Latest Odisha News

BREAKING NEWS

ଚିହ୍ନଟ ୬୧ ଆକ୍ରାନ୍ତଙ୍କ ସମ୍ପୂର୍ଣ୍ଣ ବିବରଣୀ, ଜାଣନ୍ତୁ

ଭୁବନେଶ୍ୱର: ରାଜ୍ୟରେ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ସକାଳୁ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୬୧ ପଜିଟିଭ ।

କେନ୍ଦ୍ରାପଡା ଜିଲ୍ଲାରୁ ଆଜି ୧୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ପଜିଟିଭ ମାନେ ସମସ୍ତେ ସୁରତ ଫେରନ୍ତା ହୋଇଥିବା ବେକେ ଏମାନେ କ୍ୱାରେଣ୍ଟାଇନରେ ଥିବା ପ୍ରକାଶ ।

ଗଞ୍ଜାମ ଓ ବାଲେଶ୍ଵର ଜିଲ୍ଲାରୁ ୧୨ ଜଣ ଲେଖାଁଏ ଚିହ୍ନଟ ହୋଇଛନ୍ତି ।

ଗଞ୍ଜାମ ଜିଲ୍ଲାରୁ ଚିହ୍ନଟ ସମସ୍ତ ବ୍ୟକ୍ତି ସୁରତ ଫେରନ୍ତା ଓ ସମସ୍ତେ କ୍ୱାରେଣ୍ଟାଇନରେ ଥିବା ସୂଚନା।

ବାଲେଶ୍ଵର ଜିଲ୍ଲାରୁ ଚିହ୍ନଟ ୧୨ ଜଣଙ୍କ ମଧ୍ୟରୁ ଜଣ ପଶ୍ଚିମବଙ୍ଗ ଫେରନ୍ତା ହୋଇଥିବା ବେଳେ, ୨ ଜଣ ସୁରତ ଫେରନ୍ତା ଓ ଜଣେ ମହାରାଷ୍ଟ୍ର ଫେରନ୍ତା ଅଟନ୍ତି । ଏମାନେ ସମସ୍ତେ କ୍ୱାରେଣ୍ଟାଇନରେ ରହିଥିବା ବେଳେ ଜଣେ ଦିଲ୍ଲୀ ଫେରନ୍ତା ମଧ୍ୟ ରହିଛନ୍ତି ଯିଏ ହୋମ କ୍ୱାରେଣ୍ଟାଇନରେ ରହିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା।

ପୁରୀରୁ ଚିହ୍ନଟ ସମସ୍ତ ବ୍ୟକ୍ତି ସୁରତ ଫେରନ୍ତା ହୋଇଥିବା ବେଳେ ଏମାନେ ସମସ୍ତେ କ୍ୱାରେଣ୍ଟାଇନରେ ଥିବା ସୂଚନା ମିଳିଛି ।

ସମସ୍ତେ ସୁରତ ଫେରନ୍ତା ହୋଇଥିବା ବେଳେ ଏମାନେ କ୍ୱାରେଣ୍ଟାଇନ ସେଣ୍ଟରର ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନା ଦେଇଛି ।

କଟକରୁ ଚିହ୍ନଟ ବ୍ୟକ୍ତି ଜଣଙ୍କ ବିଦେଶ ଫେରାନ୍ତ ହୋଇଥିବା ବେଳେ ସେ କ୍ୱାରେଣ୍ଟାଇନରେ ରହିଥିଲେ ।

ଭଦ୍ରକରୁ ଚିହ୍ନଟ ୬ ଆକ୍ରାନ୍ତ ପଶ୍ଚିମବଙ୍ଗ ଫେରନ୍ତା ହୋଇଥିବା ବେଳେ ସମସ୍ତେ କ୍ୱାରେଣ୍ଟାଇନରେ ରହିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ସେହିପରି ଆଜି ଯାଜପୁରରୁ ଚିହ୍ନଟ ୨ ଆକ୍ରାନ୍ତ ଧର୍ମଶାଳା ବ୍ଲକ ଅଞ୍ଚଳର ହୋଇଥିବା ବେଳେ ଉଭୟ ପୁରୁଷ ବୋଲି ଜଣାପଡ଼ିଛି। ଉଭୟ କଲିକତାରୁ ଫେରିଥିବା ବେଳେ କ୍ବାରେନଣ୍ଟାଇନ୍ ରେ ଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୭୨ରେ ପହଂଚି ଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

Leave A Reply

Your email address will not be published.