Latest Odisha News

ଚର୍ମରୋଗରୁ ଉପଶମ ଦେବ ମୂଳା…

ସାଧାରଣତଃ ମୂଳାକୁ ଆମେ ସାଲାଡରେ ବ୍ୟବହାର କରିଥାଉ । ବଜାରରେ ବିଭିନ୍ନ ପ୍ରକାର ରଙ୍ଗର ମୂଳା ମିଳିଥାଏ । ଯାହା ଆମ ସ୍ୱାସ୍ଥ୍ୟ ବହୁତ ଉପକାରୀ । ଏଥିରେ ଅନେକ ପରିମାଣରେ ଭିଟାମିନ-ସି, ଜିଙ୍କ୍, ଜଳ ଓ ଫସଫରସର ଭାଗ ରହିଛି । ଯାହା ଆମ ଶରୀରରେ ଜଳାଭାବ ଦୂର କରିବା ସହିତ ତ୍ୱଚାରେ ସତେଜତା ଫେରାଇ ଆଣିଥାଏ । ଏହାର ଭିଟାମିନ-ସି ଏବଂ ପ୍ରାକୃତିକ ରୋଗ ପ୍ରତିରୋଧକ ଶକ୍ତି ଆମକୁ ଭୂତାଣୁ ଜନିତ ସଂକ୍ରମଣରୁ ରକ୍ଷା କରିଥାଏ ।

ଏହାର ଜୈବିକ ରୋଚନ ଗୁଣ ଆମର ହଜମ କ୍ରିୟା ଉପରେ ପ୍ରଭାବ ପକାଇ ଏହାକୁ ତ୍ୱରାନିତ କରିଥାଏ ଏବଂ କ୍ଷତିକାରକ ଜୈବିକ ପଦାର୍ଥରୁ ଆମ ଶରୀରକୁ ରକ୍ଷା କରିଥାଏ । ମୂଳା ଖାଇବା ଦ୍ୱାରା ଗଳାରେ ହେଉଥିବା ସଂକ୍ରମଣରୁ ଆମକୁ ରକ୍ଷା ମିଳିଥାଏ ।

• ଆଣ୍ଟି-ଅକ୍ସିଡେଣ୍ଟ- ଅନ୍ୟାନ୍ୟ ଖାଦ୍ୟ ପଦାର୍ଥ ପରି ମୂଳାରେ ମଧ୍ୟ ଆଣ୍ଟି-ଅକ୍ସିଡେଣ୍ଟସ ଭରପୂର ମାତ୍ରାରେ ରହିଛି । ଏହା ଆମ ଶରୀରକୁ ଅମ୍ଲଜାନ ଜନିତ କ୍ଷତିକାରକ ପ୍ରତିକ୍ରିୟାରୁ ରକ୍ଷା କରିଥାଏ ।

• ଚର୍ମରୋଗରୁ ମୁକ୍ତି- ମୂଳାରେ ଥିବା ଭିଟାମିନ-ଏ, ସି, ଏବଂ କେ ଆମକୁ ଚର୍ମ ରୋଗରୁ ରକ୍ଷା କରିଥାଏ । ମୂଳାକୁ ପ୍ରତିଦିନ ଖାଦ୍ୟରେ ବ୍ୟବହାର କଲେ ଏହା ଶରୀରରେ କୋଷ ମରାମତି ଓ ନୂତନ କୋଷ ତିଆରି କରିବାରେ ସାହାଯ୍ୟ କରିଥାଏ ।

• ଲୌହସାର – ମୂଳାରେ ଥିବା ଲୌହସାର ଆମ ରକ୍ତ ପ୍ରବାହରେ ଉତ୍ତମ ପ୍ରଭାବ ପକାଇଥାଏ । ଲୌହ ସାର କୋଷ ,ଚର୍ମ , କେଶ ଓ ନଖକୁ ମଜବୁତ ରଖିଥାଏ । ଏହାଦ୍ୱାରା ଶରୀର ସତେଜ ଓ ସୁସ୍ଥ ରହେ ।

Leave A Reply

Your email address will not be published.