Latest Odisha News

‘ଟୁନୁ.. ମେରା ବଚ୍ଚା ..’ତୁନିଷାଙ୍କ ଜନ୍ମଦିନରେ ଏମିତି ଭାବବିହ୍ୱଳ ବାର୍ତ୍ତା ଦେଲେ ସୀଜାନଙ୍କ ଭଉଣୀ

ମୁମ୍ବାଇ: “ଟୁନ୍ନୁ ମେରା ବଚ୍‌ଚା ! ମୁଁ କେବେ ବି ଭାବି ନ ଥିଲି ତୋତେ ଏମିତି ଶୁଭେଚ୍ଛା ଜଣାଇବି ବୋଲି । ତୁ ଜାଣିଛୁ, ଆପି ପ୍ଲାନ କରିଥିଲା ତୋ ପାଇଁ ଏକ ସରପ୍ରାଇଜ । ତୁ ସେଦିନ ପ୍ରିନ୍ସେସ ଡ୍ରେସ ପିନ୍ଧିବୁ ବୋଲି ମୁଁ ଚାହୁଁଥିଲି । ମୁଁ ଚାହୁଁଥିଲି, ମୁଁ ତୋତେ ସଜେଇଥାନ୍ତିି । ତୋ ପାଇଁ କେକ ତିଆରି କରିଥାନ୍ତି । ତୋର ସରପ୍ରାଇଜ ଫେସ ଦେଖିବାକୁ ଚାହୁଁଥିଲି ।”

ଏ ଭାବ ବିହ୍ୱଳ ବାର୍ତ୍ତା ଦେଇଛନ୍ତି ସୀଜାନ ଖାନଙ୍କ ଭଉଣୀ ଫଲକ ନାଜ ।  ତୁନିଷା ଆଜି ଏ ଦୁନିଆରେ ନାହାନ୍ତି । ହେଲେ ଗତକାଲି ଥିଲା ତାଙ୍କର  ୨୧ତମ ଜନ୍ମଦିନ । ତାଙ୍କ  ଜନ୍ମଦିନରେ ଏମିତି ବାର୍ତ୍ତା ଦେଇ ଖାଲି ତୁନିଷାଙ୍କ ପରିବାର ନୁହେଁ ତାଙ୍କ ଫ୍ୟାନ୍ସଙ୍କ ମନକୁ ଭିଜାଇ ଦେଇଛନ୍ତି ।

ସୀଜାନ ଖାନଙ୍କ ଭଉଣୀ ଫଲକ ନାଜ । ସବୁବର୍ଷ ଏପ୍ରିଲ ୪ ତାରିଖ ନିଜ ଜନ୍ମଦିନ ପାଳନ୍ତି ତୁନିଷା । ଗତକାଲି ଅର୍ଥାତ ବୁଧବାର ଥିଲା ତାଙ୍କର ଜନ୍ମଦିନ । ତୁନିଷା ବଞ୍ଚିଥିଲେ ହୁଏତ ଏହି ଦିନକୁ  ଧୁମଧାମରେ ପାଳିଥାନ୍ତେ । କିନ୍ତୁ ଜନ୍ମଦିନ ଶୁଭେଚ୍ଛା ଗ୍ରହଣ କରିବାକୁ ଆଉ ସେ ନାହାନ୍ତି । ଆଉ ତାଙ୍କ ପାଇ କେହି ଦୀର୍ଘଜୀବନ କାମନା କରିବେନି । କେହି କହିବେନି ମେନି ମେନି ହାପି ରିଟନ୍ସ ଅଫ ଦ ଡେ.. କାରଣ ସେ ଖୁସିଲୁହଠାରୁ ଅନେକ ଦୂରକୁ ଚାଲି ଯାଇଛନ୍ତି । ଦୀର୍ଘ ଜୀବନ ଆଶୀର୍ବାଦ ତାଙ୍କ ପାଖରେ ହାର ମାନି ଯାଇଛି । ଆଜି ତାଙ୍କ ଘରେ ଖାଲି ଉଦାସ ଆଉ ଉଦାସ.. । ଗତବର୍ଷର ସ୍ମୃତିକୁ ମନେ ପକାଇ, ପୁରୁଣା ଫଟୋ ଦେଖି ଲୁହ ଗଡ଼ାଉଛନ୍ତି ପରିବାର ଲୋକେ ।

ଏମିତି ସମୟରେ ତୁନିଷାଙ୍କ ପୁରୁଷ ବନ୍ଧୁ ତଥା ତାଙ୍କ ମୃତ୍ୟୁ ପଛର ଖଳନାୟକ କୁହାଯାଉଥିବା ସୀଜାନଙ୍କ ଭଉଣୀ ଏମିତି ଇମୋଶନାଲ ବାର୍ତ୍ତା ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏଥିସହିତ ତୁନିଷାଙ୍କର ଅନେକ ପୁରୁଣା ଫଟୋ ମଧ୍ୟ ସେୟାର କରିଛନ୍ତି ।

ତୁନିଷା ଏବଂ ସୀଜାନ ଖାନ ପରସ୍ପରକୁ ପସନ୍ଦ କରୁଥିଲେ । ରିଲେସନସିପରେ ଥିଲେ । ହେଲେ ଡିସେମ୍ବର ୨୪ ତାରିଖ ସେମାନଙ୍କର ବ୍ରେକଅପ ହୋଇଥିଲା । ତେବେ ସୀଜାନଙ୍କ ପରିବାର ସହ ତୁନିଷାଙ୍କର ଭଲ ସମ୍ପର୍କ ଥିଲା ଏହା ଇନଷ୍ଟାରେ ସେୟାର କରାଯାଇଥିବା ଫଟୋରୁ ବେଶ ଜଣାପଡେ । ଆଜି ତୁନିଷାଙ୍କ ଆବର୍ତ୍ତମାନରେ ତାଙ୍କ ଜନ୍ମଦିନରେ ସୀଜାନଙ୍କ ଭଉଣୀ ଫଲକ ଏପରି ଲମ୍ବା ଭାବପ୍ରବଣ ବାର୍ତ୍ତା ଦେଇଛନ୍ତି ।

Leave A Reply

Your email address will not be published.