇଥିଲେ।
୬. ସ୍ୱାଧୀନତା ହାସଲ ସମୟରେ ଭାରତର କୌଣସି ରାଷ୍ଟ୍ରୀୟ ଗୀତ ନଥିଲା । ୧୯୧୧ ରେ ବିଶ୍ୱକବି ରବୀନ୍ଦ୍ର ନାଥ ଟାଗୋର ବଙ୍ଗଳା ଭାଷାରେ “ଜନ ଗଣ ମନ” ଲେଖି ସାରିଥିଲେ ମଧ୍ୟ ୧୯୫୦ରେ ହିଁ ଏହାକୁ ମାନ୍ୟତା ମିଳିଥିଲା।
୭. ସ୍ୱାଧୀନତା ପ୍ରାପ୍ତ ସମୟରେ ଭାରତୀୟ ମୁଦ୍ରାର ଏକ ଟଙ୍କାର ମୂଲ୍ୟ ଏକ ଡ଼ଲାର ସହ ସମାନ ଥିଲା । ସେସମୟରେ ସୁନା ଦର ୧୦
ଗ୍ରାମ ପ୍ରତି ୮୮ ଟଙ୍କା ୬୨ ପଇସା ଥିଲା।
୮. ଅଗଷ୍ଟ ୧୫ ତାରିଖରେ ବୀର ଚକ୍ରକୁ ମାନ୍ୟତା ମିଳିଥିବା ବେଳେ ୧୯୭୨ ମସିହା ଅଗଷ୍ଟ ୧୫ ତାରିଖରେ ଡାକ ବିଭାଗର ୬ ଅଙ୍କ ବିଶିଷ୍ଟ ପିନ କୋଡ଼ର ପ୍ରଚଳନ ଆରମ୍ଭ ହୋଇଥିଲା।
୯. ୧୯୮୨ ମସିହା ଅଗଷ୍ଟ ୧୫ ରେ ଇନ୍ଦିରା ଗାନ୍ଧୀଙ୍କ ଭାଷଣରୁ ହିଁ ଭାରତରେ ଟିଭିରେ ରଙ୍ଗୀନ କାର୍ୟ୍ୟକ୍ରମ ପ୍ରସାରଣ ଆରମ୍ଭ ହୋଇଥିଲା।
୧୦. ଭାରତ ନିଜ ୧,୦୦,୦୦୦ ବର୍ଷର ଇତିହାସରେ କେବେ ବି କେଉଁ ଦେଶ ଉପରେ ଆକ୍ରମଣ କରିନାହିଁ ।
Comments are closed.