Latest Odisha News

BREAKING NEWS

ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ବିଧାନସଭା ଓ ଲୋକସଭା ନିର୍ବାଚନ: ଏପ୍ରିଲ ୧୧, ୧୮, ୨୩ ଏବଂ ୨୯ ତାରିଖରେ ମତଦାନ

ନୂଆଦିଲ୍ଲୀ: ଓଡ଼ିଶାରେ ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ ହେବ। ରାଜ୍ୟରେ ୪ଟି ପର୍ଯ୍ୟାୟରେ ମତଦାନ ହେବ। ରାଜ୍ୟର ୨୧ଟି ଲୋକସଭା ଆସନ ଏବଂ ୧୪୭ ବିଧାନସଭା ନିର୍ବାଚନ ପାଇଁ ଏପ୍ରିଲ ୧୧, ୧୮, ୨୩ ଓ ୨୯ରେ ମତଦାନ ହେବ ।

ଓଡ଼ିଶାରେ ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ ହେବ। ୪ଟି ପର୍ଯ୍ୟାୟରେ ମତଦାନ ହେବ ବୋଲି ମୁଖ୍ୟ ନିର୍ବାଚନ କମି


ଶନର ସୁନୀଲ ଆରୋରା ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି । ପ୍ରଥମ ପର୍ଯ୍ୟାୟ: ୯୧ ଲୋକସଭା ଆସନ- ୨୦ ରାଜ୍ୟ , ଦ୍ୱିତୀୟ ପର୍ଯ୍ୟାୟ: ୯୭ ଲୋକସଭା ଆସନ- ୧୩ ରାଜ୍ୟ, ତୃତୀୟ ପର୍ଯ୍ୟାୟ: ୧୧୫ ଲୋକସଭା ଆସନ- ୧୪ ରାଜ୍ୟ, ଚତୁର୍ଥ ପର୍ଯ୍ୟାୟ: ୭୧ ଲୋକସଭା ଆସନ- ୯ ରାଜ୍ୟ, ପଂଚମ ପର୍ଯ୍ୟାୟ: ୫୧ ଲୋକସଭା ଆସନ- ୭ ରାଜ୍ୟ, ଷଷ୍ଠ ପର୍ଯ୍ୟାୟ: ୫୯ ଲୋକସଭା ଆସନ- ୭ ରାଜ୍ୟ ଏବଂ ସପ୍ତମ ପର୍ଯ୍ୟାୟ: ୫୯ ଲୋକସଭା ଆସନ- ୮ ରାଜ୍ୟ ମତଦାନ ଅନୁଷ୍ଠିତ ହେବ ବୋଲି ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି ।

ଭାରତୀୟ ନିର୍ବାଚନ କମିଶନ ରବିବାର ଦିନ ଏକ ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି ପ୍ରକାଶ କରିବା ପରିପ୍ରେକ୍ଷୀରେ ଲୋକସଭା ନିର୍ବାଚନର ତାରିଖ ଘୋଷଣା କରିଛନ୍ତି । ଏଥି ସହିତ ଆଜିଠାରୁ ମଧ୍ୟ ସମଗ୍ର ଭାରତର ରାଜ୍ୟମାନଙ୍କରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି । ୨୦୧୯ ଲୋକସଭା ନିର୍ବାଚନ ସମୁଦାୟ ୭ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ଏପ୍ରିଲ ୧୧ ତାରିଖରେ ୧ମ ପର୍ଯ୍ୟାୟ ମତଦାନ, ୨ୟ ପର୍ଯ୍ୟାୟ ଭୋଟଦାନ ଏପ୍ରିଲ ୧୮ ତାରିଖ, ୩ୟ ପର୍ଯ୍ୟାୟ ମତଦାନ ଏପ୍ରିଲ ୨୩ ତାରିଖ, ୪ର୍ଥ ପର୍ଯ୍ୟାୟ ମତଦାନ ମେ ୬ ତାରିଖରେ ୬ଷ୍ଠ ପର୍ଯ୍ୟାୟ ଏବଂ ୭ମ ପର୍ଯ୍ୟାୟ ମତଦାନ ମେ ୧୯ରେ ଅନୁଷ୍ଠିତ ହେବ । ଏହି ନିର୍ବାଚନର ଚୂଡ଼ାନ୍ତ ଫଳାଫଳ ମେ ୨୩ ତାରିଖରେ ପ୍ରକାଶ ପାଇବ ବୋଲି ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ୨୦୧୪ ଷୋଡ଼ଶ ଲୋକସଭାର କାର୍ଯ୍ୟକାଳ ଅବଧି ଜୁନ ୩ ତାରିଖରେ ସମାପ୍ତ ହେଉଛି । ଓଡ଼ିଶା ବିଧାନସଭା ଜୁନ ୮ ତାରିଖ, ଆନ୍ଧ୍ରପ୍ରଦେଶ ଓ ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଜୁନ ୧୮ ତାରିଖରେ ସମାପ୍ତ ହେଉଛି ।

 

ଓଡ଼ିଶାର ୧୪୭ଟି ବିଧାନସଭା ଏବଂ ୨୧ଟି ଲୋକସଭା ଆସନ ନିମନ୍ତେ ନିର୍ବାଚନ ତାରିଖ ମଧ୍ୟ ଏକ ନିର୍ବାଚନ କମିଶନ ଏକ ବିଜ୍ଞପ୍ତି ଜରିଆରେ ପ୍ରକାଶିତ କରିଛନ୍ତିି ।

୧ମ ପର୍ଯ୍ୟାୟ:ଏପ୍ରିଲ ୧୧- କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର, କୋରାପୁଟ  (୪ଟି ଲୋକସଭା ଏବଂ ୨୮ଟି ବିଧାନସଭା ଆସନ)

୨ୟ ପର୍ଯ୍ୟାୟ:ଏପ୍ରିଲ ୧୮- ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ, ଆସିକା (୫ଟି ଲୋକସଭା ଏବଂ ୩୫ଟି ବିଧାନସଭା ଆସନ)

୩ୟ ପର୍ଯ୍ୟାୟ:ଏପ୍ରିଲ ୨୩- ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଓ ଭୁବନେଶ୍ଵର (୬ଟି ଲୋକସଭା ଏବଂ ୪୨ଟି ବିଧାନସଭା)

୪ର୍ଥ ପର୍ଯ୍ୟାୟ:ଏପ୍ରିଲ ୨୯- ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର (୬ଟି ଲୋକସଭା ଏବଂ ୪୨ଟି ବିଧାନସଭା)

ଏପ୍ରିଲ ୧୧ ପ୍ରଥମ ପର୍ଯ୍ୟାୟ

ଏପ୍ରିଲ ୧୧ରେ ପ୍ରଥମ ପର୍ଯ୍ୟାୟ ୪ଟି ଲୋକସଭା ଆସନ ସହିତ ୨୮ଟି ବିଧାନସଭା ମଣ୍ଡଳୀରେ ଭୋଟ୍ ହେବ। ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର, କୋରାପୁଟ ଲୋକସଭା ଆସନରେ ମତଦାନ ହେବ। ଅର୍ଥାତ ଏପ୍ରିଲ ୧୧ରେ ଏହି ଲୋକସଭା ଅନ୍ତର୍ଗତରେ ଆସୁଥିବା ଭୋଟର ଭୋଟ୍ ଦେବେ।

ପ୍ରଥମ ପର୍ଯ୍ୟାୟ ପାଇଁ ବିଜ୍ଞପ୍ତି ମାର୍ଚ୍ଚ ୧୮ରେ ପ୍ରକାଶ ପାଇବ। ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ତାରିଖ ମାର୍ଚ୍ଚ ୨୪ ରହିଛି। ସେହି ପରି ନାମାଙ୍କନ ପତ୍ର ଯାଞ୍ଚ ତାରିଖ ମାର୍ଚ୍ଚ ୨୬ ଏବଂ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ମାର୍ଚ୍ଚ ୨୮ ରହିଛି।

ଦ୍ଵିତୀୟ ପର୍ଯ୍ୟାୟ ଏପ୍ରିଲ ୧୮

ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ଏପ୍ରିଲ ୧୮ରେ ହେବାକୁ ଯାଉଛି। ଏହି ପର୍ଯ୍ୟାୟରେ ୫ଟି ଲୋକସଭା ଆସନ ଓ ୩୫ଟି ବିଧାନସଭା ଆସନ ପାଇଁ ମତଦାନ ହେବ। ୫ଟି ଲୋକସଭା ଆସନ ହେଉଛି ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ, ଆସିକା। ଅର୍ଥାତ ଏପ୍ରିଲ ୧୮ରେ ଏହି ଲୋକସଭା ଅନ୍ତର୍ଗତରେ ଆସୁଥିବା ଭୋଟର ଭୋଟ ଦେବେ ।

ଦ୍ଵିତୀୟ ପର୍ଯ୍ୟାୟ ଭୋଟର ବିଜ୍ଞପ୍ତି ମାର୍ଚ୍ଚ ୧୯ରେ ପ୍ରକାଶ ପାଇବ । ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ମାର୍ଚ୍ଚ ୨୬, ନାମାଙ୍କନ ପତ୍ର ଯାଞ୍ଚ ମାର୍ଚ୍ଚ ୨୭ ଓ ନାମାଙ୍କନ ପ୍ରତ୍ୟାହାର କରିବାର ଶେଷ ତାରିଖ ମାର୍ଚ୍ଚ ୨୯ ରହିଛି। ମତଦାନ ଏପ୍ରିଲ ୧୮ରେ ହେବ ଏବଂ ଭୋଟ୍ ଗଣତି ମେ ୨୩ରେ ହେବ ।

ତୃତୀୟ ପର୍ଯ୍ୟାୟ  ଏପ୍ରିଲ ୨୩

ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଭୋଟ୍ ଏପ୍ରିଲ ୨୩ରେ ହେବ। ଏହି ପର‌୍ୟ୍ୟାପୟରେ ୬ଟି ଲୋକସଭା ଆସନ ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଓ ଭୁବନେଶ୍ଵର ପାଇଁ ମତଦାନ ହେବ। ଏହା ସହିତ ୪୨ଟି ବିଧାନସଭାରେ ମଧ୍ୟ ନିର୍ବାଚନ ହେବ। ଅର୍ଥାତ ଏପ୍ରିଲ ୨୩ରେ ଏହି ଲୋକସଭା ଅନ୍ତର୍ଗତରେ ଆସୁଥିବା ଭୋଟର ଭୋଟ୍ ଦେବେ।

ବିଜ୍ଞପ୍ତି- ମାର୍ଚ୍ଚ ୨୮, ନାମାଙ୍କନ ଦାଖଲ କରିବାର ଶେଷ ତାରିଖ- ଏପ୍ରିଲ ୪, ନାମାଙ୍କନ ପତ୍ର ଯାଞ୍ଚ- ଏପ୍ରିଲ ୫

ନାମାଙ୍କନ ପତ୍ର ପ୍ରତ୍ୟାହାର- ଏପ୍ରିଲ ୮, ଭୋଟ୍ ଗଣତି- ମେ ୨୩ ।

ଚତୁର୍ଥ ପର୍ଯ୍ୟାୟ ଏପ୍ରିଲ ୨୯

ଏହି ପର୍ଯ୍ୟାୟରେ ରାଜ୍ୟର ୬ଟି ଲୋକସଭା ଓ ୪୨ଟି ବିଧାନସଭା ଆସନରେ ମତଦାନ ହେବ। ଏହି ଲୋକସଭା ଆସନ ହେଉଛି ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ।

ଚତୁର୍ଥ ପର୍ଯ୍ୟାୟ ବିଜ୍ଞପ୍ତି ତାରିଖ- ଏପ୍ରିଲ ୨,  ଭୋଟିଂ- ଏପ୍ରିଲ ୨୯, ଭୋଟ ଗଣତି-୨୩ ମଇ ।

Leave A Reply

Your email address will not be published.