ଚାଲିଛି ମାଆଙ୍କ ନବରାତ୍ରୀ ପୂଜା। ନଅ ଦିନ ଧରି ପୂଜା ବ୍ରତ କରି ଉତ୍ସାହର ସହ ନବରାତ୍ରୀ ପାଳୁଛନ୍ତି ଭକ୍ତ। ହେଲେ ଏହି ନଅ ଦିନ ଭକ୍ତମାନେ କେବଳ ସାକାହାରୀ ଖାଦ୍ୟ କିମ୍ବା ଫଳମୂଳ ଖାଇ ରୁହନ୍ତି। କିନ୍ତୁ ଆପଣ ଯଦି ଉପବାସ କରନ୍ତି ତେବେ ଶରୀର ପ୍ରତି ଧ୍ୟାନ ରଖିବା ଜରୁରୀ। କିଛି ଲୋକେ ଫଳ ଉପରେ ଲୁଣ ପକାଇ ଏହାକୁ ଖାଇଥାନ୍ତି। କିନ୍ତୁ ଆପଣ ଜାଣନ୍ତି କି ଏପରି କଲେ ଶରୀରରେ କେତେ କ୍ଷତି ପହଞ୍ଚିପାରେ।
ଲୁଣ ବିନା ଫଳ ଖାଇବା ସ୍ୱାସ୍ଥ୍ୟ ପାଇଁ ଅଧିକ ଲାଭଦାୟକ। ବେଳେ ବେଳେ ପାଟିର ସ୍ୱାଦ ବଢେଇବା ପାଇଁ ଫଳରେ ଚାଟ୍ ମସଲା କିମ୍ବା ସୈନ୍ଧବ ଲବଣ (ରକ୍ ସଲ୍ଟ) ପକାଇ ଲୋକେ ଖାଇଥାନ୍ତି। ଏପରି ଆଦୌ କରିବା ଉଚିତ୍ ନୁହେଁ। ବିଶେଷଜ୍ଞମାନେ କହିଛନ୍ତି, ସୈନ୍ଧବ ଲବଣ ପଡିଥିବା ଫଳ ଖାଇବା ଦ୍ୱାରା ହୃଦରୋଗ ହେବାର ଆଶଙ୍କା ବଢିଯାଏ। କାରଣ ସୈନ୍ଧବ ଲବଣରେ ଆୟୋଡିନ୍ ନଥାଏ, ଯେଉଁଥିପାଇଁ ଏହା ସ୍ୱାସ୍ଥ୍ୟକର ନୁହେଁ।
ବିନା ଆୟୋଡାଇଜଡ୍ ଲୁଣରେ ଅଧିକ ପରିମାଣର ପୋଟାସିୟମ୍ ଥାଏ, ଯାହା ହୃଦୟ ରୋଗୀଙ୍କ ପାଇଁ କ୍ଷତିକାରକ। ଏହା ବ୍ୟତୀତ ଫଳ ସୈନ୍ଧବ ଲୁଣ ମିଶାଇ ଖାଇବା ଦ୍ୱାରା ଦ୍ୱାରା ପେଟ ଜନିତ ସମସ୍ୟା ସୃଷ୍ଟି ହୋଇପାରେ। ଯଦି ଆପଣ ଚାହାଁନ୍ତି ତେବେ ଫଳ ଉପରେ ସାଧାରଣ ଲୁଣ ଏବଂ ଲେମ୍ବୁ ପକାଇ ଖାଇପାରିବେ।
ଯେଉଁ ବ୍ୟକ୍ତିଙ୍କର ମଧୁମେହ ରୋଗ ଥାଏ ଏବଂ ସେମାନେ ଉପବାସ କରନ୍ତି, ତେବେ ସେମାନେ ଦୈନିକ ଦୁଇ ଥରରୁ ଅଧିକ ଫଳ ଖାଇବା ଉଚିତ୍ ନୁହେଁ। ଯଦି ଫ୍ରୁଟ୍ ଚାଟ୍ ବାହାରୁ କିଣି ଖାଆନ୍ତି ତେବେ ସେଥିରେ ଆଦୌ ଚିନି ମିଶାନ୍ତୁ ନାହିଁ। କାରଣ ଫଳରେ ପୂର୍ବରୁ ସର୍କରା ଥାଏ। ତେଣୁ ଅତ୍ୟଧିକ ଚିନି ଖାଇଲେ ଆପଣଙ୍କୁ କ୍ଷତି ହୋଇପାରେ।
Comments are closed.