Latest Odisha News

୬ ନୂଆ କରୋନା ରୋଗୀଙ୍କ ତଥ୍ୟ ଦେଲେ ଭଦ୍ରକ ପ୍ରଶାସନ

ଭଦ୍ରକ: ଭଦ୍ରକ ପ୍ରଶାସନ ପକ୍ଷରୁ ଶୁକ୍ରବାର ଦିନ କରୋନାଭାଇରସରେ ଆକ୍ରାନ୍ତ ୬ ନୂଆ ରୋଗୀଙ୍କ ଯାତ୍ରା ଇତିହାସ ପ୍ରକାଶ କରାଯାଇଛି।

ଏହି ୬ ଜଣ ବ୍ୟକ୍ତି ପଶ୍ଚିମବଙ୍ଗ ଫେରନ୍ତା ବୋଲି ଜିଲ୍ଲା ପ୍ରଶାସନ ଟ୍ବିଟ୍ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେମାନେ ବିଭିନ୍ନ ଅସ୍ଥାୟୀ ଚିକିତ୍ସା ଶିବିରରେ ଲକ୍ଷଣାତ୍ମକ ଏବଂ ଇନଷ୍ଟିଚ୍ୟୁଟସନାଲ କ୍ବାରେନଣ୍ଟାଇନରେ ଥିଲେ।

ଉଲ୍ଲେଖଯୋଗ୍ୟ, ଗତ ୨୪ ଘଣ୍ଟା ମଧ୍ୟରେ ଓଡିଶାରେ ୬୧ଟି ନୂଆ କରୋନା ପଜିଟିଭ ମାମଲା ରିପୋର୍ଟ କରାଯାଇଛି। ଯାହାକୁ ମିଶାଇ ରାଜ୍ୟରେ ମୋଟ ୬୭୨ ଜଣ ଆକ୍ରାନ୍ତ ରହିଛନ୍ତି। ସେଥିମଧ୍ୟରୁ ଭଦ୍ରକରେ ୬ ଟି ମାମଲା ଚିହ୍ନଟ ହୋଇଛି।

ଏହା ସହିତ ଭଦ୍ରକରେ ସକ୍ରିୟ ମାମଲା ସଂଖ୍ୟା ୨୭ କୁ ବୃଦ୍ଧି ପାଇ ୧୯ ଜଣ ଏହି ରୋଗରୁ ମୁକ୍ତି ପାଇଛନ୍ତି।

Leave A Reply

Your email address will not be published.