ପୁରୀ: ଆଜି ରଥ ଉପରେ ସୁନାବେଶରେ ଦର୍ଶନ ଦେବେ ମହାପ୍ରଭୁ । ନବଦିନାତ୍ମକ ରଥଯାତ୍ରା ସାରି ଜନ୍ମବେଦୀରୁ ବାହୁଡ଼ିବା ପରେ ସିଂହଦ୍ୱାର ଆଗରେ ତିନି ରଥରେ ହୋଇଥାଏ ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ ବା ରାଜାରାଜେଶ୍ୱର ବେଶ । ଗଜପତି କପିଳେନ୍ଦ୍ର ଦେବଙ୍କ ସମୟରେ ୧୩୮ ପ୍ରକାର ଅଳଙ୍କାର ତିଆରି କରାଯାଇଥିଲା। ମହଣ ମହଣ ସ୍ୱର୍ଣ୍ଣ ଅଳଙ୍କାରରେ ହାତ ଓ ପାଦ ଥିବା ଶ୍ରୀବିଗ୍ରହ ଭକ୍ତଙ୍କୁ ଦର୍ଶ ଦିଅନ୍ତି । ସୁନାବେଶରେ ଶ୍ରୀଜିଉ କେଉଁ ସବୁ ଅଳଙ୍କାର ପରିଧାନ କରନ୍ତି ଆସନ୍ତୁ ଜାଣିବା ।
ଶ୍ରୀବଳଭଦ୍ରଙ୍କ ଅଳଙ୍କାର
– ଶ୍ରୀପୟର ବା ପାଦ, କିରିଟ, ଶ୍ରୀଭୁଜ ବା ହାତ, କମରପଟି, ତ୍ରିଖଣ୍ଡିକା, ଚନ୍ଦ୍ରସୂର୍ଯ୍ୟ, ଝୋବାକଣ୍ଠି
– କୁଣ୍ଡଳ, ଓଢ଼ିଆଣୀ ବା କାନଫୁଲ, ହଳ ଓ ମୂଷଳ, ଆଡକାନୀ, ତିଳକ, ଚନ୍ଦ୍ରିକା, ଅଳକା
– ଘାଗଡ଼ା ମାଳି, କଦମ୍ବ ମାଳି, ବାଘନଖ ମାଳି, ବାହାଡ଼ା ମାଳି, ସେବତୀ ମାଳି
ଦେବୀ ସୁଭଦ୍ରଙ୍କ ଅଳଙ୍କାର
– କିରିଟ, କାନ, ଓଡ଼ିଆଣୀ, ଚନ୍ଦ୍ରସୂର୍ଯ୍ୟ, ସେବତୀ ମାଳି
– କଦମ୍ବ ମାଳି, ଘାଗଡ଼ା ମାଳି, ତଗଡ଼ି ୨ଟି

ଶ୍ରୀଜଗନ୍ନାଥଙ୍କ ଅଳଙ୍କାର
– ଶ୍ରୀପୟର, କିରିଟ, ଶ୍ରୀଭୁଜ, ଓଢ଼ିଆଣୀ, କମରପଟି, ଚନ୍ଦ୍ରସୂର୍ଯ୍ୟ, ଚନ୍ଦ୍ରିକା
– ସୁନା ଚକ୍ର ଓ ରୁପା ଶଙ୍ଖ, ଆଡକାନି, ଘାଗଡ଼ା ମାଳି, ତାବିଜ ମାଳି, ତିଳକ
– କଦମ୍ବ ମାଳି, ବାହାଡା ମାଳି, ଝୋବାକଣ୍ଠି, ତ୍ରିଖଣ୍ଡିକା, ଅଳକା, ସେବତୀ ମାଳି

BREAKING NEWS
- Spain Train Accident: ଭୟଙ୍କର ଟ୍ରେନ ଦୁର୍ଘଟଣା; ୨୧ ଯାତ୍ରୀ ମୃତ, ଅନେକ ଗୁରୁତର
- BJP National President Election: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ; ନାମାଙ୍କନ ଭରିବେ ନୀତିନ ନବୀନ
- Dolphin Count: ଆସନ୍ତାକାଲିଠାରୁ ଚିଲିକାରେ ହେବ ଡଲଫିନ୍ ଗଣନା
- Bus Services: ୫ ଦିନ ପରେ ସ୍ବାଭାବିକ ହେଲା ବସ୍ ଚଳାଚଳ
- ପୁଣି ବାଣ ଛାଡ଼ିଲେ ଶ୍ରୀମୟୀ, ‘ନୈତିକତା ହଜିଛି, ବିଶ୍ୱାସଘାତକତାର ନୂଆ ପରିଭାଷା ଲେଖାହେଉଛି!’
- Karnataka CM Race: କର୍ଣ୍ଣାଟକରେ କ୍ଷମତା ସଂଘର୍ଷ ଜାରି, ରାହୁଲଙ୍କୁ ଭେଟିବା ପରେ କ’ଣ କହିଲେ ଶିବକୁମାର?
- J&K Encounter: ସେନା-ଆତଙ୍କବାଦୀ ଏନକାଉଣ୍ଟର: ୮ ଜଣ ଯବାନ ଆହତ, ଅପରେସନ ଜାରି
- ମାଫିଆଙ୍କ ପାଇଁ ବିପଦ ଘଣ୍ଟି; ବେଆଇନ କାରବାର କଲେ ଘରେ ପହଞ୍ଚିବ ଇଡି: ମନ୍ତ୍ରୀ
- Human Trafficking: ମାନବ ଚାଲାଣ ଗ୍ୟାଙ୍ଗର ପର୍ଦ୍ଦାଫାସ: ୧୨ଶିଶୁ ଉଦ୍ଧାର, ୧୫ ଗିରଫ
- ଆଇଆଇଟି ମାଡ୍ରାସର ବଡ଼ ସଫଳତା: ୭୦ କିଲୋମିଟର ଯାଏଁ ଲକ୍ଷ୍ୟଭେଦ କରିପାରିବ ସ୍ୱଦେଶୀ ତୋପ ସେଲ୍, ସେନାକୁ କରିବ ମଜବୁତ…
Comments are closed.