Latest Odisha News

BREAKING NEWS

ନବୀନଙ୍କ ଇସ୍ତଫା ଗ୍ରହଣ କଲେ ଓଡ଼ିଶା ରାଜ୍ୟପାଳ

ଭୁବନେଶ୍ୱର: ନୂତନ ମନ୍ତ୍ରୀମଣ୍ଡଳ ଗଠନ କରିବା ଲାଗି ଶୁକ୍ରବାର ଦିନ ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ମନ୍ତ୍ରୀମଣ୍ଡଳର ସମସ୍ତ ସଦସ୍ୟଙ୍କ ଇସ୍ତଫାପତ୍ର ଗ୍ରହଣ କରିଛନ୍ତି ।

ନୂତନ ମନ୍ତ୍ରୀମଣ୍ଡଳ ଶପଥ ଗ୍ରହଣ କରିବା ପର୍ଯ୍ୟନ୍ତ ରାଜ୍ୟପାଳ ନବୀନ ଓ ତାଙ୍କ କ୍ୟବିନେଟର ସମସ୍ତ ମନ୍ତ୍ରୀମାନଙ୍କୁ କାର୍ଯ୍ୟରେ ରହିବାକୁ ଅନୁରୋଧ କରିଛନ୍ତି ।

ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ୫ମ ଥର ଲାଗି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ।

ନବୀନ ଉଭୟ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଏବଂ ପଶ୍ଚିମ ଓଡ଼ିଶାର ବିଜେପୁର ଆସନରେ ବିଜୟ ହାସଲ କରିଛନ୍ତି ।

ସମୁଦାୟ ୧୪୬ଟି ଆସନ ମଧ୍ୟରୁ ବିଜେଡ଼ି ୧୧୨ଟି ଆସନ ଅକ୍ତିଆର କରିଥିବା ବେଳେ ବିଜେପିକୁ ୧୨ଟି ଏବଂ କଂଗ୍ରେସ ଦଳ ୯ଟି ଆସନରେ ବିଜୟ ହାସଲ କରିପାରିଛି । ସେହିପରି ସିପିଆଇକୁ ଗୋଟିଏ ଆସନ ମିଳିଥିବା ବେଳେ ସ୍ୱାଧୀନ ପ୍ରାର୍ଥୀ ଗୋଟିଏ ଆସନରେ ବିଜୟ ଲାଭ କରିପାରିଛନ୍ତି ।

Leave A Reply

Your email address will not be published.