ମୁମ୍ବାଇ: ସୌରଭ ଗାଙ୍ଗୁଲି ଓରଫ ଦାଦା । ଭାରତୀୟ କ୍ରିକେଟ ଦଳର ଅନ୍ୟତମ ସଫଳ ଅଧିନାୟକ ଭାବେ ବେଶ୍ ନାଁ ରହିଛି ଦାଦାଙ୍କର । ଜଣେ ସାଧାରଣ କ୍ରିକେଟରରୁ ଯାତ୍ରା ଆରମ୍ଭ କରିଥିବା ସୌରଭ ବର୍ତ୍ତମାନର ବିସିସିଆଇ ବସ୍ ସୌରଭ ଗାଙ୍ଗୁଲି। ଆଜି ସେ ୪୮ ବର୍ଷ ବୟସରେ ପାଦ ଦେଇଛନ୍ତି। ବୀରେନ୍ଦ୍ର ସେହୱାଗ ଠାରୁ ଆରମ୍ଭ କରି ଯୁବରାଜ ସିଂହ ହୁଅନ୍ତୁ କିମ୍ବା ମହେନ୍ଦ୍ର ସିଂ ଧୋନୀ। ଏହି କ୍ରିକେଟର ମାନଙ୍କୁ ଷ୍ଟାର ବନାଇବାରେ ସୌରଭଙ୍କର ରହିଛି ମୁଖ୍ୟ ଭୂମିକା। କାରଣ ଗାଙ୍ଗୁଲି ହିଁ ଏହି ଯୁବ ତାରକାମାନଙ୍କୁ କ୍ୟାରିୟର ଆରମ୍ଭ କରିବା ବେଳେ ସମର୍ଥନ କରି ଟିମ୍ରେ ସୁଯୋଗ ଦେଇଥିଲେ।ବାରମ୍ବାର ଅସଫଳ ହେବା ପରେ ମଧ୍ୟ ସେମାନଙ୍କ ଉପରେ ଆସ୍ଥା ବଜାଇ ରଖିଥିଲେ ।
ଆଜି ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ତାଙ୍କ ସମ୍ପର୍କରେ କିଛି ଜଣା-ଅଜଣା କଥା
*୧୯୭୨ ମସିହା ଜୁଲାଇ ୮ ତାରିଖରେ କୋଲକାତାର ବେହେଲା ଠାରେ ଜନ୍ମ ଗ୍ରହଣ କରିଥିଲେ ।
*ସୌରଭଙ୍କୁ ତାଙ୍କ ଭାଇ ସ୍ନେହାସିସ ଗାଙ୍ଗୁଲି କ୍ରିକେଟ ଖେଳିବାକୁ ପ୍ରେରଣା ଯୋଗାଇଥିଲେ ।
*ସୌରଭ ଗାଙ୍ଗୁଲିଙ୍କୁ ଆଧୁନିକ ଯୁଗର ଅନ୍ୟତମ ମହାନ ଅଧିନାୟକ ଭବେ ଗଣାଯାଏ।
*ସେ ବର୍ତମାନ ଦିନିକିଆ କ୍ରିକେଟରେ ଅଧିକ ରନ କରିବାରେ ୫ମ ସ୍ଥାନରେ ଅଛନ୍ତି।
*ସୌରଭ ଗାଙ୍ଗୁଲି ଉଇସଡେନର ସର୍ବକାଳୀନ ଦିନିକିଆ ଶ୍ରେଷ୍ଠ ଖେଳାଳୀ ତାଲିକାରେ ଷଷ୍ଠ ସ୍ଥାନ ମିଳିଛି।
*ରାହୁଲ ଦ୍ରାବିଡ଼ଙ୍କୁ କିପିଂ କରିବାର ପରାମର୍ଶ ଗାଙ୍ଗୁଲି ହିଁ ଦେଇଥିଲେ।
*ସେହୱାଗଙ୍କୁ ଓପନ କରିବା ପାଇଁ ଗାଙ୍ଗୁଲି ହିଁ ପ୍ରଥମେ ସୁଯୋଗ ଦେଇଥିଲେ।
* ପାକିସ୍ତାନ ବିପକ୍ଷ ମ୍ୟାଚ୍ରେ ୩ ନଂରେ ବ୍ୟାଟିଂ କରିବାକୁ ଧୋନୀଙ୍କୁ ସୁଯୋଗ ଦେଇ ସୌରଭ ଗେମ ଚେଞ୍ଜର ସାବ୍ୟସ୍ତ ହୋଇଥିଲେ।
*ଏକ ଆଭିଜାତ୍ୟ ସମ୍ପନ୍ନ ଘରେ ଜନ୍ମ ହୋଇଥିବାରୁ ତାଙ୍କ ଡାକ ନାଁ ଥିଲା ମହାରାଜା।
*ପିଲାବେଳେ ଗାଙ୍ଗୁଲି ଫୁଟବଲ ପ୍ରତି ବେଶି ଆକର୍ଷିତ ଥିଲେ। କିନ୍ତୁ ତାଙ୍କ ଭାଗ୍ୟ ତାଙ୍କୁ କ୍ରିକେଟ ଆଡ଼କୁ ଟାଣି ଆଣିଥିଲା।
* ଭାଇ ସ୍ନେହାଶିଷଙ୍କ କ୍ରିକେଟ କିଟ୍ ବ୍ୟବହାର କରିବା ପାଇଁ ଗାଙ୍ଗୁଲି ବାମହାତରେ ହିଁ କ୍ରିକେଟ ଅଭ୍ୟାସ ଆରମ୍ଭ କରିଥିଲେ।
*୧୯୯୧ ଜାନୁଆରୀ ୧୧ରେ ଭାରତ ପାଇଁ ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆରେ ଡେବ୍ୟୁ କରିଥିଲେ ଗାଙ୍ଗୁଲି। ଏହି ମ୍ୟାଚ୍ରେ ସେ ମାତ୍ର ୩ ରନ୍ କରିପାରିଥିଲେ।
*୧୯୯୩-୯୪ ଓ ୧୯୯୫-୯୬ ରଣଜୀ ସିଜିନ୍ରେ ରନ୍ ବର୍ଷା କରିଦେଇଥିଲେ ଦାଦା। ଫଳରେ ତାଙ୍କୁ ୧୯୯୬ ମସିହାରେ ଇଂଲଣ୍ଡ ଟୁର୍ ପାଇଁ ଚୟନ କରାଯାଇଥିଲା।
*୨୦୦୦ ମସିହାରେ ସଚିନ ତେନ୍ଦୁଲକର ଅଧିନାୟକ ପଦରୁ ଇସ୍ତଫା ଦେବା ପରେ ଗାଙ୍ଗୁଲିଙ୍କୁ ଟିମ୍ ଇଣ୍ଡିଆର ଅଧିନାୟକ କରାଯାଇଥିଲା।
*୨୦୦୨ରେ ଭାରତକୁ ନାଟୱେଷ୍ଟ ସିରିଜ୍ରେ ବିଜୟ କରାଇଥିଲେ। ୨୦୦୩ ବିଶ୍ୱକପରେ ଦଳକୁ ଫାଇନାଲକୁ ନେଇଥିଲେ।
* ଏହାପରେ ସେ ଫର୍ମ ହରାଇବାରୁ ତାଙ୍କୁ ଜାତୀୟ ଟିମ୍ରୁ ବାଦ ଦିଆଯାଇଥିଲା।
*ପୁନଃ ୨୦୦୬ରେ କମବ୍ୟାକ୍ କରିଥିଲେ।୨୦୦୭ ବିଶ୍ୱକପ ମଧ୍ୟ ଗାଙ୍ଗୁଲି ଖେଳିଥିଲେ।
*ଭାରତ ପାଇଁ ଅଷ୍ଟ୍ରେଲିଆ ବିପକ୍ଷରେ ଶେଷଥର ପାଇଁ ୨୦୦୮ ମସିହା ନଭେମ୍ବର ୬ରେ ସେ ଟେଷ୍ଟ ମ୍ୟାଚ୍ ଖେଳିଥିଲେ।
*ପାକିସ୍ତାନ ବିପକ୍ଷ ଦିନିକିଆ ଖେଳିବା ପରେ ସେ ଇସ୍ତଫା ଦେଇଥିଲେ।
Comments are closed.