Latest Odisha News

BREAKING NEWS

ଜାଣନ୍ତୁ କେଉଁ ରାଜ୍ୟରେ ଆରମ୍ଭ ହୋଇଥିଲା ପ୍ରଥମ ଚାଉଳ ଏଟିଏମ୍…

ଭୁବନେଶ୍ବର: ଆମେ ମାନେ ସମସ୍ତେ ଏଟିଏମ୍ ରୁ ଟଙ୍କା ବାହାରୁଥିବା ଜାଣିଛେ । ହେଲେ ଏଟିଏମ୍ ରୁ କେବେ ଚାଉଳ ବାହାରିବା କଥା ଶୁଣିଛନ୍ତି କି । ଏହି ସେବା ପ୍ରଥମେ ଦେଶର ହରିୟାଣା ରାଜ୍ୟରେ ଆରମ୍ଭ ହୋଇଥିଲା । ଯେଉଁଠି ହିତାଧିକାରୀ ନିଜର ରାସନକାର୍ଡ ଆଣି ନମ୍ବର ମାରି ଏଟିଏମରୁ ଚାଉଳ ବାହାର କରିବାର ସୁବିଧା ହାସଲ କରିଛନ୍ତି ।

ଫଳରେ ରାସନକାର୍ଡଧାରୀମାନେ ଆଉ କଣ୍ଟ୍ରୋଲ ଦୋକାନ ଆଗରେ ଲମ୍ବା ଲାଇନ ଲଗାଇ ଠିଆ ହେବାକୁ ମଧ୍ୟ ଆଉପଡୁନାହିଁ ।

ଏହାକୁ ନଜରରେ ରଖି ଓଡିଶା ସରକାର ଗତବର୍ଷ ଡିସେମ୍ବର ମାସରେ ରାଜ୍ୟରେ ଏହି ଶସ୍ୟ ଏଟିଏମ୍ ଖୋଲିବା ନେଇ ବିଚାର କରିଥିଲେ । ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ମିଳିତ ସହଯୋଗରେ ଏହି ଏଟିଏମ୍ ସ୍ଥାପନ କରାଯିବା ନେଇ ନିଷ୍ପତ୍ତି ହୋଇଥିଲା ।

ଏହି କ୍ରମରେ ରାଜଧାନୀରେ ଆଜି ୨୪ ଘଣ୍ଟିଆ ଶସ୍ୟ ଏଟିଏମ୍ ଖୋଲାଯାଇଛି ଭୁବନେଶ୍ୱରର ମଞ୍ଚେଶ୍ୱରରେ ଏହି ‘ଶସ୍ୟ ଏଟିଏମ୍’ ସ୍ଥାପନ କରାଯାଇଛି । ଏହାକୁ ଉଦ୍‌ଘାଟନ କରିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ଏହି ଏଟିଏମରେ ୨୪ ଘଣ୍ଟିଆ ଚାଉଳ ଓ ଗହମ ଉପଲବ୍ଧ ହେବ । ଯଦି ଏହି ଏଟିଏମ୍ ସଫଳତାର ସହ କାର୍ଯ୍ୟ କରେ ତେବେ ଆଗାମୀ ଦିନରେ ସବୁ ଜିଲ୍ଲା ଓ ବ୍ଲକରେ ଏହା ଖୋଲାଯିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ଉଠାଇ ପାରିବେ । ହିତାଧିକାରୀଙ୍କୁ ପ୍ରଥମେ ମେସିନରେ ବାୟୋମେଟ୍ରିକ, ରାସନ କାର୍ଡ, ଆଧାର କାର୍ଡର ସୂଚନା ଦେବାକୁ ପଡ଼ିବ । ଲୋକମାନେ ଟିପ ଚିହ୍ନ ଦେଇ ବାୟୋମେଟ୍ରିକ ଯାଞ୍ଚ କରିବା ପରେ ଏଟିଏମ୍‌ରୁ ଚାଉଳ ବାହାରିବ । ଏହି ମେସିନକୁ ସମ୍ପୂର୍ଣ୍ଣ ଓଡ଼ିଆ ଭାଷାରେ ସ୍ଥାପନ ଯାଇଛି । ରାସନ କାର୍ଡ ହିତାଧିକାରୀଙ୍କୁ ଚାଉଳ ଏଟିଏମ୍‌ କାର୍ଡ ଦିଆଯିବ । ଯାଦ୍ୱାରା ସାରା ଭାରତରେ ଏହି କାର୍ଡ ବ୍ୟବହାର ହୋଇପାରିବ ।

ଏହି ଏଟିଏମ୍‌ ରୁ ଜଣେ ହିତାଧିକାରୀ ପାଇଁ ତାଙ୍କ ରାସନ କାର୍ଡରେ ଧାର୍ଯ୍ୟ କରାଯାଇଥିବା କିଲୋଗ୍ରାମ୍ ଚାଉଳ ବାହାରିବାର ବ୍ୟବସ୍ଥା କରାଯାଇଛି । ଏହାଦ୍ବାରା ରାଜ୍ୟରେ ଶସ୍ୟ ଚୋରି, ଦଲାଲି ଆଦି ବେଆଇନ୍ କାର୍ଯ୍ୟ ବନ୍ଦ ହୋଇପାରିବ ।

Comments are closed.