Latest Odisha News

BREAKING NEWS

ଓଡ଼ିଶା ପୋଲିସରେ ୨୩୧ଟି ଡ୍ରାଇଭର ପଦବୀ ଲାଗି ନିଯୁକ୍ତି ସୂଚନା: ପଢନ୍ତୁ ସବିଶେଷ ବିବରଣୀ

କଟକ: ଓଡ଼ିଶା ପୋଲିସର ‘ ପୋଲିସ ମୋଟର ପରିବହନ’ ବିଭାଗ ପକ୍ଷରୁ ୨୩୧ଟି ଡ୍ରାଇଭର୍ ପଦବୀ ଲାଗି ପ୍ରାର୍ଥୀ ମାନଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଇଛି । ଇଚ୍ଛୁକ ପ୍ରାର୍ଥୀମାନେ ନିମ୍ନ ଲିଖିତ ୱେବସାଇଟ ଲଗଅନ କରି ସବିଶେଷ ବିବରଣୀ ପାଇପାରିବେ ।

ୱେବସାଇଟ – http://oprecruitment.in

ଏହି ଆବେଦନ ପ୍ରକ୍ରିୟା ମାର୍ଚ୍ଚ ୭ ତାରିଖରୁ ଆରମ୍ଭ ଏବଂ ଆବେଦନ କରିବାର ଶେଷ ତାରିଖ ହେଉଛି ମାର୍ଚ୍ଚ ୨୮ ତାରିଖ । ଏହି ପଦବୀର ଶାରୀରିକ ପରୀକ୍ଷା ଲାଗି ତାରିଖ ହେଉଛି ମାର୍ଚ୍ଚ ୩୦ ।

ଶିକ୍ଷାଗତ ଯୋଗ୍ୟତା:

  • ପ୍ରାର୍ଥୀମାନେ ୧୦ମ ଶ୍ରେଣୀ କିମ୍ବା ସ୍ୱୀକୃତିପ୍ରାପ୍ତ ବୋର୍ଡ଼ରୁ ଏହି ପରୀକ୍ଷା ପାଶ କରିଥିବା ଆବଶ୍ୟକ
  • ପ୍ରାର୍ଥୀମାନେ ଓଡ଼ିଆରେ କହିପାରୁଥିବେ, ପଢିପାରୁଥିବେ ଏବଂ ଓଡ଼ିଆରେ ଲେଖିପାରୁଥିବା ଆବଶ୍ୟକ
  • ହାଇସ୍କୁଲ କିମ୍ବା ଏମଇ ପରୀକ୍ଷାରେ ଓଡ଼ିଆ ବିଷୟ ରଖି ପାଶ୍ କରିଥିବା ଜରୁରୀ
  • ଭାରୀ/ ହାଲୁକା ମୋଟର ଯାନର ଡ୍ରାଇଭିଂ ଲାଇସେନ୍ସ ରଖିଥିବା ଜରୁରୀ
  • ଆବେଦନ ଫି: ସାଧାରଣ ବର୍ଗର ପ୍ରାର୍ଥୀଙ୍କୁ ୧୫୦ ଟଙ୍କା ପୈଠ କରିବାକୁ ପଡ଼ିବ, ଅନ୍ୟବର୍ଗର ପ୍ରାର୍ଥୀଙ୍କୁ ୩୦ଟଙ୍କା ଦେୟ ଦେବାକୁ ପଡ଼ିବ

ବୟସ ସୀମା:

୧ ଜାନୁଆରୀ, ୨୦୨୦ ସୁଦ୍ଧା ପ୍ରାର୍ଥୀଙ୍କ ବୟସ ୧୮ରୁ ୨୩ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ଅନୂସୁଚିତ ଜାତି ଓ ଅନୁସୂଚିତ ଜନଜାତିର ପ୍ରାର୍ଥୀମାନଙ୍କ ଲାଗି ବୟସ ସୀମା କୋହଳ ଅଛି । ବିସ୍ତୃତ ସୂଚନା ଲାଗି ସରକାରୀ ବିଜ୍ଞପ୍ତି ଯାଞ୍ଚ କରିନିଅନ୍ତୁ ।

ଚୟନ ପ୍ରକ୍ରିୟା:

ଏହି ପଦବୀ ଲାଗି ସମସ୍ତ ପ୍ରାର୍ଥୀମାନଙ୍କୁ ଶାରୀରିକ ସୁସ୍ଥତା ପରୀକ୍ଷା, ଡାକ୍ତରୀ ପରୀକ୍ଷା ଏବଂ ଲିଖିତ ପରୀକ୍ଷାରେ ଯୋଗ୍ୟତା ଅର୍ଜନ କରିବାକୁ ପଡ଼ିବ ।

ପ୍ରାର୍ଥୀମାନେ ନିକଟତମ ସାଧାରଣ ସେବା କେନ୍ଦ୍ର (ଜନ ସେବା କେନ୍ଦ୍ର) ଗୁଡ଼ିକରେ ଅନ ଲାଇନ ମାଧ୍ୟମରେ ଆବେଦନ କରିପାରିବେ । ଏହି ବିଜ୍ଞପ୍ତି ମଧ୍ୟ ଅଫିସିଆଲ୍ ୱେବସାଇଟ http://oprecruitment.in ରେ ମଧ୍ୟ ଉପଲବ୍ଧ ।

ବିଶେଷ ସୂଚନା: ପ୍ରାର୍ଥୀମାନେ ଆବେଦନ କରିବା ପୂର୍ବରୁ ସରକାରୀ ବିଜ୍ଞପ୍ତିକୁ ପୁଙ୍ଖାନୁପୁଙ୍ଖ ଭାବେ ପଢି ଆବେଦନ କରିବା ନେଇ ପରାମର୍ଶ ଦିଆଯାଇଛି ।
ଅଫିସିଆଲ ବିଜ୍ଞପ୍ତି ସହ ସିଧାସଳଖ ଲିଙ୍କ ଓପନ କରିପାରିବେ: https://odishapolice.gov.in/

Leave A Reply

Your email address will not be published.