ଭୁବନେଶ୍ୱର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମାର୍ଚ୍ଚ ୨୬ରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡିର ୪ ପ୍ରାର୍ଥୀ ଘୋଷଣା କରିଛନ୍ତି। ମୁନ୍ନା ଖାଁ, ସୁବାସ ସିଂ, ସୁଜିତ କୁମାର ଓ ମମତା ମହନ୍ତଙ୍କୁ ପ୍ରାର୍ଥୀ କରାଯାଇଛି । ତେବେ ଆସନ୍ତୁ ଜାଣିବା ଏମାନଙ୍କ ସମ୍ପର୍କରେ ।
ମୁନ୍ନା ଖାଁ:- ଅଭିନେତାରୁ ନେତା ସାଜିଥିବା ମୁନ୍ନା ଖାଁ ବିଜେଡିର ସଂଖ୍ୟାଲଘୁ ନେତା ଭାବେ ବେଶ୍ ପରିଚିତ । ଏବେ ସେ ବିଜେଡିର ସଂଖ୍ୟାଲଘୁ ବ୍ୟାପାର ପରାମର୍ଶଦାତା ଅଛନ୍ତି । ଏଥିସହ ସେ ସମାଜସେବୀ ଭାବେ ମଧ୍ୟ ବେଶ ଜଣାଶୁଣା । ଏହା ପୂର୍ବରୁ ସେ ରାଜ୍ୟ ଚଳଚ୍ଚିତ୍ର ନିଗମ ଅଧ୍ୟକ୍ଷ ଥିଲେ।ସୁବାସ ସିଂ:- ବିଜେଡିର ଜଣାଶୁଣା ନେତା ସୁବାସ ସିଂ । ସେ ହେଉଛନ୍ତି ଓଡ଼ିଶା ନିର୍ମାଣ ଶ୍ରମିକ କଲ୍ୟାଣ ପରିଷଦର ଚେୟାରମ୍ୟାନ୍ । ତେବେ ରାଜ୍ୟସଭା ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କ ନାଁ ଘୋଷଣା କରିବା ପରେ ସେ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ଇସ୍ତଫା ପତ୍ରକୁ ମୁଖ୍ୟମନ୍ତ୍ରୀ ଗ୍ରହଣ କରି ସାରିଛନ୍ତି । ସେ ପୂର୍ବରୁ ବିଜୁ ଶ୍ରମିକ ସଂଗଠନର ନେତୃତ୍ୱ ନେଉଥିଲେ ।ସୁଜିତ କୁମାର:- ଅଭିଭକ୍ତ କଳାହାଣ୍ଡି ଜିଲ୍ଲାରେ ବିଜୁ ଜନତା ଦଳର ସଂଗଠନିକ ଦାୟିତ୍ୱ ତୁଲାଉଛନ୍ତି ସୁଜିତ କୁମାର । ସେ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ପରାମର୍ଶଦାତା ଅଛନ୍ତି । ସେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ଏମ୍ବିଏ କରିଛନ୍ତି । ଏଥିସହ ହାୱର୍ଡ ବିଶ୍ୱବିଦ୍ୟାଳୟରୁ ପବ୍ଲିକ ଆଡ୍ମିନିଷ୍ଟ୍ରେସନରେ ସ୍ନାତକୋତ୍ତର କରିଛନ୍ତି ।ମମତା ମହନ୍ତ:-ମୟୁରଭଂଜ ଜିଲ୍ଲା ମହିଳା ସଂଗଠନର ସଦସ୍ୟା ମମତା ମହନ୍ତ । ଜିଲ୍ଲାରେ ମହିଳା ସ୍ୱଂୟ ସାହାୟିକା ଗୋଷ୍ଠୀର ସେ ନେତୃତ୍ୱ ନେଉଛନ୍ତି । ମୟୁରଭଂଜ ଭଳି ଆଦିବାସୀ ଜିଲ୍ଲାର ମହିଳାଙ୍କ ସଶକ୍ତିକରଣ ପାଇଁ ଦୀର୍ଘ ଦିନ ହେବ କାମ କରୁଛନ୍ତି ମମତା । ସେଲ୍ଫ ହେଲ୍ପ ଗ୍ରୁପ ସ୍ଥାପନ ଓ ସଫଳ ପରିଚାଳନାରେ ତାଙ୍କ ଉଲ୍ଲେଖନୀୟ ଯୋଗଦାନ ରହିଛି ।
BREAKING NEWS
- ବରିଷ୍ଠ ଓଏଏସ୍ ଅଫିସରସ୍ତରରେ ଛୋଟ ଧରଣର ଅଦଳବଦଳ
- ଡିଜିପି ସମ୍ମିଳନୀ: ବୁଧବାରଠୁ ଲୋକସେବା ଭବନରେ ବିଭିନ୍ନ କଟକଣା ଜାରି
- ମେଡିକାଲରୁ ଡିସଚାର୍ଜ ହେଲେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ
- ପୁଞ୍ଜିନିବେଶ ନାଁରେ ଆଇଟି ପ୍ରୋଫେସନାଲଙ୍କ ଠାରୁ ୧୯ ଲକ୍ଷ ୮୪ ହଜାର ଟଙ୍କା ଠକେଇ
- ଜାନୁଆରୀ ୫ରୁ ରାଜ୍ୟସ୍ତରୀୟ ଆଦିବାସୀ ମେଳା, ଓଡ଼ିଶା ସଂସ୍କୃତିର ଝଲକ ଦେଖିବେ ପ୍ରବାସୀ ଭାରତୀୟ
- ନାଗା ଓ ଶୋଭିତାଙ୍କ ୱେଡିଂ ରାଇଟ୍ସ ୫୦ କୋଟିରେ ବିକ୍ରୀ
- ୨୯ରେ ଭୁବନେଶ୍ଵରରେ ରୋଡ୍ ସୋ’ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଆମ୍ବ ଟାକୁଆ ଜାଉ ଖାଇ ଅସୁସ୍ଥ ଘଟଣା: ସୁସ୍ଥ ହେଇ ଘରକୁ ଫେରିଲେ ଟୁନି ମାଝୀ
- ଖୁବଶୀଘ୍ର ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାରର ମରାମତି କାମ
- ଶିଶୁ ଯତ୍ନ ଅନୁଷ୍ଠାନରେ ପୃଷ୍ଠପୋଷକ ହେବେ ବିଧାୟକ ଏବଂ ମନ୍ତ୍ରୀ!
Comments are closed.