Latest Odisha News

BREAKING NEWS

କରୋନା ଭାଇରସ: ଶସ୍ତା ହେଲା ବିଦେଶକୁ ବିମାନ ଯାତ୍ରା, ଜାଣନ୍ତୁ ଟିକେଟ ମୂଲ୍ୟ

ନୂଆଦିଲ୍ଲୀ: କରୋନା ଭାଇରସର ଖରାପ ପ୍ରଭାବ ଅନ୍ତର୍ଜାତୀୟ ଏୟାରଲାଇନ୍ସ ଉପରେ ପଡିଛି । କରୋନା ଭାଇରସ ପାଇଁ ଲୋକମାନଙ୍କ ବିମାନ ଯାତ୍ରା କମିଯାଇଛି । ସେଥିପାଇଁ ଅନ୍ତର୍ଜାତୀୟ ଏୟାରଲାଇନ୍ସ ନିଜର ରୋଜଗାର ପନ୍ଥା ବାହାର କରିଛନ୍ତି । ନୂଆଦିଲ୍ଲୀରୁ ନ୍ୟୁୟର୍କକୁ ଯିବା ଆସିବା କରିବା ପାଇଁ ବିମାନ ଟିକେଟର ମୂଲ୍ୟ ମାତ୍ର ୫୮ହଜାର ଟଙ୍କା । ତୁର୍କୀର ଏକ ଏୟାରଲାଇନ ମୁମ୍ବାଇରୁ ଲଣ୍ଡନ ଯାତ୍ରା ସହିତ ୪୬ହଜାର ଟଙ୍କା ଅଫର କରୁଥିବା ଦେଖିବାକୁ ମିଳିଛି ।

ତେବେ କରୋନା ପାଇଁ ବିମାନରେ ଯାତ୍ରୀଙ୍କ ସଂଖ୍ୟା କମିଯାଇଥିବାରୁ ଟିକେଟ ମୂଲ୍ୟକୁ ହ୍ରାସ କରିଦିଆଯାଇଛି । ଏହି ସପ୍ତାହରେ ସିଙ୍ଗାପୁରକୁ ଯାଉଥିବା ୨୫୬ ଯାତ୍ରୀ କ୍ଷମତା ବିଶିଷ୍ଟ ବିମାନରେ ମାତ୍ର ୨୫ଜଣ ଯାତ୍ରୀ ଥିଲେ । ସେମିତି ଲଣ୍ଡନରୁ ମୁମ୍ବାଇ ଯାଉଥିବା ବିମାନର ଇକୋନୋମି କ୍ଲାସରେ ମାତ୍ର ୬୦ଜଣ ଯାତ୍ରୀ ଥିଲେ ।

Leave A Reply

Your email address will not be published.