ଭୁବନେଶ୍ୱର : ନିଜ ଶରୀରର ସୌନ୍ଦର୍ଯ୍ୟ ପାଇଁ ସମସ୍ତେ ଆଗଭର ରହିଥାନ୍ତି । ଖାସକରି ମହିଳାମାନେ ନିଜ ଚେହେରା ପ୍ରତି ଅଧିକ ସଚେତନ ରହିଥାନ୍ତି, ସେଥିମଧ୍ୟରେ ନଖର ସୌନ୍ଦର୍ଯ୍ୟ ଅନ୍ୟତମ ।
ବର୍ତମାନ ନେଲପଲିସ୍ ବଦଳରେ ମହିଳା ତଥା ଯୁବତୀମାନେ ମାଧ୍ୟମରେ ନଖକୁ ଆକ୍ଟ୍ରାଟିଭ୍ କରିବା ପାଇଁ ନେଲ୍ ଆର୍ଟର ବ୍ୟବହାର କରୁଛନ୍ତି । ଆପଣ ଚାହିଁଲେ ନିଜ ଡ୍ରେସ୍ ଓ ଜୁଏଲାରୀ ସହ ମ୍ୟାଚିଙ୍ଗ୍ କରି ନଖଗୁଡିକୁ କଲର କରିପାରିବେ ।
ବିଭିନ୍ନ ପ୍ରକାରର ନେଲ୍ ଆର୍ଟ ଡିଜାଇନ୍ ପ୍ରୟୋଗ କରି ଆପଣ ହାତ ଓ ଗୋଡ ନଖ ଗୁଡିକୁ କିପରି ସୁନ୍ଦର ଓ ଆର୍କଷଣୀୟ କରିପାରିବେ ଜାଣନ୍ତୁ…
- ନେଲ୍ଆର୍ଟ କରିବା ପୂର୍ବରୁ ପ୍ରଥମେ ନଖଗୁଡିକର ସଫା ଓ ଆକାର (ସେପ୍ ) ପ୍ରତି ଧ୍ୟାନ ଦେବା ଜରୁରି । ଏଥିପାଇଁ ନଖକୁ ଲେମ୍ବୁ ଓ ସୋଡା ମିଶ୍ରିତ ହାଲୁକା ଉଷୁମ ପାଣିରେ କିଛି ସମୟ ବୁଡାଇ ରଖନ୍ତୁ, ତା ପରେ କପଡାରେ ଭଲଭାବେ ପୋଛି ଦିଅନ୍ତୁ ।
- ଫାଇଲ୍ ସାହାର୍ଯ୍ୟରେ ନଖଗୁଡିକୁ ମନଇଚ୍ଛା ଆକାର ଦିଅନ୍ତୁ,ଫଳରେ ନଖସବୁ ସୁନ୍ଦର ଓ ସାଇଜ୍ ଦେଖାଯିବ । ଆପଣ ଚାହିଁଲେ ନଖକୁ ଗୋଲ, ଅଣ୍ଡାକୃତି ଓ ସ୍କୋୟାର୍ ସେପ୍ ଦେଇପାରିବେ ।
- ନଖରେ ନେଲ୍ ପ୍ରାଇମର୍ ଲଗାଇବା ପରେ ବେସ୍ କୋଟ୍ ଲଗାନ୍ତୁ , ଏପରି କରିବା ଦ୍ୱାରା ନଖ ସବୁ ସୁରକ୍ଷିତ ରହିବା ସହିତ ମଶିଆ ପଡିବ ନାହିଁ । କୋଟ୍ ଶୁଖିିଲା ପରେ ଏହା ଉପରେ ଆଉଥରେ ବେସ୍ କୋଟ୍ ହାଲୁକା ଭାବେ ଲଗାନ୍ତୁ । ଏହା ଶୁଖିଲା ପରେ ମ୍ୟାଚିଙ୍ଗ ନେଲ୍ କଲର ଦ୍ୱାରା ମନଇଚ୍ଛା ଡିଜାଇନ୍ ବନାନ୍ତୁ ।
- ଆପଣ ଚାହିଁଲେ ଘରେ ସରୁ ବ୍ରସ୍ ମାଧ୍ୟମରେ ନଖରେ ଡିଜାଇନ ବନାଇପାରିବେ । ଆଜିକାଲି ବଜାରରେ ବିଭିନ୍ନ ଡିଜାଇନ୍ ତଥା ଷ୍ଟାଇଲିସ୍ ନେଲ୍ ଆର୍ଟ ମିଳିଯାଉଛି, ଏହାକୁ ମଧ୍ୟ ବ୍ୟବହାର କରିପାରିବେ ।
- ବେଶୀ ଅଧିକ ସଜାଇବା ପାଇଁ ଚାହୁଁଥିଲେ ନଖରେ କଲରଫୁଲ୍ ଷ୍ଟୋନ୍, ଗ୍ଲିଟର୍ ଆଦିର ବ୍ୟବହାର କରିପାରିବେ ।
- ଭଲଭାବେ ଡିଜାଇନ୍ କରିସାରିବା ପରେ ଶୁଖିବାକୁ ଛାଡି ଦିଅନ୍ତୁ, ଶୁଖିଗଲା ପରେ ପରିଶେଷରେ ଶାଇନ୍ର ଲଗାନ୍ତୁ । ଏପରି କରିବା ଦ୍ୱାରା ନଖରେ ନେଚୁରାଲ୍ ଚମକ ଦେଖାଯାଇଥାଏ ।
Comments are closed.