ପୁରୀ: ଆଜି ରଥ ଉପରେ ସୁନାବେଶରେ ଦର୍ଶନ ଦେବେ ମହାପ୍ରଭୁ । ନବଦିନାତ୍ମକ ରଥଯାତ୍ରା ସାରି ଜନ୍ମବେଦୀରୁ ବାହୁଡ଼ିବା ପରେ ସିଂହଦ୍ୱାର ଆଗରେ ତିନି ରଥରେ ହୋଇଥାଏ ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ ବା ରାଜାରାଜେଶ୍ୱର ବେଶ । ଗଜପତି କପିଳେନ୍ଦ୍ର ଦେବଙ୍କ ସମୟରେ ୧୩୮ ପ୍ରକାର ଅଳଙ୍କାର ତିଆରି କରାଯାଇଥିଲା। ମହଣ ମହଣ ସ୍ୱର୍ଣ୍ଣ ଅଳଙ୍କାରରେ ହାତ ଓ ପାଦ ଥିବା ଶ୍ରୀବିଗ୍ରହ ଭକ୍ତଙ୍କୁ ଦର୍ଶ ଦିଅନ୍ତି । ସୁନାବେଶରେ ଶ୍ରୀଜିଉ କେଉଁ ସବୁ ଅଳଙ୍କାର ପରିଧାନ କରନ୍ତି ଆସନ୍ତୁ ଜାଣିବା ।
ଶ୍ରୀବଳଭଦ୍ରଙ୍କ ଅଳଙ୍କାର
– ଶ୍ରୀପୟର ବା ପାଦ, କିରିଟ, ଶ୍ରୀଭୁଜ ବା ହାତ, କମରପଟି, ତ୍ରିଖଣ୍ଡିକା, ଚନ୍ଦ୍ରସୂର୍ଯ୍ୟ, ଝୋବାକଣ୍ଠି
– କୁଣ୍ଡଳ, ଓଢ଼ିଆଣୀ ବା କାନଫୁଲ, ହଳ ଓ ମୂଷଳ, ଆଡକାନୀ, ତିଳକ, ଚନ୍ଦ୍ରିକା, ଅଳକା
– ଘାଗଡ଼ା ମାଳି, କଦମ୍ବ ମାଳି, ବାଘନଖ ମାଳି, ବାହାଡ଼ା ମାଳି, ସେବତୀ ମାଳି
ଦେବୀ ସୁଭଦ୍ରଙ୍କ ଅଳଙ୍କାର
– କିରିଟ, କାନ, ଓଡ଼ିଆଣୀ, ଚନ୍ଦ୍ରସୂର୍ଯ୍ୟ, ସେବତୀ ମାଳି
– କଦମ୍ବ ମାଳି, ଘାଗଡ଼ା ମାଳି, ତଗଡ଼ି ୨ଟି

ଶ୍ରୀଜଗନ୍ନାଥଙ୍କ ଅଳଙ୍କାର
– ଶ୍ରୀପୟର, କିରିଟ, ଶ୍ରୀଭୁଜ, ଓଢ଼ିଆଣୀ, କମରପଟି, ଚନ୍ଦ୍ରସୂର୍ଯ୍ୟ, ଚନ୍ଦ୍ରିକା
– ସୁନା ଚକ୍ର ଓ ରୁପା ଶଙ୍ଖ, ଆଡକାନି, ଘାଗଡ଼ା ମାଳି, ତାବିଜ ମାଳି, ତିଳକ
– କଦମ୍ବ ମାଳି, ବାହାଡା ମାଳି, ଝୋବାକଣ୍ଠି, ତ୍ରିଖଣ୍ଡିକା, ଅଳକା, ସେବତୀ ମାଳି

BREAKING NEWS
- ଆଜିଠାରୁ ହବିଷ୍ୟାଳୀଙ୍କ ଅନଲାଇନ ଆବେଦନ…
- ଭୂକମ୍ପରେ ଥରିଲା ଆସାମର ନାଗାଓଁ; ତୀବ୍ରତା ୪.୫…
- Redeveloped Kalinga Studio:ପୁନର୍ବିକଶିତ ଅତ୍ୟାଧୁନିକ ‘କଳିଙ୍ଗ ଷ୍ଟୁଡିଓ’ର ଭବ୍ୟ ଲୋକାର୍ପଣ;ରହିଛି ସ୍ନୋ-ହାଉସ୍ ସହ ଏହି ସମସ୍ତ ବ୍ୟବସ୍ଥା
- Nigeria military aircraft: ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ; ୩୨ ଜଣଙ୍କୁ ନେଇ ଯାଉଥିଲା…
- ରଣଜୀ ଟ୍ରଫି: ଓଡିଶା ଦଳ ଘୋଷଣା, ଶୁଭ୍ରାଂଶୁଙ୍କୁ ପୂନର୍ବାର ଅଧିନାୟକ ଦାୟିତ୍ୱ
- Passenger carrying precious stones:କଷ୍ଟମ୍ସ ବିଭାଗର ବଡ଼ କାର୍ଯ୍ୟାନୁଷ୍ଠାନ;ବ୍ୟାଙ୍କକରୁ କୋଟିକୋଟି ମୂଲ୍ୟର ମୂଲ୍ୟବାନ ପଥର ଆଣୁଥିବା ଯାତ୍ରୀ ଗିରଫ
- ଭାଇରାଲ ହେଉଛି ଗିଲଙ୍କ ମଜାଦାର ବୟାନ
- ଅପେକ୍ଷାର ଘଟିବ ଅନ୍ତ: ଖୁବଶୀଘ୍ର ହେବ SI ପଦବୀ ଲାଗି ସାନି ପରୀକ୍ଷା
- Suspicious death of film director:ହୋଟେଲ୍ ରୁମ୍ରୁ ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକଙ୍କ ମୃତଦେହ ଉଦ୍ଧାର
- ଏଲଏ୨୮ ଅଲିମ୍ପିକ୍ସ ପାଇଁ ହାଙ୍ଗଝୋଉ ଅପେକ୍ଷା ଆଇଚି-ନାଗୋୟା ଏସୀୟ କ୍ରୀଡ଼ା ଭାରତ ପାଇଁ ଅଧିକ ସଫଳ

Comments are closed.