Latest Odisha News

BREAKING NEWS

ତାଳଚେରରେ ଚାଞ୍ଚଲ୍ୟ; ଦବିଗଲା ୫୦ ଫୁଟ ମାଟି !

ତାଳଚେର: ମାଟି ଦବିଯିବା ନେଇ ତାଳଚେର ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ମାଟି ଦବିଯିବା ଘଟଣାକୁ ନେଇ ସମଗ୍ର ଅନୁଗୁଳ ଜିଲ୍ଲାରେ ଚାଞ୍ଚଲ୍ୟ ଖେଳିଯାଇଛି । ଦେଉଳବେଡା ତେଲିସାହିର ଏକ ଜମି ଭିତରେ ଆଜି ସକାଳୁ ବଡ଼ ଧରଣର ଗାତ ସୃଷ୍ଟି ହେବା ଫଳରେ ସ୍ଥାନୀୟ ଲୋକ ଆତଙ୍କିତ ହୋଇ ପଡିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଅକ୍ଷୟ କୁମାର ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଜମିରେ ସକାଳେ ୫ ଫୁଟ ଚଉଡାରେ ପ୍ରାୟ ୪୦ ଫୁଟ ମାଟି ଦାବି ଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକ ଏହାକୁ ଦେଖିବାକୁ ଭିଡ଼ ଜମାଇଥିବା ବେଳେ ଆହୁରି ମାଟି ଦବିଥିଲା । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସେହି ସ୍ଥାନକୁ ନ ଯିବା ପାଇଁ ତାଗିଦ କରିଛି ।

ସେଠାରେ ସ୍ଥିତି ବିପଦ ସଂକୁଳ ଅବସ୍ଥାରେ ରହିଛି । ତେବେ ଏତେ ବଡ଼ ପରିମାଣର ମାଟି ଦବି ଥିବା ଯୋଗୁଁ ସ୍ଥାନୀୟ ଲୋକ ଭୟଭୀତ ହୋଇ ପଡିଛନ୍ତି ।

ପୂର୍ବରୁ ତାଳଚେରରେ ଥିବା ଭୂତଳ କୋଇଲା ଖଣିରେ ସଠିକ ଭାବରେ ବାଲି ଭର୍ତ୍ତି କରାଅ ଯାଉ ନାହିଁ । ଯାହା ଫଳରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ମାଟି ଦବୁଛି । କେତେବେଳେ ସହର ମଝିରେ ମାଟି ଦବୁଛି ତ କେତେବେଳେ ବିଲ ଭିତରେ ମାଟି ଦବି ବିରାଟ ଗର୍ତ୍ତ ସୃଷ୍ଟି ହେଉଛି । ବାରମ୍ବାର ଅଭିଯୋଗ ସତ୍ତ୍ୱେ ଖଣି କର୍ତ୍ତୃପକ୍ଷ ଓ ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଉ ନାହାନ୍ତି ।

କେତେବେଳେ ତାଳଚେର ସହର ମାଟି ଭିତରକୁ ଯେ ଚାଲି ନ ଯିବ ସେକଥା ଅସ୍ବୀକାର କରାଯାଇ ପାରିବ ନାହିଁ । ଏଣୁ ଏ ଦିଗରେ ସରକାର ଦୃଷ୍ଟି ଦେବାକୁ ସାଧାରଣ ଲୋକ ଦାବି କରିଛନ୍ତି ।

ତେବେ ଆଜିର ମାଟି ଦବିବା ଘଟଣାକୁ ନେଇ ଅଞ୍ଚଳରେ ଅସନ୍ତୋଷ ଦେଖା ଦେବା ସହ ସ୍ଥାନୀୟ ବାସିନ୍ଦା ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

Leave A Reply

Your email address will not be published.