Latest Odisha News

BREAKING NEWS

ନବୀନଙ୍କ ମନ୍ତ୍ରୀମଣ୍ଡଳରେ କେଉଁମାନେ ହେବେ ମନ୍ତ୍ରୀ, ଦେଖନ୍ତୁ ସମ୍ଭାବ୍ୟ ତାଲିକା…

ଭୁବନେଶ୍ୱର: ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ପଞ୍ଚମଥର ଲାଗି ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବାକୁ ପ୍ରସ୍ତୁତ ହେଉଛନ୍ତି । ନବୀନ ଉଭୟ ହିଞ୍ଜିଳୀ ଏବଂ ପଶ୍ଚିମ ଓଡ଼ିଶାର ବିଜେପୁର ବିଧାନସଭା ଆସନରେ ବିଜୟ ହାସଲ କରିଛନ୍ତି ।

ସମୁଦାୟ ୧୪୬ଟି ଆସନ ମଧ୍ୟରୁ ବିଜେଡ଼ି ୧୧୨ଟି ଆସନ ଅକ୍ତିଆର କରିଥିବା ବେଳେ ବିଜେପିକୁ ୧୨ଟି ଏବଂ କଂଗ୍ରେସ ଦଳ ୯ଟି ଆସନରେ ବିଜୟ ହାସଲ କରିପାରିଛି । ସେହିପରି ସିପିଆଇକୁ ଗୋଟିଏ ଆସନ ମିଳିଥିବା ବେଳେ ସ୍ୱାଧୀନ ପ୍ରାର୍ଥୀ ଗୋଟିଏ ଆସନରେ ବିଜୟ ଲାଭ କରିପାରିଛନ୍ତି ।

ଏବେ କେଉଁ ବିଧାୟକ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବେ ଏବଂ କେଉଁ ମନ୍ତ୍ରୀ କ୍ୟବିନେଟର ଗୁରୁତ୍ୱପୂର୍ଣ୍ଣ ବିଭାଗ ପାଇବେ ସେନେଇ ଅଙ୍କକଷା ଚାଲିଛି ।

ଯେଉଁ ବିଧାୟକ ଏହି ସମ୍ଭାବ୍ୟ ତାଲିକାରେ ରହିଛନ୍ତି ସେମାନେ ହେଲେ:

ରାଜେନ୍ଦ୍ର ଢୋଲକିଆ, ଭୁପିନ୍ଦର ସିଂହ, ମନୋହର ରନ୍ଧାରୀ, ପଦ୍ମିନୀ ଦିଆଁ, ପ୍ରଦୀପ ପାଣିଗ୍ରାହୀ, ସୂର୍ଯ୍ୟ ନାରାୟଣ ପାତ୍ର, ଜଗନ୍ନାଥ ସାକ୍ରା, ସ୍ନେହାଞ୍ଚଳି ଛୁରିଆ, ସୁଶାନ୍ତ ସିଂହ, କିଶୋର ମହାନ୍ତି, ନବ ଦାସ, ଶାରଦା ନାୟକ, ଟୁକୁନି ସାହୁ, ପ୍ରଦୀପ ଅମାତ, ବିକ୍ରମ କେଶରୀ ଆରୁଖ, ରୋହିତ ପୂଜାରୀ, ବଦ୍ରୀନାରାୟଣ ପାତ୍ର, ପ୍ରଫୁଲ୍ଲ ମଲ୍ଲିକ, ରଜନୀକାନ୍ତ ସିଂହ, ଦେବୀ ପ୍ରସାଦ ମିଶ୍ର, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଚନ୍ଦ୍ରସାରଥୀ ବେହେରା, ସୌମ୍ୟ ରଞ୍ଜନ ପଟ୍ଟନାୟକ, ଅରୁଣ ସାହୁ, ସମୀର ରଞ୍ଜନ ଦାସ, ଅଶୋକ ପଣ୍ଡା, ସୁଦାମ ମାରାଣ୍ଡି, ଅନନ୍ତ ଦାସ, ପ୍ରଫୁଲ୍ଲ ସାମଲ, ପ୍ରମିଳା ମଲ୍ଲିକ, ପ୍ରଣବ ପ୍ରକାଶ ଦାସ, ପ୍ରତାପ ଦେବ, ଅତନୁ ସବ୍ୟସାଚୀ ଏବଂ ଅମର ଶତପଥୀ ।

Leave A Reply

Your email address will not be published.