Latest Odisha News

BREAKING NEWS

ଏକ ଚମତ୍କାରୀ ଶିବଲିଙ୍ଗ: ଯେଉଁଠି ଆପଣାଛାଏଁ ହୁଏ ଜଳାଭିଷେକ

ଭୁବନେଶ୍ୱର: ଶିବ ଓ ଚମତ୍କାରିତା ପରସ୍ପର ପରିପୁରକ । ଯେଉଁଠି ଶିବ ସେଇଠି ଚମତ୍କାର। ସେହିଭଳି ଶିବଙ୍କ ଚମତ୍କାରର ଏକ ଅଦ୍ଭୁତ ଉଦାହରଣ ଦେଖିବାକୁ ମିଳେ ଝାଡଖଣ୍ଡର ରାମଗଡଠୁ ୮ କି.ମି ଦୂରରେ ଅବସ୍ଥିତ ଶିବମନ୍ଦିରରେ । ଏହି ମନ୍ଦିରଟି ଚୋଟୀ ଝରଣା ନାମରେ ପ୍ରସିଦ୍ଧି ଅର୍ଜନ କରିଛି ।

ଏଠାରେ ଥିବା ଶିବଲିଙ୍ଗରେ ଆପଣା ଛାଏଁ ଜଳାଭିଷେକ ହେଉଛି । ଏହି ଜଳାଭିଷେକ ମଣିଷ ନୁହେଁ, ଗଙ୍ଗାମାତା ନିଜ ହାତରେ କରିଥାନ୍ତି ବୋଲି କୁହାଯାଏ।

ଏଠାକାର ପୂଜକଙ୍କ କହିବା ଅନୁଯାୟୀ, ଏଠାରେ ଶିବଲିଙ୍ଗ ଉପରେ ଦେବୀ ଗଙ୍ଗାଙ୍କର ଗୋଟିଏ ପ୍ରତିମା ରହିଛି । ପ୍ରତିମାର ନାଭିଦେଶରୁ ଜଳାଧାର ବାହାରି ଶିବଲିଙ୍ଗ ଉପରେ ପଡେ । ହେଲେ ମା’ଙ୍କ ନାଭିରୁ ଜଳ କେଉଁଠୁ ଆସୁଛି, ତାହା ଆଜି ବି ରହସ୍ୟ ହୋଇ ରହିଛି। ମନ୍ଦିର ସମ୍ପର୍କିତ ଅନେକ ତଥ୍ୟ ପୁରାଣ ଶାସ୍ତ୍ରରେ ରହିଛି ବୋଲି ମଧ୍ୟ ପୂଜକଙ୍କ ମୁହଁରୁ ଶୁଣାଯାଏ ।

ଲୋକକଥା ଅନୁଯାୟୀ, ପ୍ରାଚୀନ କାଳରେ ଏହି ସ୍ଥାନରେ ପାଣି ପାଇଁ ଗାତ ଖୋଲିବା ବେଳେ ଶିବଲିଙ୍ଗର ସନ୍ଧାନ ମିଳିଥିଲା । ଏଥି ସହ ଗଙ୍ଗାଙ୍କ ମୂର୍ତ୍ତି ମଧ୍ୟ ଥିଲା । ସେତେବେଳେ ଗଙ୍ଗାଙ୍କ ପ୍ରତିମାରୁ ଆପେ ଜଳ ଝରୁଥିବା ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଥିଲେ ।

ଏହାପରେ ସେଠାରେ ମନ୍ଦିର ନିର୍ମାଣ କରି ଉପରେ ଗଙ୍ଗା ମାତାଙ୍କୁ ସ୍ଥାନିତ କରାଗଲା । ସେହି ଦିନଠୁ ଉକ୍ତ ବେଢାରୁ ମାତା ଶିବଲିଙ୍ଗରେ ଜଳାଭିଷେକ କରି ଆସୁଛନ୍ତି ।

Leave A Reply

Your email address will not be published.