Latest Odisha News

BREAKING NEWS

ଆଜି ‘ସେନା ଦିବସ’; ଜାଣନ୍ତୁ ଭାରତୀୟ ସୈନିକଙ୍କ ସମ୍ପର୍କରେ କିଛି ଅଜଣା କଥା…

ନୂଆଦିଲ୍ଲୀ: ପ୍ରତିବର୍ଷ ଜାନୁଆରୀ ୧୫ ତାରିଖରେ ଭାରତରେ ‘ସେନା ଦିବସ’ ପାଳନ କରାଯାଇ ଆସୁଅଛି ।

୧୯୪୯ ମସିହାର ଏହି ଦିନରେ ଭାରତୀୟ ସେନାର ପ୍ରଥମ ଭାରତୀୟ କମାଣ୍ଡର ଚିଫ୍ ଏମ୍ କରିଅପ୍ପା ବିଧିବଦ୍ଧ ଭାବେ ଦାୟିତ୍ୱ ନେଇଥିଲେ। ସେ ତତ୍କାଳୀନ ଜେନେରାଲ୍ ଫ୍ରାନସିସ୍ ବୁଚରଙ୍କ ଠାରୁ କାର୍ଯ୍ୟଭାର ଗ୍ରହଣ କରିଥିଲେ, ଯିଏକି ବ୍ରିଟିଶ ସାମ୍ରାଜ୍ୟର ମୁଖ୍ୟ କମାଣ୍ଡର ଥିଲେ ।

ଭାରତୀୟ ସେନାର ଉତ୍ପତ୍ତି ଇଷ୍ଟ ଇଣ୍ଡିଆ କମ୍ପାନୀର ସେନାଙ୍କ ଠାରୁ ହୋଇଥିଲା । ଯାହା ପରବର୍ତ୍ତୀ ସମୟରେ ‘ବ୍ରିଟିଶ ଇଣ୍ଡିଆନ୍ ଆର୍ମୀ’ ରୂପେ ପରିଚିତ ହୋଇଥିଲା । ସ୍ୱତନ୍ତ୍ରତା ହାସଲ ପରେ ଏହା ରାଷ୍ଟ୍ରୀୟ ସେନା ଭାବେ ଜଣା ଯାଇଥିଲା ।

ଅଧିକ ପଢନ୍ତୁ: କାହିଁକି ପାଳନ କରାଯାଏ ସେନା ଦିବସ, କାରଣ ଜାଣିଲେ ଗର୍ବରେ ଫୁଲିଯିବ ଛାତି !

ତେବେ ଭାରତୀୟ ସେନାର ସ୍ଥାପନା ୧୮୯୫ ମସିହା ଏପ୍ରିଲ୍ ୧ ତାରିଖରେ ହୋଇଥିବା ବେଳେ ଭାରତରେ ‘ସେନା ଦିବସ’ ଜାନୁଆରୀ ୧୫ ତାରିଖରେ ପାଳନ କରାଯାଇଥାଏ । ଏହି ଦିନଟିକୁ ଆମର ବୀର ଭାରତୀୟ ସେନାଙ୍କ ପାଇଁ ଉତ୍ସର୍ଗ କରାଯାଇଛି।

ଜାଣନ୍ତୁ ଭାରତୀୟ ସୈନିକଙ୍କ ସମ୍ପର୍କରେ କିଛି ଅଜଣା କଥା…

  • ଭାରତୀୟ ସେନା ଦୁନିଆର ତୃତୀୟ ସବୁଠୁ ବଡ ସେନା ଅଟେ । ଭାରତୀୟ ସେନାରେ ପ୍ରାୟ ୧,୧୨୯,୯୦୦ ସକ୍ରିୟ ସେନା ଓ ୯୬୦,୦୦୦ ଆରକ୍ଷିତ ସୈନିକ ରହିଥିବା ନେଇ ସୁତ୍ରରୁ ପ୍ରକାଶ ।
  • ଭାରତୀୟ ସେନା ସିଆଚୀନ ଗ୍ଲେସିୟରରେ ମଧ୍ୟ ମୁତୟନ ହୋଇଛନ୍ତି । ଯାହା ସମୁଦ୍ର ତଳରୁ ପ୍ରାୟ ୫୦୦୦ମି. ଉପରେ ରହିଛି । ଏହି ଗ୍ଲାସିୟରକୁ ଦୁନିଆର ସବୁଠୁ ଉଚ୍ଚ ଯୁଦ୍ଧ କ୍ଷେତ୍ର କୁହାଯାଇଥାଏ ।
  • ୧୮୩୫ରେ ଗଠିତ ଆସାମ ରାଇଫଲ୍‌, ଭାରତର ସବୁଠୁ ପୁରୁଣା ଅର୍ଦ୍ଧସୈନିକ ବଳ ଅଟେ ।
  • ସେନା ଦିବସ ଉପଲକ୍ଷେ ପ୍ରତିବର୍ଷ ଦିଲ୍ଲୀର କରିଅପ୍ପା ପାରେଡ୍ ଗ୍ରାଉଣ୍ଡରେ ପାରେଡ୍ ଆୟୋଜିତ କରାଯାଇଥାଏ ।

କରିଅପ୍ପା ୧୯୪୭ ମସିହାରେ ପାକିସ୍ତାନ ବିରୁଦ୍ଧରେ ଯୁଦ୍ଧରେ ଅଦମ୍ୟ ସାହସ ଓ ଦମଦାର ନେତୃତ୍ୱର ପରିଚୟ ଦେଇଥିଲେ । ପାକିସ୍ତାନର ଯୁଦ୍ଧ ସମୟରେ ତାଙ୍କୁ ପଶ୍ଚିମ କମାନର ଜି-ଓ-ସି-ଇନ୍-ସି ଦାୟିତ୍ୱ ଦିଆଯାଇଥିଲା । ତାଙ୍କ ନେତୃତ୍ୱରେ ଭାରତ ଜୋଜିଲା, ଦ୍ରାସ ଓ କାରଗିଲରେ ପାକିସ୍ତାନୀ ସେନାଙ୍କୁ ହରାଇଥିଲା ।

Leave A Reply

Your email address will not be published.